ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତମାନେ ନିରାଶ ହୋଇ ଫେରିଛନ୍ତି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପାହାଡ଼ିଆ ଝରଣାରେ ଜଳସ୍ତର ବୃଦ୍ଧି ପାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ମନ୍ଦିରର ଦର୍ଶନ ଓ ସ୍ପର୍ଶ ବ୍ୟବସ୍ଥାକୁ ସାମୟିକ ଭାବେ ବନ୍ଦ କରାଯାଇଛି