LEMURS STOLEN: ଜାମନଗର ‘ବନ୍ନତାରା’ରେ ବନ୍ୟଜନ୍ତୁ ଲେମୁର: ବାଂଲାଦେଶରୁ ତସ୍କରୀ ଅଭିଯୋଗ
ଗାଜିପୁରରୁ ଚୋରି ହୋଇଥିବା ୨ ଅତ୍ୟନ୍ତ ବିଲୁପ୍ତପ୍ରାୟ ରିଂ-ଟେଲ୍ଡ ଲେମୁର ଜାମନଗରରେ ଠାବ; ଚୋରାଚାଲାଣ ମାମଲାରେ ତଦନ୍ତ ଜାରି।
ମାର୍ଚ୍ଚ 2025 ରେ ବାଂଲାଦେଶ ର ଗାଜିପୁର ସଫାରି ପାର୍କରୁ ଚୋରି ହୋଇଥିବା ଦୁଇଟି ଲୁପ୍ତପ୍ରାୟ ରିଂ ଟେଲ୍ଡ଼ ଲେମୁର ଗୁଜରାଟର ଜାମନଗର ସ୍ତିତ ଅନନ୍ତ ଅମ୍ବାନିଙ୍କ 'ବନ୍ନତାରା ' ବନ୍ୟଜୀବ ସଂରକ୍ଷଣ ଓ ପୁନର୍ବାସ କେନ୍ଦ୍ରରେ ଚିହ୍ନଟ ହୋଇଛନ୍ତି | ବାଂଲାଦେଶୀ ଅଧିକାରୀ ମାନେ ଏନେଇ ଇଣ୍ଟେରପୋଲ ର ସହାୟତା ଲୋଡିଛନ୍ତି | ଏହି ଘଟଣା କ୍ରମ ବାଂଲାଦେଶ ର ଅପରାଧ ଯାଞ୍ଚ ବିଭାଗ (CID ) ଦ୍ୱାରା ସଫାରି ପାର୍କରୁ 3ଟି ରିଂ ଟେଲଡ଼ ଲେମୁର ର ଚୋରି ଆଉ ସୀମାପାର ତସ୍କରୀ ର ଯାଞ୍ଚ ପରେ ସାମ୍ନାକୁ ଆସିଛି | ତଦନ୍ତକାରୀ ଦଳ କହିଛନ୍ତି ବନ୍ୟଜନ୍ତୁଙ୍କୁ 23 ମାର୍ଚ୍ଚ ,2025 ସକାଳ ଚୋରି କରାଯାଇଥିଲା , ଯଦିଓ 3 ଜଣଙ୍କୁ ଆରମ୍ଭରୁ ସୁବିଧା କେନ୍ଦ୍ର ରୁ ନିଆଯାଇଥିଲା ଓ ପରେ ଦୁଇ ଜଣଙ୍କୁ ସୀମାନ୍ତ ଦେଇ ଭାରତ ଅଣାଯାଇଥିଲା ଅନ୍ତତଃ ଗୁଜରାଟ ର ଜାମନଗରକୁ ଅଣାଯାଇଥିଲା | ଘଟଣାଟି ବାଂଲାଦେଶୀ ଯାଂଚକାର୍ତ୍ତା ଙ୍କ ନଜରକୁ ସେବେ ଆସିଥିଲା ଯେବେ ବନ୍ନତାରାରେ ଦୁଇଟି ରିଂ ଟେଲଡ଼ ଲେମୁରଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆ ଯୋଗେ ଭାଇରାଲ ହେଇଥିଲା | ଯାଂଚକର୍ତ୍ତା ମାନେ ପରେ ଗାଜିପୁର ରୁ ଲାପତା ହୋଇଥିବା ଓ ବନ୍ନତାରାର ଲେମୁର ଙ୍କ ମଧ୍ୟରେ ସମାନତା ପାଇଥିଲେ | ଖବର ଅନୁସାରେ ଚୋରି କରାଯାଇଥିବା ଲେମୁର ମାନଙ୍କର ଭିଡ଼ିଓ ରେକର୍ଡ କରି ଭାରତର ସମ୍ଭାବିତ କ୍ରେତା ମାନଙ୍କୁ ପ୍ରସାରିତ କରାଯାଇଥିଲା | ଯାଞ୍ଚ ସମୟରେ ରୁଜୁ କରାଯାଇଥିବା ବୟାନ ଅନୁସାରେ ଚୋରି କରା ଯାଇଥିବା ଲେମୁର ମାନଙ୍କୁ ଏକ ସ୍ଥାନୀୟ ସୀମା ମଧ୍ୟସ୍ଥ ଙ୍କ ସହାୟତାରେ ଦର୍ଶନ କ୍ଷେତ୍ର ରାସ୍ତା ରେ ବାଂଲାଦେଶ ରୁ ଭାରତସୀମାକୁ ଅଣାଯାଇଥିଲା ଏବଂ ଏକ ବୟସ୍କ ଲେମୁର ଓ କିଶୋର ଲେମୁର ଙ୍କ ପାଇଁ ଭାରତୀୟ ବେପାରୀଙ୍କୁ 48 ଲକ୍ଷ ମୂଲ୍ୟ ରେ ବିକ୍ରୟ କରାଯାଇଥିଲା ଯାହାର ସମ୍ବନ୍ଧ 'ବନ୍ନତାରା ' ସହ ଯୋଡି ହୋଇଥିବା ଏକ ସଂସ୍ଥା ସହ ଯୋଡାଯାଉଛି | ଖବର ମୁତାବିକ ଜାମନଗର ପହଂଚିବା ପୂର୍ବରୁ ପଶୁମାନଙ୍କର ଅନେକ ଥର ମାଲିକ ବଦଳିଛନ୍ତି | ଏହି ପ୍ରଜାତି କୁ IUCN ଦ୍ୱାରା ରେଡ ଲିଷ୍ଟ ରେ ଅତ୍ୟନ୍ତ ସଂକଟଗ୍ରସ୍ତ ବନ୍ୟଜନ୍ତୁ ଭାବରେ ବର୍ଗିକୃତ କରାଯାଇଛି | ବାଂଲାଦେଶ ଅଧିକାରୀଙ୍କ ପାଖରେ ଲେମୁର ମାନଙ୍କର କୌଣସି ବ୍ୟକ୍ତିଗତ ପଞ୍ଚିକରଣ କିମ୍ବା ସଂଖ୍ୟା ନମ୍ବର ନଥିବାବେଳେ DNA ସାମ୍ପଲ ମଧ୍ୟ ସଂରକ୍ଷିତ ନାହିଁ |ତେବେ କୌଣସି ବୈଜ୍ଞାନିକ ପଦ୍ଧତି କିମ୍ବା ରେକର୍ଡ ର ଅଭାବ ବାଂଲାଦେଶ ପାଇଁ ଏହି ବନ୍ୟଜନ୍ତୁଙ୍କର ଫେରିବା ନିଶ୍ଚିତ କରିବା ଜଟିଳ ବନାଇଦେଇଛି |
