ମନ୍ତ୍ରୀଙ୍କ ସ୍ୱଛ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ଦେବା ସହ ସଂପୃକ୍ତ ଚାନେଲର ସମ୍ପାଦକଙ୍କ ଗିରଫ ଦାବି ହୋଇଛି। ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ବି ଏ ସନ୍ଦର୍ଭରେ ଏତଲା ଦେଇଛନ୍ତି। ସଂପୃକ୍ତ ଗଣମାଧ୍ୟମର ସମ୍ପାଦକ ସୁପାରୀ ସାମ୍ୱାଦିକତା କରୁଥିବାର ଆରୋପ ଲଦି ବିଜେଡି କେମିତି ଗଣମାଧ୍ୟମକୁ ଅପବ୍ୟବହାର କରୁଛି କହି ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ।