ତାଜକୁ ୨୭ କୋଟିର ନୋଟିସ..
ରାସ୍ତା ବ୍ୟବହାର ପାଇଁ ୪.୯୭ କୋଟି ଓ ଫୁଟପାଥ ବ୍ୟବହାର ପାଇଁ ୨୨.୧୫ କୋଟି ଟିକସ ଦେବାକୁ ପଡ଼ିବ। ମୋଟ୍ ୨୭.୧୨ କୋଟି ଟଙ୍କାର ନୋଟିସ ଭିତରେ ମାର୍ଚ୍ଚ ୨୦୨୬ ଯାଏ ସୁଧ ଓ ଶୁଳ୍କ ବି ସାମିଲ ଅଛି। ଏ ବିବାଦ ହୋଟେଲ ନିକଟରେ ଥିବା ୮୬୯.୫୯ ବର୍ଗମିଟରର ସଡ଼କ ଓ ୧୧୩୬.୩ ବର୍ଗମିଟରର ଜାଗା ସହ ଜଡ଼ିତ।

ତାଜକୁ ୨୭ କୋଟିର ନୋଟିସ। ୨୬/୧୧ ଆତଙ୍କି ଆକ୍ରମଣ ପରଠୁ ହୋଟେଲ ଆଖପାଖ ସଡ଼କ ଓ ଫୁଟଫାଥକୁ ବ୍ୟବହାର କରୁଥିବାରୁ ବିଏମସି ମାଗିଲା ଟିକସ। ୨୬/୧୧ ଆତଙ୍କି ଆକ୍ରମଣ ପରଠୁ ମୁମ୍ୱାଇର କୋଲଭା ସ୍ଥିତ ତାଜମହଲ ପ୍ୟାଲେସ ହୋଟେଲ ସୁରକ୍ଷା ପାଇଁ ବ୍ୟବହାର କରିଥିବା ସଡ଼କ ଓ ଫୁଟପାଥ ପାଇଁ ୨୭.୧୨ କୋଟି ଟଙ୍କାର ନୋଟିସ ପଠାଇଛି ବିଏମସି। ଏ ସାର୍ବଜନୀକ ଜାଗାକୁ ବ୍ୟବହାର କରୁଥିଲା ହୋଟେଲ ତାଜ୍। ଏହା ସହ ପୂର୍ବରୁ ଦିଆଯାଇଥିବା ରିହାତିକୁ ବି ପ୍ରତ୍ୟାହାର କରିନେଇଛି ବିଏମସି। ରାସ୍ତା ବ୍ୟବହାର ପାଇଁ ୪.୯୭ କୋଟି ଓ ଫୁଟପାଥ ବ୍ୟବହାର ପାଇଁ ୨୨.୧୫ କୋଟି ଟିକସ ଦେବାକୁ ପଡ଼ିବ। ମୋଟ୍ ୨୭.୧୨ କୋଟି ଟଙ୍କାର ନୋଟିସ ଭିତରେ ମାର୍ଚ୍ଚ ୨୦୨୬ ଯାଏ ସୁଧ ଓ ଶୁଳ୍କ ବି ସାମିଲ ଅଛି। ଏ ବିବାଦ ହୋଟେଲ ନିକଟରେ ଥିବା ୮୬୯.୫୯ ବର୍ଗମିଟରର ସଡ଼କ ଓ ୧୧୩୬.୩ ବର୍ଗମିଟରର ଜାଗା ସହ ଜଡ଼ିତ। ୨୬/୧୧ ଆତଙ୍କି ଆକ୍ରମଣ ପରେ ସୁରକ୍ଷା ପ୍ରାବଧାନ ସକାଶେ ଓ ପାର୍କିଂ ଲାଗି ଏଠାରେ ପ୍ଲାଣ୍ଟର୍ସ ଓ ବ୍ୟାରିକେଡ୍ ଲଗାଯାଇଥିଲା। ପ୍ରାରମ୍ଭରୁ ସଡ଼କ ଶୁଳ୍କରେ ୫୦ ପ୍ରତିଶତ ରିହାତି ଓ ଫୁଟପାଥ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବି କରିଥିଲା ତାଜ୍। ବିଏମସିର ଷ୍ଟାଣ୍ଡିଂ କମିଟି ଜାନୁଆରୀ ୨୦୨୧ରେ ଏହାକୁ ମଞ୍ଜୁରୀ ବି ଦେଇଥିଲା। କିନ୍ତୁ ଏ ମାମଲା ସାଧାରଣ ପରିଷଦ ବୈଠକରେ ଲମ୍ୱା ଚାଲିଲା। ବିଏସଇରୁ ବକେୟା ଆଦାୟ ପରେ ସମସ୍ତ ରିହାତିର ସମୀକ୍ଷା ହୋଇଥିଲା। ଫେବୃଆରୀ ୨୦୨୫ରେ ତାଜକୁ ଦିଆଯାଇଥିବା ରିହାତିକୁ ରଦ୍ଦ କରିଦେଇଥିଲେ ମ୍ୟୁନିସିପାଲ କମିଶନର। ଏହା ପରେ ତାଜ୍ ଓ ପାଖରେ ଥିବା ଟ୍ରାଇଡେଣ୍ଟ ହୋଟେଲକୁ ବି ନୋଟିସ ପଠାଗଲା। ଟ୍ରାଇଡେଣ୍ଟ ହୋଟେଲ ନିଜ ବାକି ସୁଝିଦେଇଛି। ଆଉ ଫୁଟପାଥରେ ସୁରକ୍ଷା ପ୍ଲାଣ୍ଟର୍ସକୁ ବି ହଟାଇଦେଇଛି। କିନ୍ତୁ ତାଜକୁ ବାରମ୍ୱାର ରିମାଇଣ୍ଡର ସତ୍ତ୍ୱେ ଶୁଳ୍କ ଦେଉନି। ନଗରନିଗମ ଅଧିକାରୀଙ୍କ କହିବା କଥା, ସୁରକ୍ଷା ନାଁରେ ସାର୍ବଜନୀକ ସଡ଼କ ଓ ଫୁଟପାଥ ବ୍ୟବହାର କରୁଥିବା ସମସ୍ତ କମର୍ସିଆଲ ପ୍ରତିଷ୍ଠାନ ଲାଗି ଗୋଟିଏ ନୀତି ଲାଗୁ ହେବ।
