ଇନ୍ଦୋରର ବହୁଚର୍ଚ୍ଚିତ ହନିମୁନ ମର୍ଡର ମାମଲାରେ ଧାରା ଉଲ୍ଲେଖ ବେଳେ ଏକ ଟାଇପିଂ ତ୍ରୁଟିରୁ ମିଳିଥିଲା ସୋନମଙ୍କୁ ଜାମିନ୍ । ଜାମିନକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ମେଘାଳୟ ସରକାର। ଗଲା ଶୁଣାଣୀ ଅର୍ଥାତ ୨୧ ତାରିଖରେ ସୋନମ ରଘୁବଂଶୀକୁ ଦୁଇଟି ବିକଳ୍ପ ଦେଇଥିଲେ କୋର୍ଟ। ଅଦାଲତ କହିଥିଲେ ଯେ, ସେ ସରେଣ୍ଡର କରନ୍ତୁ। ନଚେତ ଜାମିନ୍ ରଦ୍ଦ କରିଦିଆଯିବ।
ସେ ଯଦି ଆତ୍ମସମର୍ପଣ ନକରନ୍ତି, ତେବେ ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ବିଷୟରେ କୋର୍ଟ ବିଚାର କରିପାରନ୍ତି।ପରିବାରର କହିବା କଥା, ସେମାନେ ଲମ୍ୱା ସମୟ ଧରି ନ୍ୟାୟର ଅପେକ୍ଷାରେ ଅଛନ୍ତି। କିନ୍ତୁ ବାରମ୍ୱାର ତାରିଖ ଗଡ଼ୁଥିବାରୁ ଆଶାଭରସା ମରିଯାଉଛି। ଏ ପ୍ରକରଣରେ ଆଜି ଯାଏ ଚାରିରୁ ଅଧିକ ଥର ଶୁଣାଣୀ ତାରିଖ ପଡିଲାଣି ସୁପ୍ରିମକୋର୍ଟରେ।