ନିଟ୍ ଓ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ଆମ୍ ଆଦମୀ ପାର୍ଟିର ରାଲି
କେନ୍ଦୁଝର: ନିଟ୍ ଓ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ଆପ୍ର ରାଲି । କେନ୍ଦୁଝର ଜିଲ୍ଲା ସଂଗଠନ ପକ୍ଷରୁ ଜିଲ୍ଲାପାଳ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ।
କେନ୍ଦୁଝର: ନିଟ୍ ଓ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ଆପ୍ର ରାଲି । କେନ୍ଦୁଝର ଜିଲ୍ଲା ସଂଗଠନ ପକ୍ଷରୁ ଜିଲ୍ଲାପାଳ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର । ନିଟ୍ (NEET) ଓ ଅନ୍ୟାନ୍ୟ ଜାତୀୟ ସ୍ତରର ପରୀକ୍ଷାରେ ପ୍ରଶ୍ନପତ୍ର ଦୁର୍ନୀତି ଓ ଅନିୟମିତତା ଅଭିଯୋଗକୁ ନେଇ ଆମ୍ ଆଦମୀ ପାର୍ଟି କେନ୍ଦୁଝର ଜିଲ୍ଲା ସଂଗଠନ ପକ୍ଷରୁ ଶୁକ୍ରବାର ପ୍ରତିବାଦ କରାଯାଇଛି। ପ୍ରତିବାଦକାରୀମାନେ ଏହି ଘଟଣାର ନୈତିକ ଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ଏହା ସହିତ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି। ଶୁକ୍ରବାର ସ୍ଥାନୀୟ ରୋଟାରୀ କ୍ଲବ ଛକରୁ ଆମ୍ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ଏକ ପ୍ରତିବାଦ ରାଲି ବାହାର କରିଥିଲେ। ଏହି ରାଲି ଗାନ୍ଧୀ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ସ୍ଲୋଗାନ ଦେଇ ଆପ୍ ନେତାମାନେ ପରୀକ୍ଷା ଦୁର୍ନୀତି ବିରୋଧରେ ଶକ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ସମୟରେ ଆପ୍ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀକାନ୍ତ କୁମାର ପାଣି ମଧ୍ୟ ଉପସ୍ଥିତ ଥିଲେ।

