ମାଆ ସହ ପ୍ରେମ- ପୁଅକୁ ମର୍ଡର କଲା ବ୍ୟାଙ୍କ ମ୍ୟାନେଜର
ଗୋପନ ପ୍ରେମର ରହସ୍ୟ ଖୋଲିବା ଭୟ- ପ୍ରେମିକାର ପୁଅକୁ ମର୍ଡର କଲା ବ୍ୟାଙ୍କ ମ୍ୟାନେଜର।ନିଜ ମା ଗୁରପ୍ରୀତ ସହ ଅର୍ପିତ ଅସଞ୍ଜତ ଅବସ୍ଥାରେ ଥିଲା ବେଳେ ଦେଖିଦେଇଥିଲା ଅଙ୍ଗଦ। ଆଉ କାଳେ ଅଙ୍ଗଦ ଏ କଥା ନିଜ ଜେଜେମା କି ବାପାକୁ କହିଦେବ। ସେ ଭୟ ଘାରିଥିଲା।

ଘଣ୍ଟା ଦେବାର ଲାଳସା ଦେଖାଇ କୁନି ଛୁଆକୁ ଅପହରଣ କରିନେଲା। ଆଉ ମର୍ଡର କରିଦେଲା। ମର୍ଡର କଲା ପରେ ବିବାହ ଉତ୍ସବରେ ବି ହେଲା ସାମିଲ। ଜଣେ ହତ୍ୟାକାରୀ ବ୍ୟାଙ୍କ ମ୍ୟାନେଜରର କାରନାମାକୁ ନେଇ ପୁରା ମିରଟ ହତଚକିତ। ପ୍ରେମସମ୍ପର୍କର ରହସ୍ୟ ଖୋଲିଯିବା ଭୟରେ ପ୍ରେମିକା ଗୁରପ୍ରୀତର ୬ ବର୍ଷର ପୁଅ ଅଙ୍ଗଦବୀରକୁ ଅପହରଣ କରି ଗଳାକୁ କାଟି ନୃଶଂସ ହତ୍ୟା କରିଛି ଅର୍ପିତ ପାରାସର। ଅର୍ପିତ ଏଚଡିଏଫସି ବ୍ୟାଙ୍କର ଏରିଆ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲା। ହତ୍ୟା ପରେ ଶବକ ବୁଦା ମୂଳକୁ ଫିଙ୍ଗିଦେଇଥିଲା। ମିରଟର ବହସୁମାରୁ ଆସିଛି ଏଭଳି ଲୋମହର୍ଷଣକାରୀ ଘଟଣା। ଗଲା ରବିବାର ନିଜ ମା ଗୁରପ୍ରୀତ ସହ ଅର୍ପିତ ଅସଞ୍ଜତ ଅବସ୍ଥାରେ ଥିଲା ବେଳେ ଦେଖିଦେଇଥିଲା ଅଙ୍ଗଦ। ଆଉ କାଳେ ଅଙ୍ଗଦ ଏ କଥା ନିଜ ଜେଜେମା କି ବାପାକୁ କହିଦେବ। ସେ ଭୟ ଘାରିଥିଲା। ଏହି ଡରରେ ଅଙ୍ଗଦକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଅର୍ପିତ। ବଡ଼ କଥା ହେଲା। ହତ୍ୟା କରିବା ପରେ ନିଜ ପତ୍ନୀ ସହ ଫଲାଓ୍ୱଦା ଗଡ଼ିନା ଗାଁରେ ହୋଇଥିବା ଏକ ବିବାହ ସମାରୋହରେ ସାମିଲ ହୋଇଥିଲା। ପୁଲିସର ପୁରା ସନ୍ଦେହ ଯେ, ଏ ପୁରା ଷଡ଼ଯନ୍ତ୍ରରେ ଅଙ୍ଗଦର ମାଆ ଗୁରପ୍ରୀତର ହାତ ଅଛି। ଗୁରପ୍ରୀତ ବିରୁଦ୍ଧରେ ସାକ୍ଷୀପ୍ରମାଣ ଜୁଟାଇବାକୁ ପୁଲିସ ଲାଗିଛି। ପୁଲିସ ପଚରାଉଚୁରା କରୁଛି। ଅଙ୍ଗଦର ଜେଜେମାଙ୍କ ଏତଲା କ୍ରମେ ଓ ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଅଭିଯୁକ୍ତ ଅର୍ପିତକୁ ଓ୍ୱାଗନର କାରରେ ଚିହ୍ନଟ କରାଯାଇଥିଲା। ବିବାହ ଉତ୍ସବରେ ସାମିଲ ପରେ ଅଭିଯୁକ୍ତ ଅର୍ପିତ ମୀରାପୁର ଫେରିଯାଇଥିଲା। ହେଲେ ମୀରାପୁରର ଭୂମା ରୋଡ ପାଖରେ ପୁଲିସ ତାକୁ ଉଠାଇନେଇଥିଲା। ଅର୍ପିତ ଆଗ ପୁଲିସକୁ ଭ୍ରମିତ କରିବାକୁ ଲାଗିଥିଲା। ଏପରିକି ଦୋଷ ସ୍ୱୀକାର ପରେ ଶବକୁ କେଉଁଠି ଫିଙ୍ଗିଛି, ମିଛ କହିଥିଲା। ତା କଥା ଅନୁସାରେ ବହସୁମା, ହସ୍ତିନାପୁର ଓ ପରିକ୍ଷୀତଗଡ଼ରେ ଦିନତମାମ ଶବକୁ ଖୋଜିବାରେ ଲାଗିଥିଲା ପୁଲିସ। ଶେଷରେ ଘନ ଘନ ଜେରାରେ ସତ ଓଗାଳିଥିଲା। ନିଜ ଓ୍ୱାଗନର କାରରେ ଅଙ୍ଗଦକୁ ଅପହରଣ କରିଥିଲା। ୨୪ କିଲୋମିଟର ଦୂର ହସ୍ତିନାପୁରର ଭଦ୍ରକାଳି ମନ୍ଦିର ପାଖରେ ଥିବା ଜଙ୍ଗଲକୁ ନେଇ ସେଠାରେ ହତ୍ୟା କରିଥିଲା। ପଗଡ଼ିରେ ମୁହଁକୁ ଚାପିଦେଲା। ହାତର ଶିରା କାଟିବା ପରେ ଗଳା କାଟିଦେଲା।
