ପଥରଗଦାରୁ ୧୪ ନାଗ ସାପ ଓ ୧୬ ଅଣ୍ଡା ଉଦ୍ଧାର
ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଅନ୍ତର୍ଗତ ଅର୍ଜୁନସିଂହପୁର ଗ୍ରାମରେ ଏକ ପଥର ଗଦା ତଳୁ ୧୪ଟି ନାଗ ସାପ ଓ ୧୬ଟି ଅଫୁଟା ସାପ ଅଣ୍ଡା ଉଦ୍ଧାର କରାଯାଇଛି।
B
By BHAKTILATA BARALPublished: Jun 9, 2026, 01:25 PM •1 min read •0 Views
ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଅନ୍ତର୍ଗତ ଅର୍ଜୁନସିଂହପୁର ଗ୍ରାମରେ ଏକ ପଥର ଗଦା ତଳୁ ୧୪ଟି ନାଗ ସାପ ଓ ୧୬ଟି ଅଫୁଟା ସାପ ଅଣ୍ଡା ଉଦ୍ଧାର କରାଯାଇଛି। ଏହା ସହ ୧୪ଟି ଫୁଟି ସାରିଥିବା ଅଣ୍ଡା ମଧ୍ୟ ଠାବ ହୋଇଛି। ସୂଚନା ଅନୁଯାୟୀ, ଅର୍ଜୁନସିଂହପୁର ଗ୍ରାମର ନରହରି ବିଶ୍ୱାଳଙ୍କ ଘର ବାଡ଼ିରେ ପ୍ରାୟ ୧୦ ବର୍ଷ ଧରି ଏକ ପଥରଗଦା ରହିଥିଲା। ଶ୍ରମିକମାନେ ପଥର କାଢ଼ିବା ବେଳେ ସେଠାରେ ସାପ ଓ ସାପ ଅଣ୍ଡା ଦେଖି ନରହରି ବିଶ୍ୱାଳଙ୍କୁ ଜଣାଇଥିଲେ। ନରହରି ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ । ପରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ୧୪ଟି ନାଗ ସାପ,୧୬ଟି ଅଫୁଟା ଅଣ୍ଡା ଏବଂ ୧୪ଟି ଫୁଟି ସାରିଥିବା ଅଣ୍ଡା ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ସାପ ଓ ଅଣ୍ଡାଗୁଡ଼ିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯିବ ବୋଲି ସ୍ନେକ୍ ହେଲ୍ପଲାଇନ ପକ୍ଷରୁ ସୂଚନା ମିଳିଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
