୭ ମିନିଟରେ ବଦଳିଗଲା ମ୍ୟାଚର ମୋଡ଼- ଫାଇନାଲରେ ଆର୍ଜେଣ୍ଟିନା
୭ ମିନିଟରେ ବଦଳିଗଲା ମ୍ୟାଚର ମୋଡ଼। ଦ୍ୱିତୀୟ ସେମିଫାଇନାଲରେ ଶେଷ ୭ ମିନିଟରେ ଆର୍ଜେଣ୍ଟିନା ଟିମ୍ ପ୍ରମାଣିତ କରିଦେଲା ଯେ, ସେ କାହିଁକି ଚାମ୍ପିଅନ। ରବିବାର ନ୍ୟୁଜର୍ସିରେ ସ୍ପେନ ସହ ଟ୍ରଫି ଲାଗି ଲଢ଼ିବ ଆର୍ଜେଣ୍ଟିନା। ପ୍ରଥମାର୍ଦ୍ଧ ଖେଳ ଅଧିକାଂଶ ଫାଉଲରେ ସରିଥିଲା। ଫାଇନାଲରେ ଆର୍ଜେଣ୍ଟିନା ପହଞ୍ଚିବା ସହ ଏକ ବଡ଼ ବିଶ୍ୱରେକର୍ଡ ବି ଭାଙ୍ଗିଦେଲେ ମେସି।

ଫିଫା ଫାଇନାଲରେ ନିଜ ଜାଗା ପକ୍କା କଲା ଆର୍ଜେଣ୍ଟିନା। ଇଂଲଣ୍ଡକୁ ୨-୧ରେ ହରାଇ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଟିମ୍ ଦ୍ୱିତୀୟ ଥର ଫିଫା ଫାଇନାଲରେ ପହଞ୍ଚିଛି। ୭ ମିନିଟରେ ବଦଳିଗଲା ମ୍ୟାଚର ମୋଡ଼। ଦ୍ୱିତୀୟ ସେମିଫାଇନାଲରେ ଶେଷ ୭ ମିନିଟରେ ଆର୍ଜେଣ୍ଟିନା ଟିମ୍ ପ୍ରମାଣିତ କରିଦେଲା ଯେ, ସେ କାହିଁକି ଚାମ୍ପିଅନ। ରବିବାର ନ୍ୟୁଜର୍ସିରେ ସ୍ପେନ ସହ ଟ୍ରଫି ଲାଗି ଲଢ଼ିବ ଆର୍ଜେଣ୍ଟିନା। ପ୍ରଥମାର୍ଦ୍ଧ ଖେଳ ଅଧିକାଂଶ ଫାଉଲରେ ସରିଥିଲା। ଫାଉଲକୁ ନେଇ ଖେଳାଳୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ବି ସୃଷ୍ଟି ହୋଇଥିଲା। ଆର୍ଜେଣ୍ଟିନାର ମାର୍ଟିନେଜ ଓ ଇଂଲଣ୍ଡର ଇଲିୟଟ ଆଣ୍ଡରସନଙ୍କୁ ୟେଲୋ କାର୍ଡ ଦେଖାଯାଇଥିଲା। ସୀମିତ ମଉକା ଭିତରେ ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇପାରିନଥିଲା। ହେଲେ ଦ୍ୱିତୀୟାର୍ଦ୍ଧ ପୁରା କାହାଣୀକୁ ବଦଳାଇଦେଲା। ୫୫ ମିନିଟରେ ଇଂଲଣ୍ଡର ମୋର୍ଗାନ ରୋଜର୍ସ ଏକ ଜାଦୁ ପାସ୍ ଦେଇଥିଲେ। ଆଉ ଏନ୍ଥନି ଗାର୍ଡେନ ଶାନଦାର ଫିନିସିଂ କରି ଗୋଲ ଦେଇଥିଲେ। ଇଂଲଣ୍ଡ ୧-ରେ ଆଗୁଆ ଥିଲା। ଏହା ପରେ ଆର୍ଜେଣ୍ଟିନା ଉପରେ ଚାପ ପଡ଼ିଥିଲା। ହେଲେ ୮୫ତମ ମିନିଟରେ ଆରମ୍ଭ ହେଲା ମେସିଙ୍କ ନେତୃତ୍ୱାଧୀନ ଟିମର କରାମତି। ଗଡ ଅଫ ଫୁଟବଲ କୁହାଯାଉଥିବା ମେସି ସମ୍ଭାଳିଥିଲେ କମାଣ୍ଡ। ଡିଫେଣ୍ଡର୍ସଙ୍କୁ ଚକମା ଦେଇ ଏଞ୍ଜୋ ଫର୍ଣ୍ଣାଣ୍ଡିଜଙ୍କୁ ପାସ ଦେଇଥିଲେ। ଆଉ ବୁଲେଟ ସଟ୍ ମାରି ସ୍କୋରକୁ ବରାବର କରିଦେଲେ ଏଞ୍ଜୋ। ଯେତେବେଳେ ମ୍ୟାଚ୍ ଏକ୍ସଟ୍ରା ଟାଇମ ଆଡ଼କୁ ବଢ଼ୁଥିଲା। ସେତିକିବେଳେ ମେସି ଆଉ ଏକ ପାସ୍ ଦେଇଥିଲେ। ଯାହା ବଳରେ ଲାଓଟାରୋ ମାର୍ଟିନେଜ କୌଣସି ଭୁଲ୍ ନ କରି ଗୋଲ କରିଥିଲେ। ଆଉ ମାତ୍ର ୭ ମିନିଟ ଭିତରେ ସ୍କୋର ୧-୦ରୁ ୨-୧କୁ ବଦଳିଯାଇଥିଲା। ଫାଇନାଲ ସିଟି ବାଜିବା ମାତ୍ରେ ମେସି ଆଟଲାଣ୍ଟା ମୈଦାନରେ ଆଣ୍ଠୁ ମାଡ଼ି ବସିଗଲେ ଓ ତାଙ୍କ ଆଖି ଛଳଛଳ ହୋଇଗଲା। ଏହି ମ୍ୟାଚରେ ୬୮ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ମେସି। ଆଉ ମାରାଡୋନାଙ୍କ ରେକର୍ଡର ବି ସମକକ୍ଷ ହୋଇପାରିଛନ୍ତି। ଫାଇନାଲରେ ସ୍ପେନ ସହ ଟ୍ରଫି ପାଇଁ ଲଢ଼ିବ ଆର୍ଜେଣ୍ଟିନା। ଇଂଲଣ୍ଡ ସହ ସେମିଫାଇନାଲରେ ଜିତ୍ ହାସଲ କରିଥିବା ଆର୍ଜେଣ୍ଟିନାର ୨ ଟି ଗୋଲ ମେସିଙ୍କ ଆସିଷ୍ଟ ବଳରେ ହୋଇପାରିଛି। ଯେଉଁ ଦୁଇଟି ଗୋଲ ଏଞ୍ଜୋ ଫର୍ଣ୍ଣାଣ୍ଡିଜ୍ ଓ ଲଟାରୋ ମାର୍ଟିନେଜ କରିଥିଲେ। ଫାଇନାଲରେ ଆର୍ଜେଣ୍ଟିନା ପହଞ୍ଚିବା ସହ ଏକ ବଡ଼ ବିଶ୍ୱରେକର୍ଡ ବି ଭାଙ୍ଗିଦେଲେ ମେସି। ୩୯ ବର୍ଷ ୨୫ଦିନରେ ଲିୟୋନେଲ ମେସି ଫିଫା ବିଶ୍ୱକପ ଫାଇନାଲ ପାଇଁ କ୍ୱାଲିଫାଏ କରିଥିବା ସବୁଠୁ ବୟସ୍କ ଆଉଟଫିଟ୍ ଖେଳାଳୀ ସାଜିଗଲେ। ସେ ସ୍ୱିଡେନର ଗୁନ୍ନାର ଗ୍ରୀନଙ୍କ ରେକର୍ଡ ଭାଙ୍ଗିଦେଲେ। ଯିଏ ୩୭ ବର୍ଷ ୨୪୧ ଦିନରେ ଇଟାଲୀ ବିରୁଦ୍ଧରେ ୧୯୫୮ ବିଶ୍ୱକପ ଫାଇନାଲ ଖେଳିଥିଲେ। ସେଥିଲାଗି ୩୯ ବର୍ଷ ବୟସ ପରେ ଫାଇନାଲ ଖେଳିବାରେ ପ୍ରଥମ ଖେଳାଳୀ ସାଜିଲେ ମେସି। ଲିୟୋନେଲ ମେସି ଡିଏଗୋ ମାରାଡୋନା (୧୯୮୬, ୧୯୯୦) ଙ୍କ ପରେ ନିଜ ଟିମକୁ ଲଗାତାର ଦୁଇଟି ଫିଫା ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇବାରେ ପ୍ରଥମ କ୍ୟାପଟେନ ବି ସାଜିଗଲେ।
