ନବରାତ୍ରି ଅବସରରେ ଭକ୍ତିମୟ ହୋଇଉଠିଛି ମା’ ଝଙ୍କଡ଼ ବାସିନୀ ବାକ୍ଦେବୀ ସାରଳାଙ୍କ ପୀଠ। ମା’ଙ୍କ ଷୋଡ଼ଶ ଉପଚାର ପୂଜା ସହ ଭକ୍ତଙ୍କ ହୁଳହୁଳି, ଘଣ୍ଟଘଣ୍ଟା ଓ ଜୟଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ।