Parliament Spl Session:ସ୍ୱତନ୍ତ୍ର ଅଧିବେଶନ- ଏନଡିଏ ସରକାରର ସମ୍ମାନର କଥା
ଏପ୍ରିଲ ୧୭ରେ ହୋଇଥିବା ବଜେଟ ଅଧିବେଶନରେ ମୋଦି ସରକାର ବ୍ୟାକଫୁଟରେ ରହିଥିଲେ। ଡିଲିମିଟେସନ ଓ ମହିଳା ସଂରକ୍ଷଣ ବିଲ୍ ମୁଦ୍ଦାରେ ପାସ୍ କରିପାରିନଥିଲେ। ମୌସୁମୀ ଅଧିବେଶନରେ ବି ନିଟ୍ ପେପରଲିକ୍ ବିଭ୍ରାଟକୁ ନେଇ ଛାତ୍ର ଆନ୍ଦୋଳନ ତେଜିବାରୁ ଏ ପ୍ରମୁଖ ଦୁଇଟି ବିଲ ପାରିତ କରିବାର ମଉକା ପାଇନଥିଲେ ଏନଡିଏ ସରକାର। ସେଥିଲାଗି ଏବେ ଛୋଟ ଛୋଟ ଦଳର ସମର୍ଥନ ନେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର।

ଅକ୍ଟୋବର ଶେଷ ଆଡ଼କୁ ବସିପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଡିଲିମିଟେସନ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ଉପରେ ବାଜିପାରେ ମୋହର। ଅକ୍ଟୋବର ୨୬ ଓ ୨୭ ଦୁଇ ଦିନ ଧରି ବସିବ ଏହି ସ୍ୱତନ୍ତ୍ର ଅଧିବେଶନ। ଗୃହରେ ଏହି ଦୁଇଟି ମହତ୍ତ୍ୱପୂର୍ଣ୍ଣ ବିଲ୍ ପାସ ପାଇଁ ଦୁଇ ତୃତୀୟାଂଶ ବହୁମତ ହାସଲ କରିବ ବୋଲି ଆଶାବାଦୀ ବିଜେପି। ଏସଆଇଆର ଓ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସଡ଼କରୁ ସୁପ୍ରିମକୋର୍ଟ ହୁଲସ୍ତୁଲ ହେଉଛି। ଆଉ ଏତିକିବେଳେ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏପ୍ରିଲ ୧୭ରେ ହୋଇଥିବା ବଜେଟ ଅଧିବେଶନରେ ମୋଦି ସରକାର ବ୍ୟାକଫୁଟରେ ରହିଥିଲେ। ଡିଲିମିଟେସନ ଓ ମହିଳା ସଂରକ୍ଷଣ ବିଲ୍ ମୁଦ୍ଦାରେ ପାସ୍ କରିପାରିନଥିଲେ। ମୌସୁମୀ ଅଧିବେଶନରେ ବି ନିଟ୍ ପେପରଲିକ୍ ବିଭ୍ରାଟକୁ ନେଇ ଛାତ୍ର ଆନ୍ଦୋଳନ ତେଜିବାରୁ ଏ ପ୍ରମୁଖ ଦୁଇଟି ବିଲ ପାରିତ କରିବାର ମଉକା ପାଇନଥିଲେ ଏନଡିଏ ସରକାର। ସେଥିଲାଗି ଏବେ ଛୋଟ ଛୋଟ ଦଳର ସମର୍ଥନ ନେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଡିଏମକେ ସହ କଥାବାର୍ତ୍ତା ଆରମ୍ଭ କରିଦେଲାଣି। କାରଣ ଡିଏମକେର ୨୨ ସାଂସଦ ଅଛନ୍ତି। ତାମିଲନାଡ଼ୁ ନିର୍ବାଚନ ପରେ ଡିଏମକେ ଓ କଂଗ୍ରେସ ଭିତରେ ଦୂରତା ବଢ଼ିଥିବାରୁ ଏଥିରୁ ଫାଏଦା ନେବାକୁ ବସିଛି ଏନଡିଏ। କାରଣ ବିଜୟଙ୍କ ସହ କଂଗ୍ରେସର ମେଣ୍ଟରୁ ଇଣ୍ଡି ମେଣ୍ଟରୁ ବି ଦୂରତା ବଜାୟ ରଖିଛି ଡିଏମକେ। ଏହା ସହ ୮ ସାଂସଦ ଥିବା ଏନସିପି(ଏସପି)ର ସମର୍ଥନ ମିଳିବ ବୋଲି ଆଶାବାଦୀ ରହିଛି। କାରଣ ସୁପ୍ରିୟା ସୁଲେ ପୂର୍ବରୁ ସଙ୍କେତ ଦେଇଥିଲେ ଯେ, ଯଦି ୫୦ ପ୍ରତିଶତ ସିଟ ବଢ଼ିବାର ସରକାର ଗ୍ୟାରେଣ୍ଟି ଦେବେ, ତାହେଲେ ସେ ସରକାରଙ୍କ ସହ କଥାବାର୍ତ୍ତା କରିପାରନ୍ତି। ନମ୍ୱର ଗେମ୍ ଉପରେ ସବୁ କଥା ଅଟକିଛି। କାରଣ କୌଣସି ସାମ୍ୱିଧାନିକ ସଂଶୋଧନ ବିଲ୍ ପାରିତ କରିବାକୁ ହେଲେ ଆବଶ୍ୟକୀୟ ସଂଖ୍ୟା ଦରକାର। ଏବେ ଗୃହରେ ଏନଡିଏ ପାଖରେ ବହୁମତ ଅଛି ସତ। କିନ୍ତୁ ମ୍ୟାଜିକ ନମ୍ୱର ନାହିଁ। ବିଲ୍ ପାରିତ ପାଇଁ ଦୁଇ ତୃତୀୟାଂଶ ଭୋଟ ଅର୍ଥାତ ପ୍ରାୟ ୩୬୦ ସିଟ୍ ଜରୁରୀ। ଲୋକସଭାରେ ଏବେ ୫୪୩ ସାଂସଦ ଅଛନ୍ତି। ୩ ଟି ସିଟ୍ ଖାଲି ଅଛି। ଏଥିରୁ ଏନଡିଏର ୩୧୮ ସାଂସଦ ଅଛନ୍ତି। ବିଲ୍ ପାସ୍ ପାଇଁ ୩୬୦ ଭୋଟ ଦରକାର। ଯଦିଡିଏମକେର ୨୨ ସାଂସଦ ସମର୍ଥନ କରନ୍ତି, ତା ପରେ ବି ଆହୁରି ୨୦ ସାଂସଦ ଆବଶ୍ୟକ। ରାଜ୍ୟସଭାରେ ୨୪୫ ସିଟ। ଏବେ ୩ଟି ଖାଲିଅଛି। ୨୪୦ରୁ ଏନଡିଏ ପାଖରେ ୧୫୩ ସାଂସଦଅଛନ୍ତି। ବିଲ୍ ପାରିତ କରିବାକୁ ହେଲେ ୧୬୨ ସାଂସଦ ଜରୁରୀ। ଅର୍ଥାତ ଏଠାରେ ବି ଅନ୍ୟ ଛୋଟ ଦଳର ୯ ସାଂସଦଙ୍କ ଆବଶ୍ୟକତା ଅଛି। ଗଲା ଅଧିବେଶନଠୁ ଏନଡିଏ ସଂଖ୍ୟା ବଢ଼ିଛି। କାରଣ ଦଳରେ ବିଦ୍ରୋହ କରି ୨୧ ଟିଏମସି ସାଂସଦ ଓ ୬ ଜଣ ଶିବସେନା(ୟୁବିଟି) ସାଂସଦ ଶାସକ ଦଳକୁ ଡେଇଁଛନ୍ତି। କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସମ୍ୱିଧାନ ସଂଶୋଧନ ବିଲର ପ୍ରାବଧାନକୁ ନେଇ ମନ୍ଥନ ହେବା ଦରକାର ବୋଲି କହିଛନ୍ତି। ଏଥିଲାଗି ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି। ଏହା ସହ ପଚାରିଛନ୍ତି, ଅଗଷ୍ଟ ୧୩ରେ ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ କରିଦିଆଯାଇଥିଲା। କିନ୍ତୁ ଏଯାଏ ପ୍ରାୟ ୨ ମାସ ପରେ ବି ଏହାର ସତ୍ର ଅବସାନ ହେଲା ବୋଲି ଔପଚାରିକ ଭାବେ ଘୋଷଣା କରାଯାଇନି। ୬ ମାସ ହେଲାଣି ସରକାର ନିଜ ପ୍ରୟାସରେ ସଫଳ ହୋଇପାରିନାହାନ୍ତି। ଲୋକସଭାରେ ଦୁଇ ତୃତୀୟାଂଶ ବହୁମତ ଯୋଗାଡ଼ କରିପାରୁନାହାନ୍ତି। ବଡ଼କଥା ହେଲା। ଏଥର ସ୍ୱତନ୍ତ୍ର ଅଧିବେଶନ ସରକାରଙ୍କ ଲାଗି ସମ୍ମାନର ମୁଦ୍ଦା ଭାବେ ବଡ଼ ପରୀକ୍ଷା ସାଜିବ।
