ଜମିବାଡ଼ି ବିବାଦର ନେଇ କରୁଣ ପରିଣତି
ଜମିବାଡ଼ି ବିବାଦକୁ ନେଇ କରୁଣ ପରିଣତି । ଜଗତସିଂହପୁର ଜିଲା ବାଲିକୁଦା ଥାନା ତେର୍ତାଙ୍ଗ ଗାଁରେ ବାପ ମାଆ ଙ୍କୁ କଟୁରୀରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ ।
ଜମିବାଡ଼ି ବିବାଦକୁ ନେଇ କରୁଣ ପରିଣତି । ଜଗତସିଂହପୁର ଜିଲା ବାଲିକୁଦା ଥାନା ତେର୍ତାଙ୍ଗ ଗାଁରେ ବାପ ମାଆ ଙ୍କୁ କଟୁରୀରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ । ମୃତକ ହେଉଛନ୍ତି ବାପା ସତ୍ୟନନ୍ଦ ପରିଡା ଓ ମାଆ ଚାରୂଲତା ପରିଡା । ଅଭିଯୁକ୍ତ ପୁଅ ଦିଲୀପ ପରିଡାକୁ ବାଲିକୁଦା ପୋଲିସ ଗିରଫ କରିଥିବା ବେଳେ ଏସ୍ପି ଙ୍କ ତତ୍ତ୍ଵାବଧାନରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଳାଇଛି । ପୋଲିସ ଅଭିଯୁକ୍ତ ଠାରୁ ହତ୍ୟାରେ ବ୍ୟବହୃତ କଟୁରି ଜବତ କରିଛି । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ସତ୍ୟନନ୍ଦଙ୍କର ପ୍ରଥମ ସ୍ତ୍ରୀଙ୍କର ପୁଅ ଦିଲୀପ ଙ୍କର ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା । ଦିଲୀପ କଟକରେ ଏକ ଘରୋଇ କମ୍ପାନୀରେ ରହି କାର୍ଯ୍ୟ କରୁଥିବା ବେଳେ ସତ୍ୟନନ୍ଦ ଗାଁରେ ଏକ ତେଜରାତି ଦୋକାନ କରି ଚଳୁଥିଲେ । ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର ରଚି ଗତକାଲି ଦିଲୀପ ଗାଁକୁ ଆସିବା ସହିତ ଏକ କଟୁରୀ କୁ ଧାରୁଆ କରି ଆଣିଥିଲା। ଅପରାହ୍ନରେ ସତ୍ୟନନ୍ଦ ଘରେ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଚାରୂଲତା ଘର ବାହାରେ କାମ କରୁଥିଲେ । ଏହି ସୁଯୋଗ ନେଇ ଦିଲୀପ ପ୍ରଥମେ ବାପା ସତ୍ୟନନ୍ଦ ଙ୍କ ବେକକୁ କଟୁରିରେ ହାଣି ହତ୍ୟା କରିବା ପରେ ବାହାରକୁ ଆସି ମାଆ ଚାରୂଲତାଙ୍କୁ ମଧ୍ୟ ବେକକୁ ହାଣି ହତ୍ୟା କରିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ପରେ ସାରା ଗାଁରେ ଏକ ଭୟର ବାତାବରଣ ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

