ବାବା ମିଲନଦାସ ହତ୍ୟାକାଣ୍ଡ- ଅଭିଯୁକ୍ତକୁ ଏନକାଉଣ୍ଟର
ମନ୍ଦିରରେ ସାଉଣ୍ଡ ସିଷ୍ଟମ ବଜାଇବାକୁ କେନ୍ଦ୍ର କରି ହୋଇଥିଲା ମର୍ଡର। ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ, ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା। ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ଭିତରେ କ୍ଷୋଭ ଦେଖିବାକୁ ମିଳିଥିଲା।

ୟୁପିର ଉନ୍ନାଓରେ ବାବା ମିଲନ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୁଲିସର ଏନକାଉଣ୍ଟର। ଆଜି ଭୋରରୁ ଏନକାଉଣ୍ଟରରେ ଇସ୍ରାଇଲ ଅହମଦର ମୃତ୍ୟୁ ହୋଇଛି। ବାବା ମିଲନ ଦାସ, ଯିଏକି ସନ୍ଥ ରାମ ମିଲନ ଦାସ ନାଁରେ ମଧ୍ୟ ପରିଚିତ ଥିଲେ। ଉନ୍ନାଓ ଜିଲ୍ଲାର ବାଙ୍ଗରମୌ ଅଞ୍ଚଳର ଜଣେ ପ୍ରସିଦ୍ଧ ସାଧୁ ଓ ପୁଜାରୀ ଥିଲେ। ପ୍ରାୟ ୬୦ ବର୍ଷ ବୟସର ବାବା ମିଲନ ଦାସ ଦୀର୍ଘ ବର୍ଷ ଧରି ବୋଧେଶ୍ୱର ମହାଦେବ ମନ୍ଦିରରେ ପୂଜାପାଠ ଓ ଧାର୍ମିକ ସେବାରେ ନିୟୋଜିତ ଥିଲେ। ଗତ କିଛି ମାସ ଧରି ସେ ନିଜ ଘର ନିକଟରେ ଏକ ନୂତନ ମନ୍ଦିର ନିର୍ମାଣ କାମରେ ଲାଗିଥିଲେ। ନିର୍ମାଣାଧୀନ ମନ୍ଦିର ପରିସରରେ ରହି ସେ ଧାର୍ମିକ କାର୍ଯ୍ୟକ୍ରମ ଓ ପୂଜାପାଠ କରୁଥିଲେ। ଏହି ମନ୍ଦିରକୁ କେନ୍ଦ୍ର କରି ସେ ଭକ୍ତମାନଙ୍କ ସହ ନିୟମିତ ସମ୍ପର୍କରେ ରହୁଥିଲେ। ଜୁନ୍ ୯ ତାରିଖରେ ନିର୍ମାଣଧୀନ ମନ୍ଦିର ଭିତରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା। ମନ୍ଦିରରେ ସାଉଣ୍ଡ ସିଷ୍ଟମ ବଜାଇବାକୁ କେନ୍ଦ୍ର କରି ହୋଇଥିଲା ମର୍ଡର। ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ, ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା। ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ଭିତରେ କ୍ଷୋଭ ଦେଖିବାକୁ ମିଳିଥିଲା।
ଘଟଣା ପରେ ପୁଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୪ ଅଭିଯୁକ୍ତ ୟାମିନ, ସାନୁ, ସଫି, ଲଲିଙ୍କୁ ଗିରଫ କରି ଜେଲ୍ ପଠାଇସାରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ଇସ୍ରାଇଲକୁ ଆଜି ଏନକାଉଣ୍ଟରରେ ମାରିଛି ପୁଲିସ ମାରିଛି। ୨ ଦିନ ତଳେ ଇସ୍ରାଇଲ ଉପରେ ପୁଲିସ ୧ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଥିଲା। ପୁଲିସକୁ ସୂଚନା ମିଳିଥିଲା କି, ଇସ୍ରାଏଲ ତାଜପୁର ଅଣ୍ଡରପାସ ପାଖରେ ନିଜର କୌଣସି ସାଥୀକୁ ଅପେକ୍ଷା କରିଛି। ଖବର ପାଇ ଆଜି ଭୋରରୁ ଇସ୍ରାଇଲକୁ ସରେଣ୍ଡର କରିବାକୁ ପୁଲିସ କହିଥିଲା। ହେଲେ ଇସ୍ରାଇଲ ସରେଣ୍ଡର ବଦଳରେ ଫାୟାରିଂ କରିଥିଲା। ଆଉ ପୁଲିସର କାଉଣ୍ଟର ଫାୟାରିଂରେ ଟଳିପଡ଼ିଥିଲା।ଶିବ ମନ୍ଦିର ନିର୍ମାଣ ଚାଲୁଥିଲା। ଏହା ସହ ଭଜନ କୀର୍ତ୍ତନ ବି ଚାଲିଥିଲା। ହେଲେ ମନ୍ଦିରକୁ ନେଇ ଏସବୁ ଗତିବିଧି ଇସ୍ରାଇଲ ଦେହରେ ଯାଇନଥିଲା। ଶେଷରେ ବାବାଙ୍କୁ ହତ୍ୟା କରିଦେଲେ। ଉନ୍ନାଓରେ ସାଧୁଙ୍କୁ ପୂର୍ବରୁ ବି ହତ୍ୟା ହୋଇଛି। ୨୦୧୩ରେ ବୋଧେଶ୍ୱର ମନ୍ଦିରର ସେବାୟତ କଲ୍ଲୁ ପଣ୍ଡିତଙ୍କ ହତ୍ୟା କରାଯାଇଥିଲା।
