ବିବାଦରେ ଏମବିବିଏସ ଡାକ୍ତର ସେଜାଲ ପାଓ୍ୱାର!
ସେଜଲ ପାୱାର ପୁରୁଷ ମୃତଦେହର ବ୍ୟକ୍ତିଗତ ଅଙ୍ଗକୁ ନେଇ ସହପାଠୀମାନଙ୍କ ସହ ତୁଳନା ଓ ମଜାକ କରୁଥିବା କଥା କହିଥିଲେ। ଏହି ମନ୍ତବ୍ୟକୁ ଅନେକ ଲୋକ ମୃତଦେହ ପ୍ରତି ଅସମ୍ମାନ ଏବଂ ଡାକ୍ତରୀ ନୀତିବିରୋଧୀ ବୋଲି ଅଭିହିତ କରିଥିଲେ

ମୁମ୍ୱାଇର ଜଣେ ଡାକ୍ତର ଓ MBBS ସ୍ନାତକ ସେଜାଲ ପାଓ୍ୱାର ଏବେ ବିବାଦରେ। କମେଡିଆନ୍ ପ୍ରଣୀତ ମୋରେଙ୍କ ଏକ ଲାଇଭ୍ ଶୋ’ରେ ସେ କରିଥିବା ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଭାଇରାଲ୍ ଭିଡିଓରେ ଡାକ୍ତରମାନେ ପୋଷ୍ଟମର୍ଟମ୍ କିମ୍ବା ମେଡିକାଲ୍ ଟ୍ରେନିଂ ସମୟରେ କେବେ ମଜାକ କରନ୍ତି କି ନାହିଁ ବୋଲି ପଚାରିଥିଲେ ପ୍ରଣିତ ମୋରେ । ଏହାର ଉତ୍ତରରେ ସେଜଲ ପାୱାର ପୁରୁଷ ମୃତଦେହର ବ୍ୟକ୍ତିଗତ ଅଙ୍ଗକୁ ନେଇ ସହପାଠୀମାନଙ୍କ ସହ ତୁଳନା ଓ ମଜାକ କରୁଥିବା କଥା କହିଥିଲେ। ଏହି ମନ୍ତବ୍ୟକୁ ଅନେକ ଲୋକ ମୃତଦେହ ପ୍ରତି ଅସମ୍ମାନ ଏବଂ ଡାକ୍ତରୀ ନୀତିବିରୋଧୀ ବୋଲି ଅଭିହିତ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ X, Instagram ଓ Reddit ସମେତ ବିଭିନ୍ନ ସୋସିଆଲ ମିଡିଆ ମଞ୍ଚରେ ସେଜଲଙ୍କ ବିରୋଧରେ କଟୁ ସମାଲୋଚନା ଆରମ୍ଭ ହୋଇଥିଲା। ଅନେକ ଡାକ୍ତରୀ ଛାତ୍ର ଏବଂ ଚିକିତ୍ସକ କହିଥିଲେ ଯେ ମେଡିକାଲ୍ ଶିକ୍ଷାରେ ମୃତ ଅଙ୍ଗ ବା କ୍ୟାଡାଭରଙ୍କୁ “ପ୍ରଥମ ଶିକ୍ଷକ” ଭାବେ ସମ୍ମାନ ଦିଆଯାଏ, ତେଣୁ ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ବିବାଦ ବଢ଼ିବା ପରେ ସେଜଲ ପାୱାର ଇନଷ୍ଟା ଜରିଆରେ ମାଧ୍ୟମରେ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ତାଙ୍କ ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ ଦେବା ନଥିଲା ଏବଂ ତାଙ୍କ ମନ୍ତବ୍ୟ ଯୋଗୁଁ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ନିକଟରେ ସେ ଦୁଃଖ ପ୍ରକାଶ କରୁଛନ୍ତି। ପରେ ସେ ନିଜ Instagram ଆକାଉଣ୍ଟକୁ ପ୍ରାଇଭେଟ୍ ମଧ୍ୟ କରିଦେଇଥିବା ଖବର ଆସିଛି। ଏହି ବିବାଦ ପୂର୍ବରୁ ପ୍ରଣିତ ମୋରେଙ୍କ ଶୋ’ରେ ହିମାଂଶୁ ଜାଙ୍ଗ୍ରାଙ୍କ “₹୩୭୦ ବିରିୟାନି” ମନ୍ତବ୍ୟକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ସେହି ଘଟଣା ଶାନ୍ତ ନ ହେଉଥିବା ବେଳେ ସେଜଲ ପାୱାରଙ୍କ ଭିଡିଓ ସାମ୍ନାକୁ ଆସିବାରୁ ପ୍ରଣିତ ମୋରେଙ୍କ crowd-work comedy show ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୁମ୍ୱାଇର କମେଡି ସର୍କିଟ୍ରେ ହୋଇଥିବା ଏକ ସାଧାରଣ crowd-work ମୁହୂର୍ତ୍ତ ହଠାତ୍ ଦେଶ ସହ ଜଡ଼ିତ ବିବାଦର କାରଣ ହୋଇପଡ଼ିଲା। କମେଡିଆନ୍ ପ୍ରଣିତ ମୋରେଙ୍କ ଶୋ’ରେ ଦର୍ଶକ ଭାବେ ଉପସ୍ଥିତ ହିମାଂଶୁ ଜାଙ୍ଗ୍ରାଙ୍କ ଏକ ମନ୍ତବ୍ୟ “₹୩୭୦ ବିରିୟାନି” ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ରାଜନୈତିକ, ସାମାଜିକ ଓ ଧର୍ମୀୟ ଆଲୋଚନାର ବିଷୟ ହୋଇଗଲା। ଏକ ଲାଇଭ୍ କମେଡି ଶୋ’ରେ ପ୍ରଣିତ ମୋରେ ଦର୍ଶକଙ୍କ ସହ ଆଲୋଚନା କରୁଥିଲେ। ସେତେବେଳେ ହିମାଂଶୁ ଜାଙ୍ଗ୍ରା ନାମକ ଜଣେ ଦର୍ଶକ “₹୩୭୦ ବିରିୟାନି” ବୋଲି ମନ୍ତବ୍ୟ କରିଥିଲେ। ଶୋ’ର ପରିବେଶରେ ଏହାକୁ ଏକ ହାଲୁକା ମଜାକ ଭାବେ ନିଆଯାଇଥିଲା, କିନ୍ତୁ କ୍ଲିପ୍ଟି ସୋସିଆଲ ମିଡିଆରେ ପହଞ୍ଚିବା ସହିତ ଅନେକ ଲୋକ ଏହାକୁ ସମ୍ୱେଦନଶୀଳ ରାଜନୈତିକ ସଙ୍କେତ ଭାବେ ବ୍ୟାଖ୍ୟା କରିଥିଲେ। ଅନେକ ୟୁଜର୍ସଙ୍କ ମତରେ, “₹୩୭୦” ଶବ୍ଦଟି ଜମ୍ମୁ-କାଶ୍ମୀରର ପୂର୍ବତନ ଅନୁଚ୍ଛେଦ ୩୭୦ ସହ ଜଡିତ ଥିବାରୁ ଏହାକୁ କେବଳ ଖାଦ୍ୟ ଦାମ ନେଇ ମଜାକ ଭାବେ ଦେଖାଯାଇଥିଲା। ଅନେକ ଲୋକ କହିଥିଲେ ଯେ ଏପରି ମନ୍ତବ୍ୟ ସାମ୍ପ୍ରଦାୟିକ କିମ୍ୱା ରାଜନୈତିକ ଭାବନାକୁ ଉସକାଇପାରେ। କେହି କେହି ଏହାକୁ “ଅନୁଚ୍ଛେଦ ୩୭୦କୁ ହାଲୁକା କରିଦେବା” ବୋଲି ଅଭିଯୋଗ କରିଥିଲେ। ଅନ୍ୟପଟେ ଆଉ କିଛି ୟୁଜର୍ସ ଏହାକୁ କେବଳ ଷ୍ଟାଣ୍ଡ-ଅପ୍ କମେଡିର ଏକ ଅଂଶ ବୋଲି କହିଥିଲେ। ସେମାନଙ୍କ ମତରେ crowd-work comedyରେ ତୁରନ୍ତ କୁହାଯାଇଥିବା ମଜାକୁ ଅତ୍ୟଧିକ ରାଜନୈତିକ ଅର୍ଥ ଦେବା ଉଚିତ୍ ନୁହେଁ। ପ୍ରଣିତ ମୋରେ ମୁମ୍ୱାଇର ଜଣେ ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍। ସେ crowd interaction ଭିତ୍ତିକ କମେଡି ପାଇଁ ପରିଚିତ ଏବଂ ନିକଟରେ Bigg Boss 19 ସହ ଜଡିତ ଥିବା ଖବରରୁ ମଧ୍ୟ ଚର୍ଚ୍ଚାରେ ଥିଲେ। ତାଙ୍କ ଶୋ’ରେ ଦର୍ଶକଙ୍କ ସହ ସ୍ୱତସ୍ଫୂର୍ତ୍ତ ଆଲୋଚନା ହିଁ ମୁଖ୍ୟ ଆକର୍ଷଣ।
