ଜୁନ ୨୦ରେ ମିଳିବ PM-Kisan ଯୋଜନାର ୨୩ ତମ କିସ୍ତି, ବଦଳାନ୍ତୁ ପୁରୁଣା
ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ଚାଷୀଙ୍କୁ ପ୍ରଦାନ କରିବେ କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ ହଜାର ଟଙ୍କା ଯିବ ।

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର (PM-Kisan Samman Nidhi Yojana) ୨୩ତମ କିସ୍ତି ଚାଷୀଙ୍କୁ ପ୍ରଦାନ କରିବେ କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ ହଜାର ଟଙ୍କା ଯିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ରାଶି ୨ ହଜାର ଟଙ୍କାର ତିନୋଟି ସମାନ କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ପଠାଉଛନ୍ତି । ଏପର୍ଯ୍ୟନ୍ତ ୨୨ଟି କିସ୍ତି ସରିଥିବା ବେଳେ ଏବେ ଚାଷୀମାନେ ୨୩ତମ କିସ୍ତି ଆସନ୍ତାକାଲି ପାଇବାକୁ ଯାଉଛନ୍ତି । ପିଏମ୍ କିଷାନ ଯୋଜନାରେ ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବର ଚାଷୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ନମ୍ବରରେ ହିଁ ଓଟିପି (OTP), କିସ୍ତି ସମ୍ବନ୍ଧୀୟ ସୂଚନା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପଠାଯାଏ। ଯଦି ଆପଣଙ୍କର ପୁରୁଣା ନମ୍ବରଟି ବନ୍ଦ ହୋଇଯାଇଛି କିମ୍ବା ବଦଳି ଯାଇଛି, ତେବେ ତାହାକୁ ଯଥାଶୀଘ୍ର ଅପଡେଟ୍ କରିନେବା ଉଚିତ।
କେମିତି କରିବେ ମୋବାଇଲ ନମ୍ବର ଅପଡେଟ...
ଷ୍ଟେପ୍ ୧: ପ୍ରଥମେ ପିଏମ୍ କିଷାନର ଅଫିସିଆଲ୍ ୱେବସାଇଟ୍ (https://pmkisan.gov.in/) କୁ ଯାଆନ୍ତୁ।
ଷ୍ଟେପ୍ ୨: ହୋମ୍ ପେଜ୍ରେ ଦେଖାଯାଉଥିବା 'Farmer's Corner' ସେକ୍ସନକୁ ଯାଆନ୍ତୁ।
ଷ୍ଟେପ୍ ୩: ସେଠାରେ 'Update Self Registration' ବିକଳ୍ପ (Option) ଉପରେ କ୍ଲିକ୍ କରନ୍ତୁ।
ଷ୍ଟେପ୍ ୪: ଏବେ ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବର କିମ୍ବା ଆଧାର ନମ୍ବର ଦିଅନ୍ତୁ ।
ଷ୍ଟେପ୍ ୫: ଏହା ପରେ ନୂଆ ମୋବାଇଲ୍ ନମ୍ବର ଦିଅନ୍ତୁ, ଓଟିପି (OTP) ମାଧ୍ୟମରେ ତାହାକୁ ଯାଞ୍ଚ କରନ୍ତୁ।
ଷ୍ଟେପ୍ ୬: ସମସ୍ତ ସୂଚନା ଠିକ୍ ଭାବେ ଯାଞ୍ଚ କରିବା ପରେ 'Submit' ବଟନ୍ ଉପରେ କ୍ଲିକ୍ କରନ୍ତୁ।
