ସନ୍ୟାସ ନେଲେ ବ୍ରାଜିଲ ଫୁଟବଲ ଷ୍ଟାର ନେମାର..
ଫିଫା ବିଶ୍ୱକପ୍ ୨୦୨୬ରେ ନରଓ୍ୱେରୁ ହାରିବା ପରେ ଆଗକୁ ଇଣ୍ଟରନାସନାଲ ଫୁଟବଲରେ ଖେଳିବେନି ବୋଲି ସଙ୍କେତ ଦେଇଥିଲେ। କିନ୍ତୁ ତାଙ୍କ ବାପା ନେମାର ଦା ସିଲଭା ସିନିୟର ପୁଅକୁ ଅପିଲ କରି କହିଥିଲେ ଖେଳ ଜାରି ରଖିବାକୁ। ୧୬ ବର୍ଷର ଇଣ୍ଟରନାସନାଲ କ୍ୟାରିଅରରେ ନେମାର ବ୍ରାଜିଲ ପାଇଁ ୧୩୦ ମ୍ୟାଚ୍ ଖେଳିଛନ୍ତି। ୮୦ଟି ଗୋଲ୍ କରିବା ସହ ୫୯ଟି ଆସିଷ୍ଟ କରିଛନ୍ତି।

ପ୍ରଖ୍ୟାତ ବ୍ରାଜିଲ ଫୁଟବଲର ନେମାର ଜୁନିୟର ଇଣ୍ଟରନାସନାଲ ମ୍ୟାଚରୁ ନେଲେ ଅବସର। ଫିଫା ବିଶ୍ୱକପରେ ଟିମର ପରାଜୟ ପରେ ସେ ଖେଳରୁ ସନ୍ୟାସ ନେବେ ବୋଲି ସଙ୍କେତ ଦେଇଥିଲେ। ଫିଫା ବିଶ୍ୱକପରେ ନରଓ୍ୱେଠୁ ହାରିଯାଇଥିଲା ବ୍ରାଜିଲ ଟିମ୍ । ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ଶେଷରେ ନେମାର ପେନାଲଟି ଗୋଲ୍ ଦେଇଥିଲେ। ଏହା ବ୍ରାଜିଲ ଲାଗି ତାଙ୍କର ୮୦ତମ ଗୋଲ୍ ଥିଲା। ୧୯୯୨ରେ ଜନ୍ମିତ ନେମାରଙ୍କ ଇଣ୍ଟରନାସନାଲ ଫୁଟବଲ କ୍ୟାରିଅର ୧୬ ବର୍ଷର ରହିଛି। ୨୦୧୦ରେ ସେ ଆମେରିକା ବିରୁଦ୍ଧରେ ଡେବ୍ୟୁ କରିଥିଲେ। ୩୪ ବର୍ଷୀୟ ନେମାର ଖେଳରୁ ସନ୍ୟାସ ନେବା ନିଷ୍ପତ୍ତି କୋପା ସୁଦାମେରିକାନାରେ ସାଣ୍ଟ୍ରୋସର ୪-୨ରେ ଜିତ୍ ପରେ ଶୁଣାଇଥିଲେ। ଗଲା କିଛି ସପ୍ତାହ ହେଲା ତାଙ୍କ ଭବିଷ୍ୟତକୁ ନେଇ ନାନା ଅନୁମାନ ଲଗାଯାଉଥିଲା। ନେମାର କହିଛନ୍ତି, ରାଷ୍ଟ୍ରୀୟ ଟିମ୍ ସହ ତାଙ୍କର ସମୟ ସମାପ୍ତ ହୋଇଛି। ସେ ଇତିହାସ ସୃଷ୍ଟି କରିଛନ୍ତି। ବହୁତ ଖୁସି ହାସଲ କରିଛନ୍ତି। ସବୁବେଳେ ନିଜ ଜର୍ସି ଲାଗି ନିଜର ସବୁକିଛି ଦେଲେ। ହେଲେ ଏବେ ସେ ଆଗକୁ ଖେଳବାକୁ ଚାହୁଁନାହାନ୍ତି। ଫିଫା ବିଶ୍ୱକପ୍ ୨୦୨୬ରେ ନରଓ୍ୱେରୁ ହାରିବା ପରେ ଆଗକୁ ଇଣ୍ଟରନାସନାଲ ଫୁଟବଲରେ ଖେଳିବେନି ବୋଲି ସଙ୍କେତ ଦେଇଥିଲେ। କିନ୍ତୁ ତାଙ୍କ ବାପା ନେମାର ଦା ସିଲଭା ସିନିୟର ପୁଅକୁ ଅପିଲ କରି କହିଥିଲେ ଖେଳ ଜାରି ରଖିବାକୁ। ୧୬ ବର୍ଷର ଇଣ୍ଟରନାସନାଲ କ୍ୟାରିଅରରେ ନେମାର ବ୍ରାଜିଲ ପାଇଁ ୧୩୦ ମ୍ୟାଚ୍ ଖେଳିଛନ୍ତି। ୮୦ଟି ଗୋଲ୍ କରିବା ସହ ୫୯ଟି ଆସିଷ୍ଟ କରିଛନ୍ତି। ନିଜ କ୍ୟାରିଅରରେ ସେ ବିଶ୍ୱକପ୍ ଜିତିନାହାନ୍ତି ସତ। ହେଲେ ଫିଫା କନଫ୍ରେଡେସେନ କପ୍ ୨୦୧୩ ବିଜେତା ବ୍ରାଜିଲ ଟିମରେ ଥିଲେ। ଏହା ସହ ନେମାରଙ୍କ କ୍ୟାପଟେନସିପରେ ବ୍ରାଜିଲ୍ ଅଲମ୍ପିକରେ ଗୋଲ୍ଡ ଜିତିଥିଲା। ୨୦୨୪ ଓ ୨୦୨୫ରେ ନେମାର କୌଣସି ଇଣ୍ଟରନାସନାଲ ମ୍ୟାଚ୍ ଖେଳିନଥିଲେ। ତଥାପି ଫିଫା ବିଶ୍ୱକପ୍ ୨୦୨୬ ଲାଗି ତାଙ୍କୁ ଚୟନ କରାଗଲା। ଆହତ କାରଣରୁ ପ୍ରାରମ୍ଭିକ ମ୍ୟାଚରେ ତାଙ୍କୁ ବାହାରେ ରଖାଗଲା। ପରେ ସ୍କଟଲ୍ୟାଣ୍ଡ ଓ ନରଓ୍ୱେ ବିରୁଦ୍ଧରେ ସବଟିଚ୍ୟୁଡ୍ ଖେଳାଳୀ ଭାବେ ମୈଦାନକୁ ଓହ୍ଲାଇଥିଲେ।
