ମହିଳା କ୍ରିକେଟରଙ୍କୁ ଅସଦାଚରଣ ମାମଲାରେ ଜେଲ୍ ଯିବା ପରେ ଅକିଲ ଜାମିନରେ ବାହାରକୁ ଆସିଥିଲା। ଏହା ପରେ ତା ପୁରୁଣା ସାଥୀ ଆରିଫ ସହ ତାହାର ଝଗଡ଼ା ହୋଇଥିଲା। ଏହି ବିବାଦ ବେଳେ ୧୧ ବର୍ଷ ତଳର ହତ୍ୟାକାଣ୍ଡ ବାବଦରେ ଅକିଲ କହି ବାହାଦୂରୀ ମାରିଥିଲା। ଏହି ସୂଚନା ପୁଲିସର ଖବରଦାତାଙ୍କ ପାଖରେ ପହଞ୍ଚିଯାଇଥିଲା। ଆଉ ଏହାକୁ ଧରି ପୁଲିସ ଆଗେଇଥିଲା।