ନବରାତ୍ରିର ପବିତ୍ର ଆଗମନ ସହ କାକଟପୁରରେ ଆରମ୍ଭ ହୋଇଛି ମା’ ମଙ୍ଗଳାଙ୍କ ବିଶେଷ ପୂଜାର୍ଚ୍ଚନା। ନବରାତ୍ରିରେ ମା’ ମଙ୍ଗଳାଙ୍କ ପାଖରେ ଜଳିବ ଅଖଣ୍ଡ ଦୀପ | ୯ ଦିନ ଧରି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ମା’ ମଙ୍ଗଳା |ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ମା’ଙ୍କ ପୀଠ |
ମୂଳାଷ୍ଟମୀରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଲା ଶାରଦୀୟ ପାର୍ବଣ, ଷୋଡ଼ଶ ଉପଚାରରେ ପୂଜା ପାଉଛନ୍ତି ମା’। କାକଟପୁର, କଟକ ଓ ପୁରୀରେ ସ୍ୱତନ୍ତ୍ର ନୀତିକାନ୍ତି।