ନେପାଳ-ଚୀନ୍ ସୀମାନ୍ତରେ ଗ୍ଲେସିୟର ଧସିବା ପରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁସଂଖ୍ୟା ୧,୨୫୨ରେ ପହଞ୍ଚିଛି। ପ୍ରାୟ ୪,୨୧୬ ଜଣ ନିଖୋଜ ଥିବାବେଳେ ୧୧,୯୯୩ ଜଣ ଉଦ୍ଧାର ହୋଇଛନ୍ତି। ଜଳବିଦ୍ୟୁତ ପ୍ରକଳ୍ପର ଟନେଲ୍ରେ ଫସିଥିବା ଶତାଧିକ ଲୋକଙ୍କୁ ଖୋଜିବା ଅଭିଯାନ ଜାରି ରହିଛି। ଭାରତର ବିହାର ଓ ଉତ୍ତରପ୍ରଦେଶ ସୀମାନ୍ତରେ ମଧ୍ୟ ବନ୍ୟା ପ୍ରଭାବକୁ ନେଇ ସତର୍କତା ବଢ଼ାଯାଇଛି।
ନେପାଳରେ ୪ ଓଡ଼ିଆ ଏବେ ବି ନିଖୋଜ। ପରିବାର ସଦସ୍ୟଙ୍କ DNA ନମୁନା ସଂଗ୍ରହ। ଅଜଣା ମୃତଦେହ ସହ DNA ମ୍ୟାଚିଂ ହେବ। ନେପାଳରେ ସନ୍ଧାନ ଓ ପରିଚୟ ପ୍ରକ୍ରିୟା ଜାରି । ଓଡ଼ିଶା ସରକାର ଓ ଭାରତୀୟ ଦୂତାବାସ ନେପାଳ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟରେ ଅଛନ୍ତି।
ନେପାଳ ବନ୍ୟାରେ ଫସିଥିବା ଭାରତୀୟଙ୍କ ଉଦ୍ଧାର – ଭାରତୀୟ ବିଦେଶ ମନ୍ତ୍ରଣାଳୟ ଅନୁସାରେ ୧୬୩ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୧ଶହ ଟପିଲାଣି, ସାଢ଼େ ୪ହଜାରରୁ ଅଧିକ ନିଖୋଜ ଥିବା ବେଳେ ୬୫୪୧ ଜଣଙ୍କୁ କରାଯାଇଛି ଉଦ୍ଧାର ।