ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ସୁବାସି ଯୁଆଙ୍ଗ l
ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 8କୁ ଵୃଦ୍ଧି, ସୁବାସି ଯୁଆଙ୍ଗଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା l
ହରିଚନ୍ଦନପୁର: ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ସୁବାସି ଯୁଆଙ୍ଗ l ତାମିଲନାଡୁ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ l କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମ ପଂଚାୟତ ବାଲିସାହିରୁ ଆସିଛି ଏଭଳି ଦୁଖଦଃ ଦୃଶ୍ୟ l ମୃତ ଯୁଵତୀ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ବାଲିସାହିର 24 ଵର୍ଷୀୟ ସୁବାଶି ଜୁଆଙ୍ଗ l ଗ୍ୟାସ ଟ୍ରାଜେଡିରେ ଗୁରୁଵାର ସୁଦ୍ଧା କେନ୍ଦୁଝର ଜିଲ୍ଲାରୁ 7 ଜଣଙ୍କର ମୃତ୍ଯୁ ହୋଇଥିଵା ଵେଳେ ଆଜି ମୃତ୍ୟୁ ସଂଖ୍ୟା 8କୁ ଵୃଦ୍ଧି ହୋଇଛି l ଘରର ରୋଜଗାରିଆ ଝିଅର ମୃତ୍ୟୁ ଘଟଣାରେ ଗାଁ ଆଜି ସ୍ତବ୍ଧ ହୋଇଯାଇଛି l ଝିଅକୁ ଝୁରୁଛି ପରିବାର, 10 ଵର୍ଷ ତଳୁ ଵାପାକୁ ହରାଇ ଥିଵା ସୁଵାସୀ ଘରର ବୋଝ ମୁଣ୍ଡେଇ ଚାରି ବର୍ଷ ହେଲା ତାମିଲନାଡୁର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ, କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଫ୍ୟାକ୍ଟ୍ରିରେ ଏମୋନିଆ ଗ୍ୟାସ୍ ଲିକ ହେବାରୁ ସେଠାରେ ଗୁରତର ଅବସ୍ଥାରେ ଜୀବନ ଚାଲିଗଲା l ସୂଚନା ଅନୁସାରେ,ତାମିଲନାଡୁର ତିରୁଭାଲୁର ଜିଲ୍ଲାର ପେରିୟାପାଲାୟମ୍ ନିକଟସ୍ଥ କନ୍ନିଗାଇପେୟାରଠାରେ ଥିବା ଏକ ସି ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇଥିଲା। ତେବେ ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଓଡ଼ିଶାର 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏବେବି ଓଡ଼ିଆ ଶ୍ରମିକ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ରିପୋର୍ଟ- ଉତ୍ତମ କୁମାର ଗିରି
