ଭୁବନେଶ୍ୱରର ଖାରବେଳ ନଗର ମାଳିସାହି ମସଜିଦ କଲୋନିରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତି ଅଭିଯୋଗରେ BMC ଚଢ଼ାଉ କରିଛି। ଅପରିଷ୍କାର ପାଣି, ବାସି ଆଳୁ ଓ ନଷ୍ଟ ତେଲ ବ୍ୟବହାର ଅଭିଯୋଗରେ ୟୁନିଟ୍ ସିଲ୍ କରାଯାଇଛି ଏବଂ ନମୁନା ପରୀକ୍ଷା ପାଇଁ ପଠାଯାଇଛି।
ଭୁବନେଶ୍ୱର ଖାରବେଳନଗର ଥାନାରେ ମହିଳା କର୍ମଚାରୀଙ୍କ ଲିଖିତ ଅଭିଯୋଗ ଆଧାରରେ ପରିବହନ ବିଭାଗର ଅତିରିକ୍ତ ସଚିବ ତଥା OAS ଅଫିସର ଅରୁଣ କୁମାର ବିଶ୍ୱାଳଙ୍କୁ ପୋଲିସ ଗିରଫ କରିଛି। ଦୁଷ୍କର୍ମ, ଆକ୍ରମଣ ଓ ଧମକ ସମେତ ଏକାଧିକ BNS ଧାରାରେ ମାମଲା ରୁଜୁ ହୋଇଛି। ଅଭିଯୋଗକୁ ଅଭିଯୁକ୍ତ ପକ୍ଷ ଖଣ୍ଡନ କରିଛି ଏବଂ ଘଟଣାର ତଦନ୍ତ ଚାଲିଛି।