India vs West Indies: ଗୁଆହାଟିରେ ଗର୍ଜିଲା ଭାରତୀୟ ବ୍ୟାଟିଂ, ଗିଲ୍ ଙ୍କ ଧମାକା, ରୋହିତଙ୍କ ଶତକ...
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବିଶାଳ ବିଜୟ । ୪୦୬ ରନ୍ର ଟାର୍ଗେଟ୍କୁ ମାତ୍ର ୪୩ ଓଭର ୩ ବଲ୍ରେ ହାସଲ କରିନେଲା ଟିମ୍ ଇଣ୍ଡିଆ ।
ଭାରତର ଐତିହାସିକ ବିଜୟ । ଗୁଆହାଟିରେ ଦ୍ୱିତୀୟ ଦିନିକିଆ ମ୍ଯାଚ ଜିତିଲା ଭାରତ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ODIରେ ଭାରତର ଅଧିନାୟକ ଶୁଭମନ ଗିଲ୍ ଏବଂ ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କର ବ୍ୟାଟ୍ ଗର୍ଜିଛି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମିଳିଥିବା ୪୦୬ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ସହଜରେ ହାସଲ କରିଛି । ୪୦୬ ରନ୍ର ବିଶାଳ ଟାର୍ଗେଟକୁ ମାତ୍ର ୪୩.୩ ଓଭରରେ ୨ ୱିକେଟ୍ ହରାଇ ହାସଲ କରିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୦ରେ ଜିତି ନେଇଛି ଭାରତ। ତେବେ ଏହି ସିରିଜ୍ ର ବିଜୟର ହିରୋ ରହିଥିଲେ ଅଧିନାୟକ ଶୁବମନ ଗିଲ୍। ଗିଲ୍ ମାତ୍ର ୧୩୩ ବଲ୍ରୁ ଅପରାଜିତ ୨୨୩ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ। ୧୧୭ ବଲ୍ରେ ଦ୍ୱିଶତକ ପୂରଣ କରି ଗିଲ୍ ନୂଆ ରେକର୍ଡ କରିଛନ୍ତି। ତାଙ୍କ ଅପରାଜିତ ୨୨୩ ରନ୍ ଭାରତୀୟ ଅଧିନାୟକଙ୍କ ସର୍ବାଧିକ ODI ସ୍କୋର ଏବଂ ODI ଚେଜ୍ରେ ଜଣେ ଭାରତୀୟଙ୍କ ସର୍ବାଧିକ ସ୍କୋର ଭାବେ ରେକର୍ଡ ହୋଇଛି। ଅନ୍ୟପଟେ ଅଭିଜ୍ଞ ରୋହିତ ଶର୍ମା ମଧ୍ୟ ଶତକୀୟ ଇନିଂସ ଖେଳିଛନ୍ତି। ରୋହିତ ୭୫ ବଲ୍ରୁ ୧୦୧ ରନ୍ କରିବା ସହ ଏକ ବଡ଼ ମାଇଲଷ୍ଟୋନ୍ ହାସଲ କରିଛନ୍ତି। ODIରେ ୧୨ ହଜାର ରନ୍ ପୂରଣ କରିଥିବା ତୃତୀୟ ଭାରତୀୟ ବ୍ୟାଟର୍ ହୋଇଛନ୍ତି ରୋହିତ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି ଏହି ମାଇଲଷ୍ଟୋନ୍ ହାସଲ କରିଥିଲେ। ବିରାଟ କୋହଲି ୨୯ ରନ୍ କରିଥିଲେ। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ରନ୍ର ପାହାଡ଼ ଠିଆ କରିଥିଲା। ଜନ୍ କ୍ୟାମ୍ପବେଲ୍, ଶାଇ ହୋପ୍ ଏବଂ ଆମିର ଜାଙ୍ଗୁ—ତିନି ଜଣଙ୍କ ଶତକ ବଳରେ ୫୦ ଓଭରରେ ୭ ୱିକେଟ୍ ହରାଇ ୪୦୫ ରନ୍ କରିଥିଲା ୱେଷ୍ଟଇଣ୍ଡିଜ୍। କିନ୍ତୁ ୪୦୫ ରନ୍ର ଏହି ବିଶାଳ ସ୍କୋର ମଧ୍ୟ ଭାରତୀୟ ବ୍ୟାଟର୍ଙ୍କ ଆକ୍ରମଣ ଆଗରେ ଫିକା ପଡ଼ିଗଲା। ଶେଷରେ ୪୩.୩ ଓଭରରେ ୪୦୬ ରନ୍ କରି ମ୍ୟାଚ୍ ଜିତିଲା ଭାରତ।
