ବାଲିଅନ୍ତା ସୌମ୍ୟଙ୍କୁ ପିଟିପିଟି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ସୌମ୍ୟଙ୍କ ବାପା ଓ ସାଙ୍ଗ ନିଶିକାନ୍ତ ମହାନ୍ତି। ମାମଲାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ତଦନ୍ତକାରୀ ଅଫିସରଙ୍କୁ ପରିବର୍ତ୍ତନ କରିବାକୁ କ୍ରାଇମବ୍ରାଞ୍ଚ ଡିଆଇଜିଙ୍କୁ ଦାବି କରିଛନ୍ତି ସୌମ୍ୟଙ୍କ ବାପା। ଅପରାଧିକ ଷଡ଼ଯନ୍ତ୍ର ଓ ଭିଡ଼ ହିଂସା ଦଫାରେ ତଦନ୍ତ କରିବା ସହ ଘଟଣା ସମ୍ପର୍କିତ ନୂଆ ତଥ୍ୟ ମଧ୍ୟ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ସୂଚନା ମିଳିଛି।