ହତ୍ୟାକାଣ୍ଡ ପରେ ଦୁଇ ସୁଟର ବାଇକରେ କର୍ଣ୍ଣାଲକୁ ପଳାଇଥିଲେ। ଯେବେ କି ମୋହିତ ଓ ସୁମିତ ବାଗପତ ଆଡ଼େ ଫେରାର୍ ହୋଇଯାଇଥିଲେ। ମୋହିତ ଓ ସୁମିତକୁ ଟ୍ରାକ୍ କରି କୈରାନା ରୋଡ୍ ସ୍ଥିତ ଇଣ୍ଡିଆନ ଗ୍ୟାସ୍ ଗୋଦାମ ପାଖରେ ଠାବ କରାଯାଇଥିଲା। ଦୁହିଁଙ୍କ ଉପରେ ୫୦ହଜାର ଟଙ୍କା ଲେଖାଏଁ ପୁରଷ୍କାର ରଖାଯାଇଥିଲା। ପୁଲିସ ଉପରକୁ ଗୁଳି ଚଳାଇବାରୁ ପ୍ରତିଜବାବରେ ପୁଲିସ ଗୁଳି କରିଥିଲା।
ସୀମା କହିଛନ୍ତି, ବୁଧବାର ଅପରାହ୍ନ ୪ଟା ବେଳେ ଅଙ୍କିତଙ୍କ ସହ ତାଙ୍କର ଶେଷ କଥାବାର୍ତ୍ତା ହୋଇଥିଲା। ଅଙ୍କିତ କୌଣସି ନୂଆ ଗୀତ ଉପରେ କାମ କରୁଥିବା କଥା କହିଥିଲେ। ସେତେବେଳେ ସ୍ଥିତି ପୁରା ସ୍ୱାଭାବିକ ଥିଲା। ଅଙ୍କିତ ବି କୌଣସି ପ୍ରକାର ଚାପରେ ଥିଲା ଭଳି ଲାଗୁନଥିଲା। ସରକାର କହୁଛନ୍ତି, ୟୁପିରେ ଅପରାଧ ଘଟୁନି। କିନ୍ତୁ ସ୍ଥିତି ଏମିତି ହେଲା ଯେ, ୪ଜଣ ଆସି ସର୍ବସମ୍ମୁଖରେ ହତ୍ୟା କରି ଚାଲିଗଲେ।
ଅଙ୍କିତ ଗଲା ବର୍ଷେ ହେଲା ଏହି ଜିମକୁ ନିଇତି ଆସୁଥିଲେ। ହତ୍ୟା ପଛରେ ପୁରୁଣା ପ୍ରତିଶୋଧ ନଚେତ ଗ୍ୟାଙ୍ଗଓ୍ୱାର ଥିବା କୁହାଯାଉଛି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଶାମଲି ଥାନା ଆଗରେ ଅଙ୍କିତଙ୍କ ଶବ ରଖି ପ୍ରାୟ ଅଢ଼େଇ ଘଣ୍ଟା ଜାମ୍ ଲଗାଇଥିଲେ ପରିବାର ପରିଜନ। ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ସେ ଭିଡ଼ିଓ ପୋଷ୍ଟ କରିଥିଲେ।