ଫ୍ଲାଏଓଭର ଉପରେ ଏକ ଟ୍ରକରେ ଭୟଙ୍କର ଅଗ୍ନିକାଣ୍ଡ
ଚମ୍ପୁଆ ଥାନା ଅଧୀନ NH-520 ର ନାରଦପୁର ଫ୍ଲାଏଓଭର ଉପରେ ଏକ ଟ୍ରକରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଟ୍ରକଟି ଜଳି ଯାଇଛି
N
By Namita PattanaikPublished: Jun 15, 2026, 11:00 AM •1 min read •6 Views
ଚମ୍ପୁଆ ଥାନା ଅଧୀନ NH-520 ର ନାରଦପୁର ଫ୍ଲାଏଓଭର ଉପରେ ଏକ ଟ୍ରକରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଟ୍ରକଟି ଜଳି ଯାଇଛି । ଯୋଡ଼ା ପଟୁ ରିମୁଳି ଦିଗକୁ ଯାଉଥିବା OD 09 T 2117 ନଂ ଥିବା ଏହି ଟ୍ରକ୍ ଫ୍ଲାଏଓଭର ଉପରେ ଛିଡ଼ା ହୋଇଥିବା ସମୟରେ ହଠାତ୍ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା ।
ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ନେଇ ଟ୍ରକ୍ଟିକୁ ଆବରଣ କରିଦେଇଥିଲା। ଏନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ଚମ୍ପୁଆରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳକୁ ଟ୍ରକ୍ର କ୍ୟାବିନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଥିଲା। ସୌଭାଗ୍ୟ ବଶତଃ ଅଗ୍ନିକାଣ୍ଡ ସମୟରେ ଡ୍ରାଇଭର ଗାଡ଼ିରେ ନଥିଲେ ।
ତେବେ ଟ୍ରକ୍ଟି ଛିଡ଼ା ହୋଇଥିବା ସମୟରେ କେମିତି ଅଗ୍ନିକାଣ୍ଡ ଘଟିଲା, ସେନେଇ ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
N
Namita PattanaikSr. Producer
Comments0
Leave a Reply
Loading comments...
