ଭାଇରାଲ ଭିଡିଓର ସତ୍ୟ ଆସିଲା ସାମ୍ନାକୁ, କିରଣ ରାଜଙ୍କୁ ସିଂହ କରିନଥିଲା ଆକ୍ରମଣ
କିରଣ ଭିଡିଓ ମେସେଜର କହିଥିଲେ ,ଭାଇରାଲ ଭିଡ଼ିଓର କ୍ୟାପ୍ସନ ଓ ବ୍ୟାଗରାଉଣ୍ଡ ମ୍ୟୁଜିକ ଲୋକଙ୍କ ଭିତରେ ଡର ଓ ଭୁଲ ସୂଚନା ଦେଉଛି | ସେ କହିଥିଲେ ପ୍ରୋଜେକଟ ପାଇଁ ସେ ରକି ନାମକ ସିଂହର ସହିତ ଟ୍ରେନିଙ୍ଗ ନେଉଥିଲେ | ଏହାର ଉଦ୍ଦେଶ୍ୟ ସିଂହର ଆଖପାଖରେ ସହଜ ଅନୁଭବ କରିବା ଏବଂ ସେମାନଙ୍କ ସହ ଅଭ୍ୟାସ କରିବା |

ସୋସିଆଲ ମିଡିଆରେ ଭାଇରାଲ ହେଉଛି କନ୍ନଡ଼ ଆକ୍ଟରଙ୍କ ଭିଡିଓ | ଯେଉଁଥିରେ କନ୍ନଡ଼ ଆକ୍ଟର କିରଣ ରାଜଙ୍କ ଉପରେ ସିଂହ ଆକ୍ରମଣ କରିଥିବାର ଦେଖାଯାଉଛି | ଏହିଥିରେ ନିଜର ପ୍ରତିକ୍ରିୟା ରଖିଛନ୍ତି କିରଣ ,ସିଂହଟି ମୋ ଉପରେ ଆକ୍ରମଣ କରି ନଥିଲା ଏବଂ ମୁଁ ଆହତ ହୋଇନାହିଁ | କିରଣ କହିଛନ୍ତି ଭାଇରଲ ଭିଡିଓରେ ଆସୁଥିବା ପ୍ରୋଜେକ୍ଟ ପାଇଁ ଟ୍ରେନିଙ୍ଗ ସେକ୍ସସନ ଥିଲା ଯେଉଁଥିରେ ସମସ୍ତ ସୁରକ୍ଷା ବ୍ୟବସ୍ତା କରାଯାଇଥିଲା | କିରଣ ଭିଡିଓ ମେସେଜର କହିଥିଲେ ,ଭାଇରାଲ ଭିଡ଼ିଓର କ୍ୟାପ୍ସନ ଓ ବ୍ୟାଗରାଉଣ୍ଡ ମ୍ୟୁଜିକ ଲୋକଙ୍କ ଭିତରେ ଡର ଓ ଭୁଲ ସୂଚନା ଦେଉଛି | ସେ କହିଥିଲେ ପ୍ରୋଜେକଟ ପାଇଁ ସେ ରକି ନାମକ ସିଂହର ସହିତ ଟ୍ରେନିଙ୍ଗ ନେଉଥିଲେ | ଏହାର ଉଦ୍ଦେଶ୍ୟ ସିଂହର ଆଖପାଖରେ ସହଜ ଅନୁଭବ କରିବା ଏବଂ ସେମାନଙ୍କ ସହ ଅଭ୍ୟାସ କରିବା | ଆକ୍ଟରଙ୍କ ମୁତାବକ ଟ୍ରେନିଙ୍ଗ ସେକ୍ସନରେ ସୁରକ୍ଷିତ ପରିବେଶରେ ଏବଂ ଜରୁରୀ ପରିବେଶ ସହିତ କରାଯାଉଥିଲା | କିରଣ କହିଛନ୍ତି ରକି ସହିତ ହୋଇଥିବା ଏହି ସମ୍ପର୍କରେ ସିଂହମାନଙ୍କ ନିକଟରେ କାମ କରିବାରେ ସମୟରେ ଅଧିକ ସହଜ ଅନୁଭବ କରିବାରେ ସାହାଯ୍ୟ କଲା | ଭାଇରାଲ ଭିଡିଓରେ କିରଣଙ୍କ ଟ୍ରେନିଙ୍ଗ ପ୍ରୋଗ୍ରାମ ପ୍ରଥମ ଦିନରେ ରେକର୍ଡ କରାଯାଇଥିଲା | ସେଇ ଦିନ ସେ ରୋଜର ଓ ରକି କଥାବାର୍ତ୍ତା କରିବା ଶିଖୁଥିଲେ | କିରଣ ଇନଷ୍ଟାଗ୍ରାମରେ ଏହି ଅନୁଭବର ସୂଚନାକୁ ସେୟାର କରିଥିଲେ | ସେ କହିଥିଲେ କି ତାକୁ ସିଂହର ଆଖପାଖରେ ବ୍ୟବହାର କରିବା ଓ ତାଙ୍କର ଚାଲିଚଳନ ଓ ପ୍ରତିକ୍ରିୟାଗୁଡ଼ିକ ବୁଝିବାର ଟ୍ରେନିଙ୍ଗ ମିଳୁଥିଲା |
