ଆସାମରେ ପ୍ରଳୟଙ୍କାରୀ ବନ୍ୟା- ୬୮ ମୃତ
ଆସାମ ବନ୍ୟା ବିପତ୍ତିର ମୁଖ୍ୟ କେନ୍ଦ୍ର ଅଟେ ବ୍ରହ୍ମପୁତ୍ର ନଦୀ। ଅରୁଣାଚଳର ପାହାଡ଼ି ନଦୀର ପାଣି ଏହା ସହ ମିଶି ଆସାମରେ ପ୍ରବେଶ କରେ। ଫଳରେ ଜଳସ୍ତର ଅଚାନକ ବଢ଼ିଯାଏ। ବଡ଼ କଥା ହେଲା। ଆସାମର ୩ଟି ଜିଲ୍ଲା- ଶିବସାଗର, ଚରାଇଦେବ ଓ ଜୋରହାଟ କେବେ ବି ପ୍ରବଳ ବନ୍ୟାର ସାମ୍ନା କରିନଥିଲା। କାରଣ ଏ ୩ ଜିଲ୍ଲା ଉଚ୍ଚରେ ଅଛି। ହେଲେ ଏଥର ଏ ସବୁ ଜିଲ୍ଲାରେ ପ୍ରଳୟଙ୍କାରୀ ବନ୍ୟାର ପ୍ରକୋପ

ଆସାମରେ ପ୍ରଳୟଙ୍କାରୀ ବନ୍ୟା। ସାଢ଼େ ୪ଲକ୍ଷ ଲୋକ ପ୍ରଭାବିତ। ଆଜି ଯାଏଁ ବନ୍ୟାରେ ୬୮ ଜଣଙ୍କ ଜୀବନ ଗଲାଣି। ୬ ଜିଲ୍ଲାରେ ରେସକ୍ୟୁ ଅପରେସନ ଜାରି। ଶିବସାଗର, ଗୋଲାଘାଟ, ଚରାଇଦେବ, ଜୋରହାଟ, ନଗାଁଓ ଓ କାମରୁପ ଜିଲ୍ଲାରେ ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କୁ ୯୦ଟି ଅସ୍ଥାୟୀ ଶିବିରରେ ରଖାଯାଇଛି। ଅସ୍ଥାୟୀ ଶିବିରରେ ୨୮ହଜାରରୁ ଅଧିକ ଲୋକ ମୁଣ୍ଡେ ଗୁଞ୍ଜିଛନ୍ତି। ଅବଶ୍ୟ ଗଲା ୨୪ ଘଣ୍ଟା ଭିତରେ କୌଣସି ନୂଆ ମୃତ୍ୟୁର ଖବର ଆସିନି। ପ୍ରଭାବିତ ଲୋକଙ୍କ ପାଖକୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପହଞ୍ଚାଇବାର କାମ ଜାରି ରହିଛି। ଗୋଲାଘାଟ ଜିଲ୍ଲାର ନୁମାଲିଗଡ଼ରେ ଧନିସିରି ନଦୀ ଏବେ ବି ବିପଦସଙ୍କେତ ଉପରେ ବହୁଛି। ରେସକ୍ୟୁ ଅପରେସନରେ ଏନଡିଆରଏଫ, ଏସଡିଆରଏଫ ଲାଗିଛନ୍ତି। ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ସକାଶେ ୬୭ଟି ମଟର ଚାଳିତ ଡଙ୍ଗା ନିୟୋଜିତ କରାଯାଇଛି। ପ୍ରବଳ ବନ୍ୟାରୁ ୩୭ହଜାର ହେକ୍ଟରରୁ ଅଧିକ ଫସଲ ପାଣିରେ ବୁଡ଼ିଯାଇଛି। ୨୬ହଜାରରୁ ଅଧିକ ପଶୁ ବି ବନ୍ୟାରେ ଭାସିଯାଇଛନ୍ତି। ପ୍ରଭାବିତ ଜିଲ୍ଲାରେ ଅନେକ ଘର ଭାଙ୍ଗିଛି। ରାସ୍ତା ଧୋଇଯାଇଛି। ଭିତ୍ତିଭୂମି ନଷ୍ଟ ହୋଇଛି। ବ୍ରହ୍ମପୁତ୍ର ନଦୀର ବିଶାଳ ଜଳଧାରା, ହିମାଳୟ ତରଳିବା, ପାହାଡ଼ରେ ଘେରା ଆସାମ ଘାଟି ଓ ପୂର୍ବୋତ୍ତର ରାଜ୍ୟରେ ହେଉଥିବା ମୂଷଳଧାରା ବର୍ଷା ଓ ସର୍ବୋପରି ଜଳବାୟୁ ପରିବର୍ତ୍ତନ ଲାଗି ପ୍ରତି ବର୍ଷ ଆସାମରେ ବନ୍ୟାର ପ୍ରକୋପ ଦେଖାଯାଉଛି। ଆସାମ ବନ୍ୟା ବିପତ୍ତିର ମୁଖ୍ୟ କେନ୍ଦ୍ର ଅଟେ ବ୍ରହ୍ମପୁତ୍ର ନଦୀ। ଅରୁଣାଚଳର ପାହାଡ଼ି ନଦୀର ପାଣି ଏହା ସହ ମିଶି ଆସାମରେ ପ୍ରବେଶ କରେ। ଫଳରେ ଜଳସ୍ତର ଅଚାନକ ବଢ଼ିଯାଏ। ବଡ଼ କଥା ହେଲା। ଆସାମର ୩ଟି ଜିଲ୍ଲା- ଶିବସାଗର, ଚରାଇଦେବ ଓ ଜୋରହାଟ କେବେ ବି ପ୍ରବଳ ବନ୍ୟାର ସାମ୍ନା କରିନଥିଲା। କାରଣ ଏ ୩ ଜିଲ୍ଲା ଉଚ୍ଚରେ ଅଛି। ହେଲେ ଏଥର ଏ ସବୁ ଜିଲ୍ଲାରେ ପ୍ରଳୟଙ୍କାରୀ ବନ୍ୟାର ପ୍ରକୋପ ଦେଖାଗଲା। ଆସାମ ବନ୍ୟାସ୍ଥିତିରେ ସାହାଯ୍ୟ ଓ ସହଯୋଗ ଲାଗି ଭୂମି ପେଡନେକର ଓ ପାପୋନଙ୍କ ଭଳି ସେଲିବ୍ରିଟି ଅପିଲ୍ କରିଛନ୍ତି। ଆସାମରେ ପ୍ରତିବର୍ଷ ବନ୍ୟା ହୁଏ। ପ୍ରବଳ ବର୍ଷା, ବ୍ରହ୍ମପୁତ୍ର ଓ ତା ସହଯୋଗୀ ନଦୀରେ ଜଳସ୍ତର ବୃଦ୍ଧିରୁ ବନ୍ୟା ଆସିଥାଏ। ଏହି ୩ ଜିଲ୍ଲାରେ ଶହ ଶହ ଗାଁ ଜଳମଗ୍ନ ହୋଇପଡ଼ିଛି। ୧୮ରୁ ୨୦ ଜୁଲାଇ ଭିତରେ ପଡ଼ୋଶୀ ରାଜ୍ୟ ନାଗାଲାଣ୍ଡରେ ମୂଷଳଧାରାରେ ବର୍ଷା ହୋଇଥିଲା। ନାଗାଲାଣ୍ଡରୁ ଆସିଥିବା ପାଣି ସହାୟକ ନଦୀ ଶିବସାଗର, ଚରାଇଦେବ ଓ ଜୋରହାଟରେ ପଶିଲା। ଆଉ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କଲା।
