ବ୍ୟବସାୟୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୧୪ ବର୍ଷର ଏହି ପରମ୍ପରାରେ ମଣ୍ଡପରେ କୁଙ୍କୁମ ପୂଜା ସହ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଛି।
ରାୟଗଡ଼ା ଜିଲ୍ଲା ବିଷମକଟକ ଷ୍ଟେସନରୁ ଥେରୁବାଲି ଅଭିମୁଖେ ଯାଉଥିବା ଏକ 'ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍' ସହ ଗତ କାଲି ବିଳମ୍ବିତ ରାତିରେ ଦନ୍ତା ହାତୀଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରେନ୍ର ପ୍ରଚଣ୍ଡ ଧକ୍କା ଫଳରେ ହାତୀଟି ରେଳଧାରଣାରୁ ପ୍ରାୟ ୩ ମିଟର ଦୂରକୁ ଛିଟିକି ପଡ଼ିଥିଲା ଏବଂ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ଘଟିଯାଇଛି ।