AI LINK STOCKS FALL : ବିଶ୍ୱ ଶେୟାର ବଜାରରେ ଟେକ୍ ଷ୍ଟକ୍ରେ ବଡ଼ ଧରଣର ହ୍ରାସ
ଏସିଆର Soft bank ,Kioxia,Tawaina semi-conducter ଓ Samsung Electronics ଭଳି AI ର ସହ ଜଡିତ ଷ୍ଟକ ହ୍ରାସ ପାଇଛି | ୟୁରୋପରେ ଟେକ ଇଣ୍ଡଷ୍ଟ୍ରି ପାଖାପାଖି ୨% ତଳକୁ ଆସିଥିଲା | ASML, ASMI, Inferion ଓ Soitec ଭଳି କମ୍ପାନୀର ଷ୍ଟକ ଦ୍ରୁତ ଗତିରେ ହ୍ରାସ ପାଇବା ଦେଖିବାକୁ ମିଳିଛି |

AI ଦ୍ରୁତ ଗତିରେ ହେଉଥିବା ବିକାଶକୁ ନେଇ ଟେକ ଇଣ୍ଡଷ୍ଟ୍ରିକୁ ଦିଗ୍ଗଜମାନଙ୍କ ଚେତାବନୀର ପ୍ରଭାବ ସୋମବାର ବିଶ୍ୱ ସେୟାର ବଜାରରେ ଦେଖିବାକୁ ମିଳିଛି | AI ସହ ଜଡିତ ଶେୟାରଗୁଡିକରେ ବିକ୍ରି ବଢିବା କାରଣରୁ ୟୁରୋପ ଓ ଏସିଆର ଟେକ ବଜାର ଚାପରେ ଆସିଛି | ବର୍ତ୍ତମାନ , Anthropicର CEO ଦରିୟା ଅମୋଡେଇ AI ବିକାଶର ଗତିକୁ ନିୟନ୍ତ୍ରଣ କରିବାକୁ ଅପିଲ କରିଛନ୍ତି | ସେ ଆଡ଼ଭାନ୍ସ AI ସିଷ୍ଟମ ଏବଂ AI ଏଜେଣ୍ଟର ସମ୍ଭାବ୍ୟ ଦୁର୍ବ୍ୟବହାର ବା ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି | Open AIର CEO ସେମ ଆଲର୍ଟମେଟ ଏବଂ ଅନ୍ୟ ପ୍ରମୁଖ ଟେକ୍ ଲିଡର ବି AI ବିକାଶର ସାବଧାନ ଓ ଉନ୍ନତ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ | ଏହି ବିବୃତ୍ତି ପରେ ନିବେଶକଙ୍କ ମଧ୍ୟରେ AI ର ପ୍ରଯୁକ୍ତି ବିଦ୍ୟାର ବିକାଶ ଉପରେ ବିଳମ୍ୱ ହେଲେ AI ଚିପ୍ସ,ଡାଟା ସେଣ୍ଟର ଓ ମେମୋରି ଚିପ୍ସ ଚାହିଦା ଉପରେ ପ୍ରଭାବିତ କରିପାରେ ବୋଲି ଚିନ୍ତା କରିଛନ୍ତି | ଏହାର ସଳଖ ପ୍ରଭାବ ଟଚ ଓ ସେମିକଣ୍ଡକ୍ଟର କମ୍ପାନୀର ଷ୍ଟକ ଉପରେ ପଡିଛି | ଏସିଆର Soft bank ,Kioxia,Tawaina semi-conducter ଓ Samsung Electronics ଭଳି AI ର ସହ ଜଡିତ ଷ୍ଟକ ହ୍ରାସ ପାଇଛି | ୟୁରୋପରେ ଟେକ ଇଣ୍ଡଷ୍ଟ୍ରି ପାଖାପାଖି ୨% ତଳକୁ ଆସିଥିଲା | ASML, ASMI, Inferion ଓ Soitec ଭଳି କମ୍ପାନୀର ଷ୍ଟକ ଦ୍ରୁତ ଗତିରେ ପାଇବାର ଦେଖିବାକୁ ମିଳିଛି | ବଜାରର ବିଶେଷଜ୍ଞଙ୍କ ଅନୁସାରେ, ବର୍ତ୍ତମାନ ଏହି AI ସେକ୍ଟର ଭବିଷ୍ୟତ ଅନିଶ୍ଚିତ ରହିଛି | କିନ୍ତୁ ନିବେଶକଙ୍କ ଚିନ୍ତା ନିଶ୍ଚିତ ଭାବରେ ବୃଦ୍ଧି ପାଇଛି | AI ଷ୍ଟକର ଉଚ୍ଚ ଭ୍ୟାଲୁକୁ ନେଇକି ପ୍ରଥମରୁ ହିଁ ପ୍ରଶ୍ନ ଉଠିଛି ଏବଂ ବିକାଶର ଗତି କମ ହେବାର ଆଶଙ୍କାକୁ ଆହୁରି ବୃଦ୍ଧି କରିଛି |
