BANKI TEACHER ORGAN DONATE : ଅଙ୍ଗଦାନ କରି ମାନବିକତାର ନୂଆ ଉଦାହରଣ ଛାଡ଼ିଗଲେ ପ୍ରତାପ ରାଉତ
ଆଦର୍ଶ ଶିକ୍ଷକ ତଥା ସମାଜସେବୀ ପ୍ରତାପ ରାଉତଙ୍କ ମର ଶରୀରକୁ ଗ୍ରାମରେ ପରିକ୍ରମା କରିବା ସହ ଗ୍ରାମ ମଶାଣିରେ ଗାର୍ଡ ଅଫ୍ ଅନର ସହ ଶ୍ରଦ୍ଧାଞ୍ଜଳି ଦେଇ ଶେଷକୃଚ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

ଅଙ୍ଗଦାନ ମହତ୍ୱ ପୂର୍ଣ୍ଣ ଅଟେ। ଢଂସର ଗାଁର ଆଦର୍ଶ ଶିକ୍ଷକ ପ୍ରତାପ ରାଉତ ଅଙ୍ଗ ଦାନ କରି ଅମର ହୋଇଛନ୍ତି। ବାଙ୍କୀ ଉପଖଣ୍ଡ ଥାନା ଅନ୍ତର୍ଗତ ଢଂସର ଗ୍ରାମର ଆଦର୍ଶ ଶିକ୍ଷକ ତଥା ସମାଜସେବୀ ପ୍ରତାପ ରାଉତ ଗତ କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିବା ସହ ମୁଣ୍ଡରେ ଯନ୍ତ୍ରଣା ପାଉଥିବା ନେଇ, ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କ ସେ ସହମତିରେ ଅଙ୍ଗଦାନ କରିଥିଲେ । ହଠାତ ଗତକାଲି ସନ୍ଧ୍ୟାରେ ବ୍ରେନ ଷ୍ଟୋକରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଭଳି ଖବର ପାଇ ପରିବାର ଓ ଗ୍ରାମବାସୀ ଦୁଃଖରେ ଭାଙ୍ଗିପଡ଼ିଥିଲେ । ଅଙ୍ଗଦାନ ପରେ ଆଜି ସକାଳେ ଡିସଚାର୍ଜ ହେବାପରେ ଖୋର୍ଦ୍ଧା ସ୍ଥିତ ସରକାରୀ ସ୍କୁଲରେ ଶ୍ରଦ୍ଧାଞ୍ଜଳି ଦେବାପରେ ଗ୍ରାମରେ ସାଢେ ୧୧ ଟା ସମୟରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ମର ଶରୀରକୁ ଗ୍ରାମରେ ପରିକ୍ରମା କରିବା ସହ ଗ୍ରାମ ମଶାଣିରେ ଗାର୍ଡ ଅଫ୍ ଅନର୍ର ରେ ଶ୍ରଦ୍ଧାଞ୍ଜଳି ଦେଇ ଶେଷକୃତ ସମ୍ପର୍ଣ୍ଣ କରାଯାଇଥିଲା । ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ସମାଜସେବୀ ଅବିନାଶ ପଟ୍ଟନାୟକ, ପ୍ରାକ୍ତନ ସରପଞ୍ଚ ଯୋଗେଶ ଚନ୍ଦ୍ର ପଣ୍ଡା , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ, ସାଂସଦ ପ୍ରତିନିଧି ସରୋଜ କୁମାର ମତଗଜ ସିଂ, ସମବାୟ ବିତି ସମରେନ୍ଦ୍ର ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବକ୍ତି ଓ ଗ୍ରାମବାସୀ ଶୋକ ପ୍ରଦାନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲେ ।
