ଗଞ୍ଜେଇ ଓ ଗୋ-ମାଫିଆଙ୍କ ସମ୍ପତ୍ତି ଉପରେ ଚଢ଼ାଉ
ଝାରପୋଖରିଆ: ଝାରପୋଖରିଆରେ ପୋଲିସର ବଡ଼ ଧରଣର ରେଡ । ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଇଛି।
ଝାରପୋଖରିଆ: ଝାରପୋଖରିଆରେ ପୋଲିସର ବଡ଼ ଧରଣର ରେଡ । ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଇଛି। ଝାରପୋଖରିଆ ଥାନା ଅଞ୍ଚଳର ଦୁଇଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଥିବା ଜଣାପଡ଼ିଛି। ଏହି ଚଢ଼ାଉ ବେଳେ ଗଞ୍ଜେଇ ଓ ଗୋ-ଚାଲାଣ ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବେଆଇନ ସମ୍ପତ୍ତିର ତଦନ୍ତକୁ କେନ୍ଦ୍ର କରି ଚାଲିଛି। ସୂଚନା ଅନୁଯାୟୀ, ଶନିବାର ସକାଳୁ ମୟୂରଭଞ୍ଜ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଝାରପୋଖରିଆ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଏବଂ ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଥିଲା। ବେଆଇନ କାରବାର ମାଧ୍ୟମରେ ଅର୍ଜିତ ସମ୍ପତ୍ତିର ଆକଳନ, ଆର୍ଥିକ କାରବାରର ଯାଞ୍ଚ ଏବଂ ସମ୍ପତ୍ତି ସମ୍ପର୍କିତ ଦସ୍ତାବିଜ ଯାଞ୍ଚ ପାଇଁ ଏହି ଅଭିଯାନ ଚାଲିଥିବା ସୂଚନା ମିଳିଛି। ପୋଲିସ ଅଧିକାରୀମାନଙ୍କ କହିବା ଅନୁଯାୟୀ, ଗୋ-ଚାଲାଣ ଓ ମାଦକ କାରବାର ସହ ଜଡ଼ିତ ଅଭିଯୁକ୍ତମାନଙ୍କ ଆୟର ଉତ୍ସ ଏବଂ ସମ୍ପତ୍ତିର ପରିମାଣ ଉପରେ ତଦନ୍ତ କରାଯାଉଛି। ଚଢ଼ାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ଆର୍ଥିକ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ମାଫିଆମାନେ ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ଅର୍ଜନ କରିଥିବା ସମ୍ପତ୍ତିର ଆକଳନ ଓ ଜବତ ପାଇଁ ପୋଲିସ ଏହି ଆକ୍ସନ ନେଇଛି। ଚଢ଼ାଉ ପ୍ରକ୍ରିୟା ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଅଧିକ ବିବରଣୀ ପ୍ରକାଶ କରାଯାଇନାହିଁ। ତେବେ ଏହି ଅଭିଯାନ ମାଧ୍ୟମରେ ଅପରାଧ ଓ ମାଫିଆ ନେଟୱର୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ସନ୍ଦେଶ ଦିଆଯାଇଛି। ପୋଲିସ ପକ୍ଷରୁ ଚଢ଼ାଉ ଜାରି
