ପ୍ରୟାଗରାଜ ଟ୍ରିପଲ ମର୍ଡର- ପ୍ରେମିକା ସହ ବିବାହକୁ ବିରୋଧରୁ ହତ୍ୟା
ଗାର୍ଲଫ୍ରେଣ୍ଡ ସହ ବିବାହ କରିବାକୁ ମାନୁନଥିଲେ ପରିବାର। ସେଥିଲାଗି ରକ୍ତମୁଖା ସାଜିଲା। ପ୍ରେମିକାର ବଡ଼ବାପା ଓ ଦୁଇ ଖୁଡ଼ୀଙ୍କୁ ନୃଶଂସ ହତ୍ୟା କଲା। ସମସ୍ତଙ୍କ ମୁଣ୍ଡକୁ ଛେଚି ହତ୍ୟା କଲା।

ପ୍ରୟାଗରାଜ ଟ୍ରିପଲ ମର୍ଡର ପଛରେ ପ୍ରେମ। ଗାର୍ଲଫ୍ରେଣ୍ଡ ସହ ବିବାହ କରିବାକୁ ମାନୁନଥିଲେ ପରିବାର। ସେଥିଲାଗି ରକ୍ତମୁଖା ସାଜିଲା। ପ୍ରେମିକାର ବଡ଼ବାପା ଓ ଦୁଇ ଖୁଡ଼ୀଙ୍କୁ ନୃଶଂସ ହତ୍ୟା କଲା। ସମସ୍ତଙ୍କ ମୁଣ୍ଡକୁ ଛେଚି ହତ୍ୟା କଲା। ମୁଖ୍ୟ ଅଭିଯୁକ୍ତ ହିମାଂଶୁ ଯାଦବକୁ ଏନକାଉଣ୍ଟରରେ ଆହତ କରିଛି ପୁଲିସ। ପ୍ରେମିକା ନେହାକୁ ବିବାହ କରିବାକୁ ଚାହୁଁଥିଲେ ହିଂମାଶୁ। କିନ୍ତୁ ଏହାକୁ ବିରୋଧ କରାଯାଉଥିଲା ନେହା ପରିବାରରେ। ଶ୍ୟାମଲାଲ ଗୁପ୍ତାଙ୍କ ଭାଇର ଝିଅ ହେଉଛି ନେହା। ପ୍ରାୟ ୪ ମାସ ତଳେ ଘରୁ ନେହା ସହ ଫେରାର୍ ହୋଇଯାଇଥିଲା ହିମାଂଶୁ। କିନ୍ତୁ ପରେ ଫେରିଆସିଥିଲେ। ହିମାଂଶୁ ନେହାକୁ ବିବାହ କରିବାକୁ ଚାହୁଁଥିଲା। ହେଲେ ଶ୍ୟାମଲାଲ ଏହାକୁ ବିରୋଧ କରିଥିଲେ। ସେ ନେହାକୁ ଓ ତା ସାନ ଭଉଣୀକୁ ମା ସହ ମାମୁଁ ଘରକୁ ପଠାଇଦେଲେ। ଆଉ ହିଂମାଶୁ ସହ ଭେଟିବା ବା କଥାବାର୍ତ୍ତାରେ ବି ପ୍ରତିବନ୍ଧକ ଲଗାଇଦେଲେ। ଏଥିରେ ହିଂମାଶୁ ରାଗି କି ଥିଲା। ହିଂମାଶୁ ପୁରା ପରିବାରକୁ ଖତମ କରିବାକୁ ଧମକ ଦେଇଥିଲା। ସୋମବାର ବିଳମ୍ୱିତ ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ପିଟି ପିଟି ହତ୍ୟା କରିଦେଲା ୩ ଜଣଙ୍କୁ। ନେହାଙ୍କ ବଡ଼ବାପା ଶ୍ୟାମଲାଲ ଓ ଦୁଇ ଖୁଡ଼ୀ ଅମରାବତୀ ଦେବୀ ଓ ଇନ୍ଦ୍ରାବତୀ ଦେବୀ। ୩ଜଣଙ୍କ ଶବ ଘରୁ ୨୦ ମିଟର ଦୂରରେ ଠାବ କରାଯାଇଥିଲା। ଶ୍ୟାମଲଲା ୫ ଭାଇରେ ସବୁଠୁ ବଡ଼ ଥିଲେ। ତାଙ୍କ ଦୁଇ ଭାଇଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଛି। ଏହି ଭୟାବହ ଘଟଣା ପୁରା କୁକୁରକଟଓ୍ୱା ଗାଁରେ ହଇଚଇ ସୃଷ୍ଟି କରିଥିଲା। ଏ ମାମଲାରେ ଦାୟିତ୍ୱରେ ଅବହେଳା ଲାଗି ରାମନଗର ପୁଲିସ ଫାଣ୍ଡି ଇନଚାର୍ଜ ରାମବିଳାସଙ୍କୁ ସସପେଣ୍ଡ କରାଯାଇଛି। ମଙ୍ଗଳବାର ବିଳମ୍ୱିତ ରାତିରେ ଏନକାଉଣ୍ଟର କରି ପୁଲିସ ହିମାଂଶୁକୁ ଗିରଫ କରିଛି।
