ଜଳେଶ୍ୱରର ୬ ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ
ଜଳେଶ୍ୱର: ବେଆଇନ ଗୋ-ଚାଲାଣ ମାମଲାରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବଡ଼ ଚଢ଼ାଉ । ଜଳେଶ୍ୱର ଓ ବସ୍ତା SDPOଙ୍କ ନେତୃତ୍ୱରେ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ କମର୍ଦ୍ଦା ଥାନା ଅଞ୍ଚଳର ୬ ଜଣ ସନ୍ଦିଗ୍ଧ ଗୋମାଫିଆଙ୍କ ଘରେ ଏକକାଳୀନ ଚଢ଼ାଉ ଚାଲିଛି।
ଜଳେଶ୍ୱର: ବେଆଇନ ଗୋ-ଚାଲାଣ ମାମଲାରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବଡ଼ ଚଢ଼ାଉ । ଜଳେଶ୍ୱର ଓ ବସ୍ତା SDPOଙ୍କ ନେତୃତ୍ୱରେ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ କମର୍ଦ୍ଦା ଥାନା ଅଞ୍ଚଳର ୬ ଜଣ ସନ୍ଦିଗ୍ଧ ଗୋମାଫିଆଙ୍କ ଘରେ ଏକକାଳୀନ ଚଢ଼ାଉ ଚାଲିଛି। ଝାରପୋଖରିଆ ଥାନା କେସ୍ ନମ୍ବର ୧୦୭/୨୦୨୬ ଆଧାରରେ ବେଆଇନ ଗୋ-ଚାଲାଣ ମାମଲାର ତଦନ୍ତ କରୁଥିବା ପୋଲିସ ଗୋ-ଚାଲାଣରେ ସଂପୃକ୍ତ ଅଭିଯୁକ୍ତ ଉତ୍ତମ ଦଣ୍ଡପାଟଙ୍କ ଘରେ ଆର୍ଥିକ ଅନୁସନ୍ଧାନ ପାଇଁ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ପ୍ରାୟ ୧.୫ ଲକ୍ଷ ଟଙ୍କା ନଗଦ, ସୁନା, ରୂପା ଏବଂ ଅନେକ ଅନ୍ୟାନ୍ୟ ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ,ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ଜବତ ସୁନା ଓ ରୂପାର ଓଜନ ପ୍ରକ୍ରିୟା ଜାରି ରହିଥିବା ପୋଲିସ ସୂଚନା ଦେଇଛି। ତଦନ୍ତ ବେଳେ ଉତ୍ତମଙ୍କର ଏକ ଦୁଇ ମହଲା ବିଶିଷ୍ଟ କୋଠାଘର ଠାବ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଘଟଣାସ୍ଥଳରୁ ତାଙ୍କର ଦୁଇଟି ଫର୍ଚ୍ୟୁନର ଗାଡ଼ି ଜବତ ହୋଇଥିବା ବେଳେ ଅନ୍ୟ ଏକ XUV 700 ଗାଡ଼ି ନେଇ ସେ ଫରାର ଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଖୋଜାଖୋଜି ଜୋରଦାର କରାଯାଇଛି। ଅନ୍ୟପକ୍ଷରେ, ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକ (କାନ୍ହୁ)ଙ୍କ ଘରେ ମଧ୍ୟ ପୋଲିସ ଚଢ଼ାଉ କରିଛି। ସେ ଏକ ଏନଡିପିଏସ୍ ମାମଲାରେ ସଂପୃକ୍ତ ଥିବା ନେଇ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ତେବେ ମୁଖ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି | ସେମାନଙ୍କୁ ଧରିବା ପାଇଁ ଅଭିଯୁକ୍ତଙ୍କ ଆର୍ଥିକ କାରବାର, ସମ୍ପତ୍ତି ଏବଂ ଗୋ-ଚାଲାଣ ନେଟୱର୍କ ସମ୍ପର୍କରେ ମଧ୍ୟ ଗଭୀର ତଦନ୍ତ ଚାଲିଛି।
