ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଜରପଡା ଥାନା ASI ଗିରଫ
ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜରପଡା ଥାନା ASI । ଜରପଡା ଥାନାର ସହକାରୀ ଉପ-ନିରୀକ୍ଷକ ସୀତା ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଥାନା ମୁଖ୍ୟ ଫାଟକ ନିକଟରେ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।
ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜରପଡା ଥାନା ASI । ଅନୁଗୁଳ ଜିଲ୍ଲା ଜରପଡା ଥାନାର ସହକାରୀ ଉପ-ନିରୀକ୍ଷକ (ASI) ସୀତା ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଥାନା ମୁଖ୍ୟ ଫାଟକ ନିକଟରେ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଜୁକୁବୁ ଅଞ୍ଚଳର ଏକ ଜମିବାଡ଼ି ବିବାଦକୁ ନେଇ ଜରପଡା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଦାୟିତ୍ୱ ASI ସୀତା ନାୟକଙ୍କ ଉପରେ ଥିଲା। ମାମଲାର ଆପୋଷ ସମାଧାନ ଏବଂ ଫାଇନାଲ ରିପୋର୍ଟ ଦାଖଲ କରିବା ପାଇଁ ସେ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ଏତେ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବା ପରେ ୮ ହଜାର ଟଙ୍କାକୁ କମାଇ ଦିଆଯାଇଥିଲା। ପରେ ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଭିଜିଲାନ୍ସର ଯୋଜନା ଅନୁସାରେ ଥାନା ଫାଟକ ନିକଟରେ ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ନେଉଥିବା ବେଳେ ସୀତା ନାୟକଙ୍କୁ ରଙ୍ଗେହାତ ଧରାପଡ଼ିଥିଲେ । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ଭିଜିଲାନ୍ସ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ-୨୩/୨୬ ରୁଜୁ କରାଯାଇଛି। ସେହିସହିତ ଜରପଡା ଥାନା ପରିସରରେ ଥିବା ତାଙ୍କ ସରକାରୀ ବାସଭବନ ଓ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଥିବା ତାଙ୍କ ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଘଟଣାକୁ ନେଇ ଜିଲ୍ଲା ପୋଲିସ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
