ମୋଦିଙ୍କୁ ଗାଳି କରିଥିଲେ- ଏବେ କ୍ଷମା ମାଗିଲେ ଭାଇରାଲ ଗାର୍ଲ
ଜନ୍ତରମନ୍ତରରେ ଜେନ-ଜି କହୁଥିବା ପୀଢ଼ିର କିଛି ବ୍ୟକ୍ତି ତାଙ୍କୁ ତ ଗାଳି କଲେ। ତାଙ୍କ ସ୍ୱର୍ଗୀୟ ମାତାଙ୍କୁ ବି ବାଦ୍ ଦେଲେନି। ଏହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଏହା କଲଚରାଲ ସକ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ରୁଚିକା ସିଂ ବି କ୍ଷମା ମାଗିଛନ୍ତି। ହାତ ଯୋଡ଼ି ସେ କ୍ଷମାମାଗିବା ସହ ସେ କ୍ଷମା ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି।

ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହିଥିବା ରୁଚିକା ସିଂଙ୍କ ବିରୁଦ୍ଧରେ ଏତଲା ହୋଇଛି। ନୋଏଡା ପୁଲିସ ଏତଲା କରିଛି। ସୁପ୍ରିମକୋର୍ଟ ଓକିଲ ସ୍ମୃତି ସିଂ ଚନ୍ଦେଲଙ୍କ ଅଭିଯୋଗକ୍ରମେ ଏହି ଏତଲା ରୁଜୁ ହୋଇଛି। ଯେହେତୁ ମାମଲା ଦିଲ୍ଲୀ ସୀମା ସହ ଜଡ଼ିତ। ସେଥିଲାଗି ନୋଏଡା ପୁଲିସ ଜିରୋ ଏଫଆଇଆର୍ ଆଧାରରରେ ମାମଲାକୁ ଆଗକୁ ନେଇଛି। ସେପଟେ ଏତଲାକୁ ନେଇ ସିଜେପି ମୁଖପାତ୍ର ସୌରଭ ଦାସ କହିଛନ୍ତି ଯେ, ଏହା ପୁରା ଆଇନବିରୋଧୀ। ଯଦି ଏମିତି କୌଣସି ଭାଷାର ପ୍ରୟୋଗ ହୋଇଛି ଆଉ ଯାହା ଅପମାନଜନକ। ସମ୍ୱନ୍ଧିତ ବ୍ୟକ୍ତିଙ୍କ ବିରୁଦ୍ଧରେ ସିଭିଲ ଓ କ୍ରିମିନାଲ କେସ୍ ସହ ମାନହାନି ମକଦ୍ଦମା କରିପାରିବେ। ହେଲେ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କ୍ରିମିନାଲ କାର୍ଯାନୁଷ୍ଠାନ କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ। କେବଳ ଆପତ୍ତିଜନକ ଭାଷା ଲାଗି କାହାକୁ ସଜ୍ଜା ଦେବା କଥା ନୁହେଁ। ଭାଷା ଖରାପ ବି ହୋଇପାରେ। କାହାକୁ ଆପତ୍ତିଜନକ ବି ଲାଗିପାରେ। ହେଲେ ଏହା କ୍ରିମିନାଲ କାର୍ଯାନୁଷ୍ଠାନ ଲାଗି ବଡ଼ କାରଣ ହୋଇନପାରେ। ଲୋକଙ୍କ ଭିତରେ ଭୟ ସଞ୍ଚାର କରାଯାଉଛି। ଏହା ସହ ଯୁବପୀଢ଼ିଙ୍କୁ ଅପିଲ କରିଥିଲେ, ଅପମାନଜନକ ଟିପ୍ପଣୀ ଦେବା ବେଳେ ସାବଧାନ ଓ ସତର୍କ ରୁହନ୍ତୁ। କୌଣସି ରାଜନୈତିକ ଉଦ୍ଦେଶ୍ୟରେ ନିଜ ଶକ୍ତିର ଦୁରୁପଯୋଗ କରନ୍ତୁନି। କଂଗ୍ରେସ ସାଂସଦ ପଓ୍ୱନ ଖେରା କହିଛନ୍ତି, ଅପଶବ୍ଦ କହିବା କଥା ନୁହେଁ। ଯଦି ଘରର ପିଲାଏ କୌଣସି ଦୋଷ କରିଦେଇଛନ୍ତି, ସେମାନଙ୍କ ବିରୁଦ୍ଧରେ କେସ୍ ରୁଜୁ ହେବା କଥା କି। ରୁଚିକା ତ ପିଲାଟିଏ। ହେଲେ ତାଙ୍କ ପଛରେ ପୁରା ରାଇଟ ଓ୍ୱିଙ୍ଗ୍ ଇକୋସିଷ୍ଟମ ପଛରେ ପଡ଼ିଛନ୍ତି। ତାଙ୍କ ବ୍ୟକ୍ତିଗତ ତଥ୍ୟକୁ ବି ସାର୍ବଜନୀନ କରିଦିଆଗଲା। ସିଜେପି ପ୍ରଦର୍ଶନ ବେଳେ ରୁଚିକା ସିଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ପ୍ରୟୋଗ କରିଥିଲେ। ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା। ପ୍ରଧାନମନ୍ତ୍ରୀ ଏଭଳି କଥାରେ ବ୍ୟଥିତ। ଜନ୍ତରମନ୍ତରରେ ଜେନ-ଜି କହୁଥିବା ପୀଢ଼ିର କିଛି ବ୍ୟକ୍ତି ତାଙ୍କୁ ତ ଗାଳି କଲେ। ତାଙ୍କ ସ୍ୱର୍ଗୀୟ ମାତାଙ୍କୁ ବି ବାଦ୍ ଦେଲେନି। ଏହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଏହା କଲଚରାଲ ସକ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆକ୍ରୋଶରୁ ସମାଜରେ ଅପସଂସ୍କୃତିର ପ୍ରଚାରରେ ସେ ମର୍ମାହତ ସହ ଯୁବ ପୀଢିଙ୍କୁ କେମିତି ରାଷ୍ଟ୍ରହିତରେ ଲଗାଯାଇପାରିବ, ସେ ବାବଦରେ ସୋସିଆଲ ମିଡିଆରେ ଦେଶବାସୀଙ୍କୁ ଅପିଲ କରିଛନ୍ତି। ଯେଉଁ ଝିଅ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି, ସେମାନଙ୍କୁ ସେ କ୍ଷମା କରିଦେଇଛନ୍ତି। ଦେଶ ଲାଗି ମିଳିମିଶି ଆଗକୁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତ୍ରୁଟିରୁ ଶିଖନ୍ତୁ ଓ ଆଗକୁ ବଢ଼ନ୍ତୁ ବୋଲି ଅପିଲ୍ କରିଛନ୍ତି। ସେପଟେ ରୁଚିକା ସିଂ ବି କ୍ଷମା ମାଗିଛନ୍ତି। ହାତ ଯୋଡ଼ି ସେ କ୍ଷମାମାଗିବା ସହ ସେ କ୍ଷମା ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି। ଏଭଳି ଆଚରଣ ଲାଗି ସେ ଲଜ୍ଜିତ ବୋଲି କହିଛନ୍ତି ରୁଚିକା।
