ଫିଫା ବିଶ୍ୱକପରେ ଭାରତ କେଉଁଠି
୧୯୫୦ ପରେ ଭାରତକୁ ଅନେକ ଥର ଫିଫା ବିଶ୍ୱକପ କ୍ୱାଲିଫାୟାରରେ ଅଂଶଗ୍ରହଣ କରିଥିଲା। କିନ୍ତୁ କେବେ ବି ଅନ୍ତିମ ଷ୍ଟେଜ୍ ଯାଏ ପହଞ୍ଚିପାରିଲାନି।

ଫିଫା ବିଶ୍ୱକପ୍ ୨୦୨୬ ଆମେରିକା, କାନାଡା ଓ ମେକ୍ସିକୋ ମିଳିତ ଭାବେ ଆୟୋଜନ କରୁଛି। ଦୁନିଆର ୪୮ ଦେଶ ଫୁଟବଲ ମହାକୁମ୍ଭରେ ଭାଗ ନେଉଛନ୍ତି। କିନ୍ତୁ ଭାରତ ବିଶ୍ୱକପରୁ ପୁଣି ଥରେ ଗାଏବ। ଯେବେ ବି ଫିଫା ବିଶ୍ୱକପ ଆରମ୍ଭ ହୁଏ। ଭାରତର କୋଟି କୋଟି ପ୍ରଶଂସକ ବେଶ୍ ଉତ୍ସାହର ସହ ଏହି ଟୁର୍ଣ୍ଣାମେଣ୍ଟ ଦେଖନ୍ତି। ଯେମିତି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି। ଦେଶରେ ଲକ୍ଷ ଲକ୍ଷ ପିଲା ଫୁଟବଲ ଖେଳନ୍ତି। କୋଟି କୋଟି ଲୋକ ଦେଖନ୍ତି। ଏହା ସତ୍ତ୍ୱେ ଭାରତୀୟ ଟିମ୍ ଆଜି ଯାଏଁ ବିଶ୍ୱ ଫୁଟବଲର ସବୁଠୁ ବଡ଼ ମଞ୍ଚକୁ ଯାଇପାରିଲାନି। ଫିଫାର ସଦସ୍ୟ ରାଷ୍ଟ୍ରର ସଂଖ୍ୟା ୨୧୧। ଏଥିରେ ଭାରତ ବି ସାମିଲ୍। ଭାରତ କିନ୍ତୁ ଫିଫା ରାକିଂରେ ୧୩୮ତମ ସ୍ଥାନରେ ଅଛି। କେପଓ୍ୱର୍ଡେ ଓ କୁରାକାଓ ଭଳି ଛୋଟ ଦେଶ ବି ଫିଫା ବିଶ୍ୱକପରେ ଖେଳୁଛନ୍ତି। ହେଲେ ଭାରତ କେବେ ଖେଳିପାରିନି। ଏସିଆରେ ବି ଭାରତର ସ୍ଥିତି ଭଲ ନାହିଁ। ଭାରତୀୟ ଟିମ୍ ଆସନ୍ତାବର୍ଷ ହେବାକୁ ଥିବା ଏଏଫସି ଏସିଆଲ କପ ଲାଗି ବି କ୍ୱାଲିଫାଏ କରିପାରିଲାନି। ଯାହାକି ଲଜ୍ଜାର କଥା। ତେବେ ଭାରତ ୧୯୫୦ରେ ଫିଫା ବିଶ୍ୱକପ ଖେଳିବାକୁ ନିକଟତର ହୋଇଥିଲା। ବ୍ରାଜିଲରେ ଆୟୋଜିତ ଏହି ବିଶ୍ୱକପ୍ ପାଇଁ ଭାରତ ବିନା କୌଣସି କ୍ୱାଲିଫାଏ ମ୍ୟାଚ୍ ଖେଳି କ୍ୱାଲିଫାଏ କରିଥିଲା। ଏସିଆ କ୍ୱାଲିଫାଇଂ ଗ୍ରୁପର ଟିମ୍ ବର୍ମା( ମିଆଁମାର), ଇଣ୍ଡୋନେସିଆ ଓ ଫିଲିପାଇନ୍ସ ପ୍ରତିଯୋଗିତାରୁ ହଟିଯାଇଥିଲେ। ଯେଉଁଥିଲାଗି ଭାରତକୁ ସିଧାସଳଖ ଏଣ୍ଟ୍ରି ମିଳିଯାଇଥିଲା। ସ୍ୱିଡେନ୍, ଇଟାଲି ଓ ପରାଗ୍ୱେ ଭଳି ଟିମ୍ ସହ ଭାରତକୁ ଗ୍ରୁପରେ ରଖାଯାଇଥିଲା। କିନ୍ତୁ ଟିମ୍ ବ୍ରାଜିଲ୍ ପହଞ୍ଚିପାରିଲାନି। ୧୯୫୦ ପରେ ଭାରତକୁ ଅନେକ ଥର ଫିଫା ବିଶ୍ୱକପ କ୍ୱାଲିଫାୟାରରେ ଅଂଶଗ୍ରହଣ କରିଥିଲା। କିନ୍ତୁ କେବେ ବି ଅନ୍ତିମ ଷ୍ଟେଜ୍ ଯାଏ ପହଞ୍ଚିପାରିଲାନି। ନିର୍ଣ୍ଣାୟକ ମୁକାବିଲାରେ ଅନୁଭବ ଓ ଗୁଣାବତ୍ତାର କମ୍ ଥିବା ବାରି ହୋଇପଡ଼େ। ସୁନୀଲ ଛତ୍ରିଙ୍କ ଭଳି ଖେଳାଳୀ ଏକବିଂଶ ଶତାବ୍ଦୀରେ ଭାରତୀୟ ଫୁଟବଲକୁ ନୂଆ ପରିଚୟ ଦେଲେ। ଟିମ ଏସିଆଡ୍ ସ୍ତରରେ ଭଲ ଜିତ୍ ବି ହାସଲ କରିଥିଲା। କିନ୍ତୁ ଜାପାନ, ଦକ୍ଷିଣ କୋରିଆ, ଇରାନ, ସାଉଦି ଆରବ ଓ ଅଷ୍ଟ୍ରେଲିଆ ଭଳି ମଝଭୁତ୍ ଟିମ ତୁଳନାରେ ଭାରତ ବହୁ ପଛରେ ରହିଛି।
