ବିଏମଡବ୍ଲ୍ୟୁ-ହାଇୱା ଧକ୍କାରେ ୨ ମୃତ
କଳାହାଣ୍ଡି: ଭବାନୀପାଟଣା ବାଏପାସ ରାସ୍ତାରେ ଦୁର୍ଘଟଣା,ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ । ଭବାନୀପାଟଣା ବାଇପାସ୍ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
B
By BHAKTILATA BARALPublished: Jun 13, 2026, 12:52 PM •1 min read •0 Views
କଳାହାଣ୍ଡି: ଭବାନୀପାଟଣା ବାଏପାସ ରାସ୍ତାରେ ଦୁର୍ଘଟଣା,ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ । ଭବାନୀପାଟଣା ବାଇପାସ୍ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ଟ୍ରକ୍କୁ ପଛପଟୁ ବିଏମଡବ୍ଲ୍ୟୁ କାର ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, କାରର ନମ୍ବର (HR 26 CB 5384) ହରିୟାଣା ରାଜ୍ୟର ବୋଲି ଜଣାପଡ଼ିଛି। ହାଇୱା ଗାଡ଼ିର ନମ୍ବର (OD 18 G 4932) ଥିବା ଦେଖାଯାଇଛି। ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ପିଣ୍ଟୁ ବାଗ ଏବଂ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ବୋଲି ଚିହ୍ନଟ ହୋଇଛି। ଘଟଣା ପରେ ଭବାନୀପାଟଣା ସଦର ଥାନା ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
