Mumbai Indians : IPL ୨୦୨୭ ପୂର୍ବରୁ MIରେ ବଡ଼ ହଇଚଇ
ମହେଲା ଜୟବର୍ଦ୍ଧନେଙ୍କ ବିଦାୟ ପରେ ଏବେ ମୁମ୍ବାଇ ଇଣ୍ଡିଆନ୍ସକୁ ନିଜ କୋଚିଂ ଟିମ୍ରେ ଆଗାମୀ ରଣନୀତି ସ୍ଥିର କରିବାକୁ ପଡ଼ିବ | ନିଜ କୋଚିଂ କାର୍ଯ୍ୟକାଳରେ ଫ୍ରାଞ୍ଚାଇଜ୍କୁ ତିନୋଟି IPL ଟାଇଟଲ୍ ଜିତାଇବାରେ ତାଙ୍କର ଅବଦାନ ପାଇଁ ସେ ଇତିହାସରେ ସ୍ମରଣୀୟ ହୋଇ ରହିବ |

IPL (ଇଣ୍ଡିଆନ ପ୍ରିମିୟର ଲିଗ) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ(MI) ରେ ବଡ ହଇଚଇ ସୃଷ୍ଟି ହୋଇଛି | ଶ୍ରୀଲଙ୍କାର ପୂର୍ବ କ୍ୟାପଟେନ ମହେଲା ଜୟବର୍ଦ୍ଧନେ ନିଜ ଟିମ୍ର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି | MI ଆଜି ଏକ ସରକାରୀ ବିବୃତ୍ତି ଜାରି କରି ଏହାକୁ ନିଶ୍ଚିତ କଲେ | ଜୟବର୍ଦ୍ଧନେଙ୍କ ନେତୃତ୍ୱରେ ଟିମ୍କୁ ତିନିଥର IPL ଟାଇଟଲ୍ ଜିତି ଏବଂ ପରବର୍ତ୍ତୀ ସମୟରେ ଫ୍ରାଞ୍ଚାଇଜିର ଅନ୍ୟତମ ସଫଳ କୋଚ୍ ହୋଇପାରିଥିଲେ |
ମୁମ୍ବାଇ ଇଣ୍ଡିଆନ୍ସ ସହିତ ମହେଲା ଜୟବର୍ଦ୍ଧନେଙ୍କ ସମ୍ପର୍କ ପ୍ରାୟ ଏକ ଦଶନ୍ଧି ଧରି ରହିଥିଲା | ସେ ପ୍ରଥମେ ୨୦୧୭ରେ ଟିମ୍ ମୁଖ୍ୟ କୋଚ ହୋଇଥିଲେ ଓ ୨୦୨୨ଯାଏଁ ଏହି ଭୂମିକାରେ ରହିଥିଲେ | ଏହାପରେ ସେ ୨୦୨୪ରେ ପୁଣି ଥରେ ଦାୟିତ୍ୱ ଗ୍ରହଣ କଲେ ଓ ୨୦୨୬ ଯାଏଁ ଏହି ସହ କାର୍ଯ୍ୟ କରିଥିଲେ | ତାଙ୍କ କାର୍ଯ୍ୟକାଳରେ ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ଖେଳାଳିମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା |
ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ମୁକେଶ ଅମ୍ବାନୀ ମହେଲା ଜୟବର୍ଦ୍ଧନେଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଜୟବର୍ଦ୍ଧନେଙ୍କ ଶାନ୍ତ ନେତୃତ୍ୱ, ସଚ୍ଚୋଟତା ଏବଂ ଖେଳ ପ୍ରତି ସମର୍ପଣ ଫ୍ରାଞ୍ଚାଇଜ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ନୀତା କହିଛନ୍ତି, “ମହେଲା ବର୍ଷ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି। ତାଙ୍କ ନେତୃତ୍ୱ ଏବଂ ପ୍ରତିବଦ୍ଧତା ପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞ। ଆମେ ମିଳିତ ଭାବେ ଅତିକ୍ରମ କରିଥିବା ଯାତ୍ରା ଏବଂ ସୃଷ୍ଟି କରିଥିବା ସ୍ମୃତିଗୁଡ଼ିକୁ ସବୁବେଳେ ସାଇତି ରଖିବୁ। ମହେଲା ସବୁବେଳେ ଆମ ‘ୱାନ୍ ଫ୍ୟାମିଲି’ର ଅଂଶ ହୋଇ ରହିବେ।”
ପଦ ଛାଡ଼ିବା ପରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମହେଲା ଜୟବର୍ଦ୍ଧନେ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି, କୋଚିଂ ଷ୍ଟାଫ୍ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀଙ୍କ ଭରସା, ସହଯୋଗ ଏବଂ ବନ୍ଧୁତ୍ୱକୁ ମଧ୍ୟ ନିଜର ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେ ଅଭିହିତ କରିଥିଲେ।
