ଖବରକାଗଜ ପାଇଁ ଦୀପାବଳି ବିଜ୍ଞାପନ ସଂଗ୍ରହ କରିବାକୁ ଯାଇଥିଲେ ସାମ୍ବାଦିକ ନସିମ ଅହମ୍ମଦ। କିନ୍ତୁ ଉତ୍ତରପ୍ରଦେଶର ହାପୁଡ଼ରେ ଏକ ଅଟାକଳରେ ବିବାଦ ପରେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର ସୂଚନା ପାଇ ପୋଲିସ ପହଞ୍ଚିଥିବା ବେଳେ ଏସ୍ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛନ୍ତି।ପୋଲିସ ହତ୍ୟା ମାମଲା ରୁଜୁ କରି ସିସିଟିଭି ଫୁଟେଜ୍ ଯାଞ୍ଚ ଓ ଫରେନ୍ସିକ୍ ପ୍ରମାଣ ସଂଗ୍ରହ କରିଛି। ସାନ ଝିଅଙ୍କ ବିବାହ ନଭେମ୍ବର ୧୪ରେ ହେବାକୁ ଥିବାରୁ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
ଉତ୍ତରପ୍ରଦେଶର ସହାରନପୁର କଲେକ୍ଟ୍ରେଟ ପରିସରରୁ ମସଜିଦ ହଟାଇବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଜିଲ୍ଲା ପ୍ରଶାସନ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ୟୁଟ୍ୟୁବର ହୁଦା ଜରିୱାଲାଙ୍କୁ ପୋଲିସ ଗିରଫ କରିଛି। ଏନେଇ ଅଭିଯୋଗ ପରେ ସଦର ବଜାର ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଘଟଣାର ଆଇନଗତ ତଦନ୍ତ ଜାରି ରହିଛି।