ସିଲିଣ୍ଡର ବିସ୍ଫୋରଣରୁ ୩ ଜୀବନ୍ତ ଦଗ୍ଧ
ପ୍ରାୟ ଘଣ୍ଟାଏ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ହେଲେ ସେତେବେଳକୁ ୩ଜଣଙ୍କ ଜୀବନ ଚାଲିଯାଇଥିଲା
P
By Pradeep Kumar NayakPublished: Jun 5, 2026, 10:19 AM • 1 min read

ସିଲିଣ୍ଡର ବିସ୍ଫୋରଣରୁ ଘରେ ଲାଗିଗଲା ନିଆଁ। ଏଥିରେ ୩ ଜଣଙ୍କ ଜୀବନ ଯାଇଛି। ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଜଣେ ବୟସ୍କା ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ବିଳମ୍ୱିତ ରାତି ସାଢ଼େ ୧୨ଟାରେ ନିଆଁ ଲାଗିଥିବା ସୂଚନା ଅଗ୍ନିଶମ ବିଭାଗକୁ ମିଳିଥିଲା। ପ୍ରାୟ ଘଣ୍ଟାଏ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ହେଲେ ସେତେବେଳକୁ ୩ଜଣଙ୍କ ଜୀବନ ଚାଲିଯାଇଥିଲା। ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
