Kidnap For Property: ବିଲରେ ୧୦ କିଲୋ ସୁନା ! ଗୁପ୍ତଧନ ଲୋଭରେ ଅପହରଣ
୨୧ ସେପ୍ଟେମ୍ବରର ସକାଳେ ୭ ଟା ୩୦ ମିନିଟରେ ପାଣ୍ଡରିପାଣି ଗାଁର ଜୟ ଧରୁଆଙ୍କୁ ଆଠ-ଦଶ ଜଣ ଦୁର୍ବୃତ୍ତ ଗାଁ ପାଖରୁ ଗୁପ୍ତଧନ ପାଇଁ ଅପହରଣ କରିଛନ୍ତି ।
ଗୁପ୍ତଧନ ନେବା ପାଇଁ ଅପହରଣ କରିଛନ୍ତି ଦୁର୍ବୃତ୍ତ | ଘଟଣାଟି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ମରୁଆଁ ପଞ୍ଚାୟତ ପାଣ୍ଡରିପାଣି ଗାଁରେ ଗୁପ୍ତଧନକୁ ନେଇ ଅପହରଣ ଭଳି ଘଟଣା ସାମ୍ନାକୁ ଆସିଛି । । ଗତ ସୋମବାର ବା ୨୧ ସେପ୍ଟେମ୍ବରର ସକାଳେ ୭ ଟା ୩୦ ମିନିଟ ସମୟରେ ଉକ୍ତ ଗାଁର ଜୟ ଧରୁଆଙ୍କୁ ଆଠ-ଦଶ ଜଣ ଦୁର୍ବୃତ୍ତ ଗାଁ ପାଖରୁ ଅପହରଣ କରି ନେଇଥିଲେ । ସେ ବିଲରେ ସ୍ତ୍ରୀଙ୍କ ସହ କାମ କରୁଥିବା ବେଳେ ସେଠାକୁ ଅପହରଣକାରୀ ପହଞ୍ଚିଥିଲେ । ଜୟଙ୍କୁ ଧାରୁଆ ଅସ୍ତ୍ର ଓ ବନ୍ଧୁକ ଦେଖାଇ ଅପହରଣ କରିଥିଲେ | ପ୍ରଥମେ ପାଢେଲ ପଟୁ ଯୋଗୀମୁଣ୍ଡା ଦେଇ କଣ୍ଟାବାଞ୍ଜି ଅଭିମୁଖେ ନେଇଯାଇଥିଲେ । ପ୍ରାୟ ୮ ଘଣ୍ଟା ପରେ ଜୟଙ୍କୁ ,ରାତି ୧୦ ଟାରେ ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାରେ ଛାଡ଼ି ଥିଲେ । ଜୟ ତାଙ୍କ ପୁଅଙ୍କୁ ଯୋଗାଯୋଗ କରିଥିଲେ । ପୁଅ ସହ ଜୟ ତାଙ୍କ ଶଶୁର ଘରେ ରାତି କାଟିଥିଲେ । ତା'ପର ଦିନ ସକାଳେ ସେ ଗାଁ କୁ ଫେରିବା ପରେ ସବୁ ଘଟଣା ଜଣାପଡିଥିଲା | ଦୁର୍ବୃତ୍ତମାନେ ଜୟଙ୍କୁ ତାଙ୍କ ବିଲରେ ୧୦ କିଲୋ ସୁନାର ଗୁପ୍ତଧନ ରଖିଥିବାର କହିଥିଲେ | ସୁନା ନେବାକୁ ସେମାନେ ଜୟଙ୍କୁ ଅପହରଣ କରିଥିଲେ । ଅପହରଣ ପରେ ଜୟଙ୍କ ସ୍ତ୍ରୀ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାରକରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
