ବହିଷ୍କୃତ ପୁଲିସକର୍ମୀକୁ ଅଭିମୁକ୍ତେଶ୍ୱରଙ୍କ ଲକ୍ଷେ ଟଙ୍କିଆ ଚାକିରୀ ଅଫର
ସୁନୀଲ ଶୁକ୍ଳା ଭିଡ଼ିଓ ଜାରି କରି ପୁଲିସ ବିଭାଗରେ କଳା ଇଂରେଜ ଦ୍ୱାରା କେମିତି ଅସୁଲି ଚାଲିଛି, ତାକୁ ଦର୍ଶାଇଥିଲେ। ଅନେକ ଭିଡ଼ିଓ ଅପଲୋଡ କରି କହିଥିଲେ ଯେ, ଡ୍ୟୁଟି ଲଗାଇବା ନାଁରେ ସିପାହୀଙ୍କଠୁ ୨ହଜାର ଟଙ୍କା ଲେଖାଏଁ ନିଆଯାଉଛି। ଏହି ଅସୁଲି ପୁରା ଚେନ୍ ସିଷ୍ଟମ ଜରିଆରେ ତଳୁ ଉପର ଯାଏ ପହଞ୍ଚାଯାଉଛି। ସୁନୀଲଙ୍କୁ ମାସିକ ଲକ୍ଷେ ଟଙ୍କା ବେତନରେ ନିଜ ପାଖରେ ଚାକିରୀ ଦେବାକୁ ଅଫର ଦେଇଛନ୍ତି ସ୍ୱାମୀ ଅଭିମୁକ୍ତେଶ୍ୱରନନ୍ଦ।

ବହିଷ୍କୃତ ପୁଲିସ ଅଧିକାରୀକୁ ଅଫର ଦେଲେ ବାବା ଅଭିମୁକ୍ତେଶ୍ୱରନନ୍ଦ ସରସ୍ୱତୀ। ମାସକୁ ଲକ୍ଷେ ଟଙ୍କିଆ ଚାକିରୀର ଅଫର। ଜୁନ୍ ୨୦୨୬ରେ ସୁନୀଲ ଶୁକ୍ଳାଙ୍କୁ ପୁଲିସ ଚାକିରୀରୁ ବହିଷ୍କାର କରାଯାଇଥିଲା। ଲକ୍ଷ୍ନୌ ପୁଲିସ ଲାଇନ୍ସରେ ମୁତୟନ ଥିଲେ ସୁନୀଲ। ୟୁପି ପୁଲିସରେ ୨୦୧୫ରେ ଜଏନ କରିଥିଲେ। ମେ ୨୦୨୬ରେ ଡ୍ୟୁଟି ଲଗାଇବା ନାଁରେ ଟଙ୍କା ଅସୁଲି ଓ ବରିଷ୍ଠ ଅଧିକାରୀଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲଗାଇ ଭିଡ଼ିଓ ଭାଇରାଲ କରିଥିଲେ ସୁନୀଲ। ହେଲେ ବିଭାଗୀୟ ତଦନ୍ତରେ ପ୍ରମାଣ ଦେଇପାରିନଥିଲେ। ସେଥିଲାଗି ଅନୁଶାସନହୀନତା ଓ ସୋସିଆଲ ମିଡିଆର ନୀତିକୁ ଉଲ୍ଲଂଘନ ଉପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସୁନୀଲ ଶୁକ୍ଳା ଭିଡ଼ିଓ ଜାରି କରି ପୁଲିସ ବିଭାଗରେ କଳା ଇଂରେଜ ଦ୍ୱାରା କେମିତି ଅସୁଲି ଚାଲିଛି, ତାକୁ ଦର୍ଶାଇଥିଲେ। ଅନେକ ଭିଡ଼ିଓ ଅପଲୋଡ କରି କହିଥିଲେ ଯେ, ଡ୍ୟୁଟି ଲଗାଇବା ନାଁରେ ସିପାହୀଙ୍କଠୁ ୨ହଜାର ଟଙ୍କା ଲେଖାଏଁ ନିଆଯାଉଛି। ଏହି ଅସୁଲି ପୁରା ଚେନ୍ ସିଷ୍ଟମ ଜରିଆରେ ତଳୁ ଉପର ଯାଏ ପହଞ୍ଚାଯାଉଛି। ଏ ମାମଲାରେ ପୁଲିସ କମିଶନର ମେ ୭, ୨୦୨୬ରେ ତଦନ୍ତ କମିଟି ଗଠନ କରିଥିଲେ। ନିରପେକ୍ଷ ତଦନ୍ତ ଲାଗି ଗଣନା କାର୍ଯ୍ୟାଳୟରୁ ଜଣେ ଏଏସଆଇଙ୍କ ସମେତ ୧୨ ପୁଲିସ କର୍ମୀଙ୍କୁ ହଟାଯାଇଥିଲା। ଆଉ ପ୍ରମାଣ ଦେଇପାରିନଥିବାରୁ ସୁନୀଲଙ୍କୁ ବହିଷ୍କାର କରାଯାଇଥିଲା। ସୁନୀଲ କହିଥିଲେ, ସତ କହିବାର ସଜା ପାଇଲେ। ପୁଲିସ ବିଭାଗରେ ଭ୍ରଷ୍ଟାଚାର, ବିଭାଗୀୟ ବ୍ୟବସ୍ଥା ଓ ପ୍ରତାଡ଼ନାର କଥା କହିବାରୁ ତାଙ୍କୁ ଏ ପରିଣାମ ଭୋଗିବାକୁ ପଡିଲା। ପୁଲିସ କମିଶନର କହିଥିଲେ, ବିନା ପ୍ରମାଣରେ ବିଭାଗର ଛବିକୁ ମଳିନ କରିବାକୁ ପ୍ରୟାସ କରିଥିଲେ ସୁନୀଲ। ଅଧିକାରୀଙ୍କ ପ୍ରତି ଅମର୍ଯ୍ୟାଦିତ ଭାଷା ପ୍ରୟୋଗ ଓ ସୋସିଆଲ ମିଡିଆରେ ଚରିତ୍ର ସଂହାର, ୟୁପି ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୬ର ଉଲ୍ଲଂଘନ ହେତୁ ତାଙ୍କୁ ଜୁନ୍ ୨୮ରେ ଚାକିରୀରୁ ବହିଷ୍କାର କରାଗଲା। ଆଉ ଏବେ ସୁନୀଲଙ୍କୁ ମାସିକ ଲକ୍ଷେ ଟଙ୍କା ବେତନରେ ନିଜ ପାଖରେ ଚାକିରୀ ଦେବାକୁ ଅଫର ଦେଇଛନ୍ତି ସ୍ୱାମୀ ଅଭିମୁକ୍ତେଶ୍ୱରନନ୍ଦ।
