Violent Protest Sitamarhi: ମର୍ଣ୍ଣିଂ ଓ୍ୱାକରେ ମର୍ଡର- ପୁଲିସକୁ ପିଟିବା ସହ ଗାଡ଼ି ଭାଙ୍ଗିଲେ
ଦୁଇ ଦୁଇ ଥର ତାଙ୍କୁ ଫାୟାରିଂ ପରେ ବି ଥାନାଧିକାରୀ କୌଣସି ଆକ୍ସନ ନେଇନଥିଲେ। କର୍ତ୍ତବ୍ୟରେ ଅବହେଳା ଲାଗି ଡୁମରା ଥାନାଧିକାରୀ ମୁକେଶ କୁମାରଙ୍କୁ ସସପେଣ୍ଡ କରିଦେଇଛନ୍ତି ଏସପି। ବୈଦ୍ୟନାଥ ମହତୋ ୧୩ନମ୍ୱର ଓ୍ୱାର୍ଡର ଜିଲ୍ଲା ପରିଷଦ ସଦସ୍ୟ ଦିଲସୁଖ ଦେବୀଙ୍କ ସ୍ୱାମୀ। ତାଙ୍କ ହତ୍ୟାର ଆରୋପ ଗାଁର ତ୍ରିଭୂବନ କୁଶଓ୍ୱାହା ଓରଫ ଏଜାଜ୍ ଉପରେ ଲାଗିଛି।

ବିହାରର ସୀତାମାଢ଼ିରେ ଜିଲ୍ଲା ପରିଷଦ ପ୍ରତିନିଧିଙ୍କୁ ୮ ରାଉଣ୍ଡ ଗୁଳି କରି ମର୍ଡର। ମର୍ଣ୍ଣିଂ ଓ୍ୱାକ୍ କରି ବ୍ୟାଙ୍କକୁ ବାହାରିଥାଆନ୍ତେ ବୈଦ୍ୟନାଥ। ହେଲେ ମର୍ଣ୍ଣିଂଓ୍ୱାକ ବେଳେ ବୈଦ୍ୟନାଥ ମହତୋଙ୍କୁ ଫାୟାରିଂ କରିଥିଲେ ଦୁର୍ବୃତ୍ତ। ଏହା ପରେ ଅପରାଧୀ ଚମ୍ପଟ ମାରିଥିଲେ। ଘଟଣା ପରେ ଆକ୍ରୋଶିତ ଜନତା ଅଭିଯୁକ୍ତ ଘରେ ନିଆଁ ଲଗାଇଦେଲେ। ଘଟଣାସ୍ଥଳରେ ୧୨ଟି ଥାନାର ପୁଲିସ ଫୋର୍ସ ପହଞ୍ଚିଥିଲା। ଏସପିଙ୍କ ସମେତ ଉପଜିଲ୍ଲାପାଳ ବି ପହଞ୍ଚିଥିଲେ। ଗାଡ଼ି ରଖି ଉତ୍ୟକ୍ତ ଲୋକଙ୍କୁ ବୁଝାଉଥିଲେ ଅଧିକାରୀ। ଆଉ ଏତିକିବେଳେ ଭିଡ଼ ୮ଟି ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ପୁଲିସ ଟିମ୍ ଉପରକୁ ଗାଁ ଲୋକେ ପଥରମାଡ଼ ବି କରିଥିଲେ। ଏଥିରେ ଇନ୍ସପେକ୍ଟର ଅନିଲ ରାମ ଓ ପ୍ରଶାନ୍ତ କୁମାରଙ୍କ ମୁଣ୍ଡ ଫାଟିଯାଇଛି। ୨ ପୁଲିସ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରିବାରର ଆରୋପ ଥିଲା କି, ଦୁଇ ଦୁଇ ଥର ତାଙ୍କୁ ଫାୟାରିଂ ପରେ ବି ଥାନାଧିକାରୀ କୌଣସି ଆକ୍ସନ ନେଇନଥିଲେ। କର୍ତ୍ତବ୍ୟରେ ଅବହେଳା ଲାଗି ଡୁମରା ଥାନାଧିକାରୀ ମୁକେଶ କୁମାରଙ୍କୁ ସସପେଣ୍ଡ କରିଦେଇଛନ୍ତି ଏସପି। ବୈଦ୍ୟନାଥ ମହତୋ ୧୩ନମ୍ୱର ଓ୍ୱାର୍ଡର ଜିଲ୍ଲା ପରିଷଦ ସଦସ୍ୟ ଦିଲସୁଖ ଦେବୀଙ୍କ ସ୍ୱାମୀ। ତାଙ୍କ ହତ୍ୟାର ଆରୋପ ଗାଁର ତ୍ରିଭୂବନ କୁଶଓ୍ୱାହା ଓରଫ ଏଜାଜ୍ ଉପରେ ଲାଗିଛି। ଏଜାଜ ଗାଁରେ ଚୋରା ମଦ ବେପାର କରେ। ବୈଦ୍ୟନାଥ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଆକଟ କରୁଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ବିବାଦ ଚାଲିଥିଲା। ଆଉ ଏହି ବିବାଦ କାରଣରୁ ବୈଦ୍ୟନାଥ ମହତୋଙ୍କୁ ଟାର୍ଗେଟ କରି ଫାୟାରିଂ କରିଥିଲା। ସକାଳ ୬ଟାରେ ମର୍ଣ୍ଣିଂ ଓ୍ୱାକରେ ବାହାରିଥିଲେ ବୈଦ୍ୟନାଥ। ଏତିକିବେଳେ ବାଇକରେ ୩ ଜଣ ଆସିଥିଲେ। ବୈଦ୍ୟଙ୍କ ଉପରକୁ ୧୦ ରାଉଣ୍ଡ ଫାୟାରିଂ କରିଥିଲେ। ଆଉ ୮ଟି ଗୁଳି ଦେହରେ ବାଜିଥିଲା। ୩ଟି ଗୁଳି ପିଠି ଓ ଗୋଟିଏ ମୁଣ୍ଡରେ ବାଜିଥିଲା। ୪ଟି ଗୁଳି ତାଙ୍କ ଶରୀରର ଅଲଗା ଅଂଶରେ ଲାଗିଛି।ଏହା ପୂର୍ବରୁ ଅଗଷ୍ଟ ୨୮ରେ ଅଭିଯୁକ୍ତ ଫାଙ୍କା ଗୁଳିଚାଳନା କରିଥିଲା। ଥାନା ଘେରାଓ ପରେ ଏତଲା ରଖିଥିଲେ ଥାନା ଅଧିକାରୀ। ଆଜି ସକାଳେ ୬ରେ ମର୍ଡର ହେଲା। କିନ୍ତୁ ପୁଲିସ ଆସିଲା ୯ଟାରେ। ଏହାକୁ ନେଇ ଲୋକେ ତାତି ଉଠିଥିଲେ। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ତନାଘନା ଜାରି ରଖିଛି।
