ଫାଇନାଲରେ ପହଞ୍ଚିଲେ ବି ଭାଗ୍ୟ ସାଥ୍ ଦେଲାନି- କିଏ ସେହି ଅଭାଗା ଟିମ୍?
ଚାମ୍ପିଅନ ହେବାର ଖୁବ ନିକଟବର୍ତ୍ତୀ ହୋଇ ବି ହରାଇଦିଏ ମଉକା। ଫୁଟବଲର ମହାକୁମ୍ଭରେ ଅନେକ ଟିମ୍ ଅଛନ୍ତି ଯେଉଁମାନେ ପୁରା ଟୁର୍ଣ୍ଣାମେଣ୍ଟରେ ଦବଦବା ବଜାୟ ରଖିଲେ। କିନ୍ତୁ ଫାଇନାଲର ଅନ୍ତିମ ୯୦ ବା ୧୨୦ ମିନିଟରେ ସେମାନଙ୍କ ଭାଗ୍ୟ ଟଳମଳ ହୋଇଗଲା।

ଫିଫା ବିଶ୍ୱକପ୍ ଇତିହାସରେ କେଉଁ ଟିମ୍ ଅଧିକ ଥର ଫାଇନାଲ ହାରିଛି। ତାହେଲେ ଏ ତାଲିକାର ଟପରେ ବି ରହିଛି ଆର୍ଜେଣ୍ଟିନା। ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲରେ ୧-୦ରେ ସ୍ପେନଠୁ ହାରିଗଲା ଆର୍ଜେଣ୍ଟିନା। ମେସିଙ୍କ ନେତୃତ୍ୱାଧୀନ ଟିମ୍ ଲଗାତାର ଦ୍ୱିତୀୟ ଥର ଚାମ୍ପିଅନ ଟ୍ରଫି ହାତରେ ଧରିବାର ସ୍ନପ୍ନକୁ ଚୁରମାର କରିଦେଲା ସ୍ପେନ୍। ବିଶ୍ୱବିଜୟୀ ଟିମର ନାଁ ଇତିହାସରେ ଯେଭଳି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହେ। ଠିକ୍ ସେଭଳି ଫାଇନାଲରେ ହାରିଥିବା ଟିମର ବ୍ୟଥା ବି କମ୍ ନଥାଏ। କାରଣ ଚାମ୍ପିଅନ ହେବାର ଖୁବ ନିକଟବର୍ତ୍ତୀ ହୋଇ ବି ହରାଇଦିଏ ମଉକା। ଫୁଟବଲର ମହାକୁମ୍ଭରେ ଅନେକ ଟିମ୍ ଅଛନ୍ତି ଯେଉଁମାନେ ପୁରା ଟୁର୍ଣ୍ଣାମେଣ୍ଟରେ ଦବଦବା ବଜାୟ ରଖିଲେ। କିନ୍ତୁ ଫାଇନାଲର ଅନ୍ତିମ ୯୦ ବା ୧୨୦ ମିନିଟରେ ସେମାନଙ୍କ ଭାଗ୍ୟ ଟଳମଳ ହୋଇଗଲା। ନଜର ପକାଇବା, ଏମିତି କେଉଁ ଟିମ୍, ଅନେକ ପରିଶ୍ରମ କରି ଫାଇନାଲରେ ପହଞ୍ଚିବା ସତ୍ତ୍ୱେ ଫାଇନାଲ ଟ୍ରଫି ଧରିପାରିନି। ଏ ତାଲିକାର ଶୀର୍ଷରେ ଜର୍ମାନୀ ରହିଛି। ୪ ଥର ବିଶ୍ୱକପ ଚାମ୍ପିଅନ ହୋଇଛି। ହେଲେ ଏହି ଟିମ୍ ନାଁରେ ଆଉ ଏକ ରେକର୍ଡ ବି ରହିଛି। ଜର୍ମାନୀ ଟିମ୍ ଫାଇନାଲରେ ୪ଥର ହାରିଛି। ୧୯୬୬ରେ ଇଂଲଣ୍ଡ ବିରୁଦ୍ଧରେ ବିବାଦୀୟ ଗୋଲ କାରଣରୁ ପ୍ରଥମ ଥର ହାରିଥିଲା ଜର୍ମାନୀ। ଏହା ପରେ ୧୯୮୨ରେ ଇଟାଲୀ ଓ ୧୯୮୬ରେ ଡିଏଗୋ ମାରାଡୋନାର ଆର୍ଜେଣ୍ଟିନା ବିରୁଦ୍ଧରେ ଲଗାତାର ଦୁଇଟି ଫାଇନାଲ ଲଢ଼ିଥିଲା। ଶେଷରେ ୨୦୦୨ରେ ରୋନାଲଡୋଙ୍କ ବ୍ରାଜିଲ ଟିମ୍ ଜର୍ମାନୀକୁ ପଞ୍ଚମ ଥର ଚାମ୍ପିଅନ ହେବାର ସ୍ୱପ୍ନକୁ ଭାଙ୍ଗିଦେଇଥିଲା। ଆର୍ଜେଣ୍ଟିନା ଟିମ୍ ଜର୍ମାନୀ ସହ ସଂଯୁକ୍ତ ଭାବେ ସର୍ବାଧିକ ଥର ଫାଇନାଲ ହାରିଛି। ୧୯୩୦ରେ ପ୍ରଥମ ଫିଫା ବିଶ୍ୱକପ୍ ଫାଇନାଲରେ ଉରୁଗୁଏଠୁ ୪-୨ରେ ହାରିଥିଲା ଆର୍ଜେଣ୍ଟିନା। ଏହା ପରେ ୧୯୯୦ରେ ଇଟାଲୀ ମାଟିରେ ଜର୍ମାନୀ ପେନାଲଟି ଜରିଆରେ ୧୯୮୬ର ବଦଲା ନେଇଥିଲା। ୨୦୧୪ରେ ଲିୟୋନେଲ ମେସିଙ୍କ ଟିମ୍ ଫାଇନାଲର ବେଶ୍ ନିକଟବର୍ତ୍ତୀ ହୋଇଥିଲେ ହେଁ, ଜର୍ମାନୀର ମାରିୟୋ ଗୋତଜେଙ୍କ ଏକ୍ସଟ୍ରା ଟାଇମ ଗୋଲ୍ ଆର୍ଜେଣ୍ଟିନାକୁ ରନରଅପରେ ରୋକିଦେଲା। ଆଉ ଏବେ ଫିଫା ୨୦୨୬ରେ ସ୍ପେନର ମଝଭୁତ ଡିଫେନ୍ସ ତଥା ଦୁର୍ଗକୁ ଭେଦି ପାରିଲାନି ଆର୍ଜେଣ୍ଟିନା। ଆଉ ଫାଇନାଲରେ ହାରି ଚତୁର୍ଥ ଥର ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ସେପଟେ ନେଦରଲ୍ୟାଣ୍ଡ ସବୁଠୁ ଅନଲକି ଟିମ୍ ଭାବେ ସାବ୍ୟସ୍ତ ହୋଇଛି। ଏହି ଟିମ୍ ୩ଥର ଫାଇନାଲରେ ପହଞ୍ଚିଥିବା ସତ୍ତ୍ୱେ ୩ଥର ଯାକ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି। ୧୯୭୪ ଓ ୧୯୭୮ରେ ଆୟୋଜକ ଜର୍ମାନୀ ଓ ଆର୍ଜେଣ୍ଟିନାରୁ ହାରିଥିଲା। ଏହା ପରେ ୨୦୧୦ରେ ଦକ୍ଷିଣଆଫ୍ରିକାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସ୍ପେନର ଆଣ୍ଡ୍ରେସ ଇନିଏସ୍ତାଙ୍କ ଏକ୍ସଟ୍ରା ଟାଇମ ଗୋଲ ପୁଣି ଥରେ ନଦରଲ୍ୟାଣ୍ଡକୁ ଚାମ୍ପିଅନ ହେବାରେ ଅଟକାଇଦେଲା। ସେଥିଲାଗି ନେଦରଲ୍ୟାଣ୍ଡକୁ ମୁକୁଟବିହୀନ ସମ୍ରାଟ ବୋଲି ବି କୁହାଯାଏ। ତେବେ ଦୁଇ ଥର ଫାଇନାଲକୁ ଯାଇ ଚାମ୍ପିଅନ ହେବାର ସୌଭାଗ୍ୟ ହାସଲ କରିନଥିବା ଟିମ୍ ଭିତରେ ଅଛି ହଙ୍ଗାରି। ହଙ୍ଗାରି ଟିମକୁ ଅଲଟାଇମ ବେଷ୍ଟ ଟିମରେ ଗଣାଯାଏ। ହେଲେ ୧୯୩୮ ଓ ୧୯୫୪ରେ ଫାଇନାଲରେ ବାଜି ବଦଳିଗଲା। ୫ ଥରର ଚାମ୍ପିଅନ ବ୍ରାଜିଲ୍ ୧୯୫୦ରେ ନିଜ ଘରେ ଉରୁଗୁଏ ଓ ୧୯୯୮ରେ ଫ୍ରାନ୍ସଠୁ ଫାଇନାଲ ହାରିଯାଇଥିଲା। ୪ଥରର ଚାମ୍ପିଅନ ଇଟାଲୀକୁ ୧୯୭୦ ଓ ୧୯୯୪ରେ ଦୁଇଥର ବ୍ରାଜିଲ୍ ହାତରେ ହାରିବାକୁ ପଡ଼ିଛି। ତେବେ ଫାଇନାଲରେ ପହଞ୍ଚି ଥରେ ହାରିଥିବା ଟିମ୍ ହେଲା- ସ୍ୱିଡେନ ଓ କ୍ରୋଏସିଆ। ଫାଇନାଲ ଯାଏ ତ ପହଞ୍ଚିଥିଲା। କିନ୍ତୁ ଟ୍ରଫି ଉଠାଇବାର ଅନ୍ତିମ ବାଧାକୁ ଅତିକ୍ରମ କରିପାରିଲାନି। ୧୯୫୮ରେ ନିଜ ଘରେ ସ୍ୱିଡେନକୁ ୧୭ ବର୍ଷର ପେଲେଙ୍କ ବ୍ରାଜିଲ ଟିମ୍ ୫-୨ରେ ହରାଇଦେଇଥିଲା। ଆଉ ୨୦୧୮ରେ କ୍ରୋଏସିଆ ଫ୍ରାନ୍ସଠୁ ୪-୨ରେ ହାରିଥିଲା।
