ବୈଭବଙ୍କ ପାଇଁ ବିସିସିଆଇ ବଦଳାଇଲା ନିୟମ
ତେବେ ବିସିସିଆଇ କାହିଁକି ବଦଳାଇଲା ନିୟମ। ସାଧାରଣତଃ ଭାରତୀୟ ସିନିୟର ଦଳ ସହ ଖେଳାଳିଙ୍କ ପରିବାର ସଦସ୍ୟଙ୍କ ଯାତ୍ରା ଖର୍ଚ୍ଚ ବୋର୍ଡ ବହନ କରେ ନାହିଁ। କିନ୍ତୁ ବୈଭବଙ୍କ କମ୍ ବୟସକୁ ଦୃଷ୍ଟିରେ ରଖି BCCI ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି

ଟିମ୍ ଇଣ୍ଡିଆରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ସଚିନଙ୍କ ୩୬ ବର୍ଷର ରେକର୍ଡ ଭାଙ୍ଗିଲେ। ଭାରତୀୟ କ୍ରିକେଟର ଯୁବ ସେନସେସନ ପାଲଟିଥିବା ବୈଭବ ଇତିହାସ ରଚିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଭାରତର ସିନିୟର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। BCCI ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା କରିଥିବା ଦଳରେ ବୈଭବଙ୍କୁ ସାମିଲ କରିଛି। ଏହା ସହିତ ସେ ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ କମ୍ ବୟସରେ ଜାତୀୟ ଦଳରେ ଚୟନ ହୋଇଥିବା ଖେଳାଳି ସାଜିଛନ୍ତି। ଏପର୍ଯ୍ୟନ୍ତ ସବୁଠାରୁ କମ୍ ବୟସରେ ଭାରତୀୟ ଦଳରେ ସ୍ଥାନ ପାଇବାର ରେକର୍ଡ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା। ବୈଭବ ମାତ୍ର ୧୫ ବର୍ଷ ୭୧ ଦିନ ବୟସରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ସେହି ରେକର୍ଡକୁ ଅତିକ୍ରମ କରିଛନ୍ତି। ସେ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜରେ ଡେବ୍ୟୁ କଲେ ଭାରତର ସର୍ବକନିଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ହେବେ। ବୈଭବଙ୍କ ଚୟନ ପଛରେ ମୁଖ୍ୟ ଆଧାର IPL 2026ର ଅବିଶ୍ୱସନୀୟ ପ୍ରଦର୍ଶନ ରହିଛି। ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସେ ୭୭୬ ରନ୍ ସଂଗ୍ରହ କରିଥିଲେ ଏବଂ ଅରେଞ୍ଜ କ୍ୟାପ୍ ହାସଲ କରିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ଦ୍ରୁତ ରନ୍ ସ୍କୋରିଂ କ୍ଷମତା ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲା। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଯେ ବୈଭବଙ୍କ ପ୍ରତିଭା ଏତେ ଅସାଧାରଣ ଥିଲା ଯେ ତାଙ୍କୁ ଦଳରୁ ବାଦ ଦେବା ସମ୍ଭବ ନଥିଲା। ସେ କହିଥିଲେ ଯେ ଯୁବ ବ୍ୟାଟର ନିଜ ପ୍ରଦର୍ଶନ ଦ୍ୱାରା ନିଜେ ନିଜକୁ ଟିମ୍ ଇଣ୍ଡିଆରେ ଚୟନ କରାଇଛନ୍ତି। ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ବ୍ୟାଟ୍ସମ୍ୟାନ୍ AB de Villiers ମଧ୍ୟ ବୈଭବଙ୍କ ଚୟନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଏହା ସାହସିକ ହେଲେ ମଧ୍ୟ ସଠିକ୍ ନିଷ୍ପତ୍ତି ଏବଂ ବୈଭବ ନିଜ ପ୍ରତିଭା ବଳରେ ଏହି ସୁଯୋଗର ହକଦାର ପାଲଟିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି ଯେ ବୈଭବ ନିଶ୍ଚିତ ଭାବେ ବଡ଼ ପ୍ରତିଭା, କିନ୍ତୁ ତାଙ୍କ ଉପରେ ଅତ୍ୟଧିକ ଆଶା ଓ ଚାପ ପକାଇବା ଉଚିତ ନୁହେଁ। ତାଙ୍କୁ ସମୟ ଓ ସୁଯୋଗ ଦିଆଗଲେ ସେ ଭାରତୀୟ କ୍ରିକେଟର ବଡ଼ ତାରକା ହୋଇପାରିବେ। ସିନିୟର ଦଳରେ ସ୍ଥାନ ପାଇବା ପରେ ବୈଭବଙ୍କ ପ୍ରଥମ କାର୍ଯ୍ୟସୂଚୀ ଭାବେ ଶ୍ରୀଲଙ୍କାରେ ହେବାକୁ ଥିବା India A ତ୍ରିରାଷ୍ଟ୍ରୀୟ ଏକଦିବସୀୟ ସିରିଜରେ ଖେଳିବାର ସୁଯୋଗ ମିଳିପାରେ। ଏହା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଆଉ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି। ଭାରତୀୟ କ୍ରିକେଟର ନୂଆ ଆଶା ଭାବେ ଉଭା ହୋଇଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଏବେ ସମଗ୍ର କ୍ରିକେଟ ଜଗତର ନଜର ରହିଛି। ତାଙ୍କ ଡେବ୍ୟୁକୁ ନେଇ ପ୍ରଶଂସକମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି। ଡେବ୍ୟୁ କଲେ ଭାରତ ପକ୍ଷରୁ ଖେଳୁଥିବା ସବୁଠାରୁ କମ୍ ବୟସର ପୁରୁଷ କ୍ରିକେଟର ହେବେ। ମାତ୍ର ୧୫ ବର୍ଷ ବୟସରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ BCCI ଏକ ବିଶେଷ ବ୍ୟବସ୍ଥା କରିଛି। ସିନିୟର ଭାରତୀୟ ଦଳ ସହ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବାବେଳେ ବୈଭବଙ୍କ ବାପା-ମା' ମଧ୍ୟ ତାଙ୍କ ସହ ଯାଇପାରିବେ। ସେମାନଙ୍କ ଯାତ୍ରା ଓ ରହଣି ଖର୍ଚ୍ଚ BCCI ବହନ କରିବ। ତେବେ ବିସିସିଆଇ କାହିଁକି ବଦଳାଇଲା ନିୟମ। ସାଧାରଣତଃ ଭାରତୀୟ ସିନିୟର ଦଳ ସହ ଖେଳାଳିଙ୍କ ପରିବାର ସଦସ୍ୟଙ୍କ ଯାତ୍ରା ଖର୍ଚ୍ଚ ବୋର୍ଡ ବହନ କରେ ନାହିଁ। କିନ୍ତୁ ବୈଭବଙ୍କ କମ୍ ବୟସକୁ ଦୃଷ୍ଟିରେ ରଖି BCCI ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ବୋର୍ଡର ମତ ହେଉଛି ଯେ ବିଦେଶ ଗସ୍ତ ସମୟରେ ପରିବାର ସଦସ୍ୟଙ୍କ ଉପସ୍ଥିତି ତାଙ୍କୁ ମାନସିକ ଭାବେ ସହଯୋଗ କରିବ ଏବଂ ନୂଆ ପରିବେଶରେ ଖାପ ଖୁଆଇବାରେ ସାହାଯ୍ୟ କରିବ। BCCI ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ବୈଭବ ଏବେ ବି ବହୁତ ଛୋଟ। ସେଥିପାଇଁ ବୋର୍ଡ ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି। ବିଦେଶ ଗସ୍ତ ସମୟରେ ପରିବାର ପାଖରେ ରହିଲେ ସେ ଚାପମୁକ୍ତ ଭାବେ କ୍ରିକେଟ ଉପରେ ଧ୍ୟାନ ଦେଇପାରିବେ। କ୍ରିକେଟ ମହଲରେ BCCIର ଏହି ନିଷ୍ପତ୍ତିକୁ ଏକ ମାନବିକ ଓ ଦୂରଦର୍ଶୀ ପଦକ୍ଷେପ ବୋଲି କୁହାଯାଉଛି। ଏତେ କମ୍ ବୟସରେ ଆନ୍ତର୍ଜାତୀୟ କ୍ରିକେଟର ଚାପ ସମ୍ଭାଳିବା ସହଜ ନୁହେଁ। ସେଥିପାଇଁ ବୋର୍ଡ ତାଙ୍କ ମାନସିକ ସୁସ୍ଥତା ଓ ସୁରକ୍ଷାକୁ ପ୍ରାଥମିକତା ଦେଇଛି।
