MAJOR RISHABH SINGH :ରାଷ୍ଟ୍ରପତିଙ୍କ ଏଡିସି- କାହିଁକି ବିବାହ କରିପାରିବେନି?
ଦୁନିଆରେ ବାପା ମାଆଙ୍କଠୁ ବଳିକି ଆଉ ବଡ଼ ତ୍ୟାଗ ନାହିଁ। ସେ ସ୍ୱାର୍ଥୀ ହେବାକୁ ଚାହୁଁନଥିଲେ। ସେ ଏଭଳି ନିଷ୍ପତ୍ତି ତରବରିଆ ଭାବେ ନେଇନାହାନ୍ତି। ଏହି ଫୈସଲା ବେଶ୍ ଦୁଃଖଦ ଥିଲା।

ରାଷ୍ଟ୍ରପତିଙ୍କ ଲାଗି ସେ ବିବାହ କରିପାରୁନଥିଲେ। କାରଣ ସେ ମହାମହିମ ରାଷ୍ଟ୍ରପତିଙ୍କ ଏଡିସି ଥିଲେ। ଆଉ ଏଡିସି ଡ୍ୟୁଟିରେ ଥିବା କର୍ମଚାରୀ ବିବାହ କରିପାରିବେନି। ମାତ୍ର ୩୦ ବର୍ଷ ବୟସରେ ମେଜର ଋଷଭ ସିଂ ସାମ୍ୱ୍ୟାଲ ରାଷ୍ଟ୍ରପତିଙ୍କ ଏଡିସି ଭଳି ପଦବୀରୁ ଇସ୍ତଫା ଦେଇ ଏଭଳି ରହସ୍ୟ ଉନ୍ମୋଚନ କରିଛନ୍ତି। ପଦ ଛାଡ଼ିବା ପରେ ଅନେକ ଖୁଲାସା କରିଛନ୍ତି ଋଷଭ। ରାଷ୍ଟ୍ରପତିଙ୍କ ଏଡିସି ନିଜ କାର୍ଯ୍ୟକାଳରେ ବିବାହ କରିପାରିବେନି ଓ ତାଙ୍କ ବ୍ୟକ୍ତିଗତ ଜୀବନ ବି ବେଶ୍ ସୀମିତ ହୋଇଯାଏ। ରାଷ୍ଟ୍ରପତିଙ୍କ ଏଡିସି ଭାବେ ଦାୟିତ୍ୱ ତୁଲାଇଥିବା ଋଷଭ ଏବେ ଇଣ୍ଟରନେଟରେ ପୁରା ଛାଇ ଯାଇଛନ୍ତି। ୩୦ ବର୍ଷ ବୟସରେ ଚାକିରୀରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସମୟ ପୂର୍ବରୁ ରିଟାୟାରମେଣ୍ଟ ନେଇଯିବା ପଛରେ ନିଜର ବ୍ୟକ୍ତିଗତ କାରଣକୁ ଖୋଲିକରି କହିଛନ୍ତି ଋଷଭ। ସେ ଏହି ନିଷ୍ପତ୍ତି ପାରିବାରକ ଦାୟିତ୍ୱ କାରଣରୁ ନେଲେ। କୌଣସି ବ୍ୟକ୍ତିଗତ ଅସନ୍ତୋଷ ଲାଗି ନୁହେଁ। କାରଣ ମେଜର ଋଷଭଙ୍କୁ ନିଜ ଡ୍ୟୁଟି ଓ ପରିବାର ଭିତରେ କାହାକୁ ବାଛିବେ ବୋଲି ଏକ ମୁସ୍କିଲ ଆହ୍ୱାନର ସମ୍ମୁଖୀନ ହୋଇଥିଲେ। ଏକ ପଡକାଷ୍ଟରେ ସେ କହିଛନ୍ତି, ସେ ସେନାର ୟୁନିଫର୍ମକୁ କେବଳ ଏକ କ୍ୟାରିଅର ଭାବରେ ଦେଖିନାହାନ୍ତି। ବରଂ ଏହା ତାଙ୍କ ଜୀବନଯାକର ସ୍ୱପ୍ନ ସତ ହେଲା ଭଳି ଲାଗେ। ସେ କେବେ ବି ସେନା ଛାଡ଼ିବାକୁ ଭାବିନଥିଲେ। ଇସ୍ତଫା ଦେବା ଆଗରୁ ନିଜ ବାପା ମାଆଙ୍କ ପ୍ରତି କର୍ତ୍ତବ୍ୟ ଓ ବ୍ୟକ୍ତିଗତ ଆକାଙ୍କ୍ଷା ଭିତରେ ଜଣକୁ ବାଛିବାକୁ ହେବ ବୋଲି ଭାବିଲେ। ନିଜର ମହତ୍ତ୍ୱକାଙ୍କ୍ଷୀକୁ ପ୍ରାଥମିକତା ଦେବା ବଦଳରେ ସେ ନିଜ ବାପାମାଆଙ୍କ ସହ ରହିବାକୁ ନିଷ୍ପତ୍ତି ନେଲେ। ତାଙ୍କୁ କିଛି ତ୍ୟାଗ କରିବାର ଥିଲା। ଦୁନିଆରେ ବାପା ମାଆଙ୍କଠୁ ବଳିକି ଆଉ ବଡ଼ ତ୍ୟାଗ ନାହିଁ। ସେ ସ୍ୱାର୍ଥୀ ହେବାକୁ ଚାହୁଁନଥିଲେ। ସେ ଏଭଳି ନିଷ୍ପତ୍ତି ତରବରିଆ ଭାବେ ନେଇନାହାନ୍ତି। ଏହି ଫୈସଲା ବେଶ୍ ଦୁଃଖଦ ଥିଲା। ହେଲେ ପରିବାର ସହ ଆଲୋଚନା ପରେ ହିଁ ସେ ଏଭଳି ନିଷ୍ପତ୍ତି ନେଲେ। ନିଜ ମିଲିଟ୍ରି କ୍ୟାରିଅର ଖତମ ସତ୍ତ୍ୱେ ସେ ଦେଶ ସେବାରେ ବିତାଇଥିବା ପ୍ରତିଟି ମୂହୂର୍ତ୍ତ ତାଙ୍କ ଲାଗି ସ୍ମରଣୀୟ ରହିବ। ଯାହାକୁ ନେଇ ସେ ଚିରଦିନ ଗର୍ବିତ ଅନୁଭବ କରିବେ। ତେବେ ବିବାହ ଲାଗି ଚାକିରୀ ଛାଡ଼ିବା କଥାକୁ ଗୁଜବ ବୋଲି କହିଛନ୍ତି ମେଜର। ସେ ଏଯାଏଁ ବିବାହ କରିନାହାନ୍ତି। ଆଉ ନିକଟ ଭବିଷ୍ୟତରେ ବିବାହ କରିବାର କୌଣସି ଯୋଜନା ବି ନାହିଁ।
