ପ୍ରଧାନମନ୍ତ୍ରୀ Narendra Modi ରୁଷିଆର ରାଷ୍ଟ୍ରପତି Vladimir Putinଙ୍କ ସହ ଭେଟି ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଦିଗରେ ଆଗେଇବାକୁ ଗୁରୁତ୍ୱ ଦେଇଛନ୍ତି। କିର୍ଗିଜସ୍ତାନର ବିଶ୍କେକରେ SCO ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ମୋଦି କହିଥିଲେ, ମାନବତାର ହିତ ପାଇଁ “ଅନନ୍ତ ଯୁଦ୍ଧରୁ ଯୁଦ୍ଧର ଅନ୍ତ ଦିଗକୁ ଆଗେଇବାକୁ ହେବ”। ଭାରତ ସମସ୍ତ ଶାନ୍ତି ପ୍ରୟାସକୁ ସମର୍ଥନ କରିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି
କିର୍ଗିଜସ୍ତାନର ରାଜଧାନୀ ବିଶ୍କେକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ Narendra Modi। ଦୁଇ ଦିନିଆ ଗସ୍ତରେ ସେ ୨୬ତମ ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀ ଅବସରରେ SCO ସଦସ୍ୟ ଦେଶମାନଙ୍କ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ସୁରକ୍ଷା, ସଂଯୋଗ ଏବଂ ଆଞ୍ଚଳିକ ସହଯୋଗ ଭଳି ପ୍ରମୁଖ ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ରଖିବାର କାର୍ଯ୍ୟକ୍ରମ ରହିଛି।