ଆମେରିକା-ଇରାନ ଶାନ୍ତି ଚୁକ୍ତି: ୧୧୦ ଦିନର ଯୁଦ୍ଧ ଶେଷ, ଖୋଲିବ ହର୍ମୁଜ ଜଳପଥ
ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘ ୧୧୦ ଦିନ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିଛି। ଉଭୟ ଦେଶ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଫ୍ରାନ୍ସର ଭର୍ସାଇଲ୍ସରେ ଜି-୭ ଶିଖର ସମ୍ମିଳନୀ ପରେ ଟ୍ରମ୍ପ ଏହି ଚୁକ୍ତିରେ ସ୍ୱାକ୍ଷର ।

ଆମେରିକା: ପଶ୍ଚିମ ଏସିଆରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ୧୧୦ ଦିନ ଧରି ଚାଲିଥିବା ଆମେରିକା-ଇରାନ ସଂଘର୍ଷର ଅନ୍ତ ଘଟିଛି। ଉଭୟ ଦେଶ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନର ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ ଡିଜିଟାଲ ମାଧ୍ୟମରେ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। ଫ୍ରାନ୍ସର ଭର୍ସାଇଲ୍ସରେ ଜି-୭ ଶିଖର ସମ୍ମିଳନୀ ପରେ ଆଲୋଚନା ସମୟରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଚୁକ୍ତି ଅନୁଯାୟୀ, ଉଭୟ ଦେଶ ସମସ୍ତ ମୋର୍ଚ୍ଚାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଏହା ସହିତ ବିଶ୍ୱ ତୈଳ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ଜଳପଥ ପୁନର୍ବାର ଖୋଲାଯିବ ଚୁକ୍ତିରେ ଉଲ୍ଲେଖ ରହିଛି ଯେ ଆସନ୍ତା ୩୦ ଦିନ ମଧ୍ୟରେ ଜାହାଜ ଚଳାଚଳ ସାଧାରଣ ସ୍ଥିତିକୁ ଫେରିବ। ଏହି ବୁଝାମଣାପତ୍ରର ଅନ୍ୟତମ ପ୍ରମୁଖ ଦିଗ ହେଉଛି ପରମାଣୁ ପ୍ରସଙ୍ଗ। ଇରାନ ପରମାଣୁ ଅସ୍ତ୍ର ବିକାଶ କିମ୍ବା କ୍ରୟ କରିବ ନାହିଁ ବୋଲି ପୁନର୍ବାର ନିଶ୍ଚିତ କରିଛି। ସେହିପରି ଇରାନ ଉପରେ ଲାଗିଥିବା କିଛି ଆର୍ଥିକ କଟକଣାକୁ ପର୍ଯ୍ୟାୟକ୍ରମେ କୋହଳ କରିବା ଏବଂ ଯୁଦ୍ଧ ପରବର୍ତ୍ତୀ ପୁନର୍ଗଠନ ପାଇଁ ସହାୟତା ଯୋଗାଇବା ନେଇ ମଧ୍ୟ ବ୍ୟବସ୍ଥା ରହିଛି। ଉଚ୍ଚମାନର ସମୃଦ୍ଧ ୟୁରେନିୟମ ଭଣ୍ଡାରକୁ International Atomic Energy Agency ର ତତ୍ତ୍ୱାବଧାନରେ ନିୟନ୍ତ୍ରଣ କରିବା ନେଇ ମଧ୍ୟ ସହମତି ହୋଇଛି। ବଦଳରେ ଆମେରିକା ଇରାନ ଉପରେ ଲାଗିଥିବା କିଛି ଆର୍ଥିକ କଟକଣାକୁ ପର୍ଯ୍ୟାୟକ୍ରମେ କୋହଳ କରିବା, ବନ୍ଦ ଥିବା ଆର୍ଥିକ ସମ୍ପତ୍ତିକୁ ମୁକ୍ତ କରିବା ଏବଂ ଯୁଦ୍ଧ ପରବର୍ତ୍ତୀ ପୁନର୍ଗଠନ ପାଇଁ ବ୍ୟାପକ ସହାୟତା ଯୋଗାଇବାକୁ ରାଜି ହୋଇଛି। ଚୁକ୍ତିରେ ଇରାନର ପୁନର୍ଗଠନ ଓ ଆର୍ଥିକ ବିକାଶ ପାଇଁ ଅତି କମରେ ୩୦୦ ବିଲିୟନ ଡଲାରର ଏକ ଆନ୍ତର୍ଜାତିକ ଯୋଜନା ପ୍ରସ୍ତାବ ରହିଥିବା କୁହାଯାଇଛି।ବିଶ୍ୱ ଉର୍ଜା ବଜାର ପାଇଁ ଏହି ଚୁକ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। କାରଣ ହର୍ମୁଜ ଜଳପଥ ଦେଇ ବିଶ୍ୱର ପ୍ରାୟ ୨୫ ପ୍ରତିଶତ ସମୁଦ୍ରପଥ ତୈଳ ବାଣିଜ୍ୟ ଏବଂ ୨୦ ପ୍ରତିଶତ LNG ପରିବହନ ହୋଇଥାଏ। ତେଣୁ ଏହା ଖୋଲିବା ଫଳରେ ବିଶ୍ୱ ଉର୍ଜା ବଜାରରେ ସ୍ଥିରତା ଫେରିବା ସହ ତୈଳ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ବଢ଼ିଛି। ଚୁକ୍ତି ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିଥିବା ରିପୋର୍ଟ ମିଳିଛି। ଇରାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଏସ୍ମାଇଲ ବାଘାଏଇ କହିଛନ୍ତି, “ଚୁକ୍ତିର ପାଠ୍ୟ ଅନ୍ତିମ ହୋଇଛି ଏବଂ ଉଭୟ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ସମ୍ପନ୍ନ ହୋଇଛି। ବର୍ତ୍ତମାନ ଏହାର କାର୍ଯ୍ୟକାରିତା ପରୀକ୍ଷା କରିବାର ସମୟ। ବର୍ତ୍ତମାନ ଏହାର କାର୍ଯ୍ୟକାରିତା ପରୀକ୍ଷା କରିବାର ସମୟ।” ତେବେ ଏହା ଏକ ପ୍ରାରମ୍ଭିକ ଚୁକ୍ତି ମାତ୍ର। ତେବେ ଏହା ଏକ ପ୍ରାରମ୍ଭିକ ଚୁକ୍ତି ମାତ୍ର। ଆଗାମୀ ୬୦ ଦିନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅଧିକ ବିସ୍ତୃତ ଆଲୋଚନା ହେବ। ସେଠାରେ ଇରାନର ପରମାଣୁ କାର୍ଯ୍ୟକ୍ରମ, ଆଞ୍ଚଳିକ ସୁରକ୍ଷା ଏବଂ ଅନ୍ୟାନ୍ୟ ଜଟିଳ ପ୍ରସଙ୍ଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚୂଡ଼ାନ୍ତ ଚୁକ୍ତିକୁ United Nations Security Council ର ଏକ ବାଧ୍ୟତାମୂଳକ ପ୍ରସ୍ତାବ ମାଧ୍ୟମରେ ମଞ୍ଜୁରି ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ସହ ଭାରତ-ଆମେରିକା ସମ୍ପର୍କ, ବାଣିଜ୍ୟ ଚୁକ୍ତି, ପ୍ରତିରକ୍ଷା ସହଯୋଗ ଏବଂ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ହର୍ମୁଜ ଜଳପଥ ଖୋଲା ରହିବା ବିଶ୍ୱ ଅର୍ଥନୀତି ଓ ଉର୍ଜା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଭାରତ ମଧ୍ୟ ମତ ପ୍ରକାଶ କରିଛି। ବିଶ୍ଳେଷକମାନଙ୍କ ମତରେ,ଏହି ଚୁକ୍ତି ପଶ୍ଚିମ ଏସିଆରେ ଦୀର୍ଘ ସମୟ ଧରି ଚାଲିଥିବା ଉତ୍ତେଜନାକୁ କମାଇବା ସହ ବିଶ୍ୱ ଅର୍ଥନୀତି ଓ ଉର୍ଜା ସୁରକ୍ଷା ପାଇଁ ଏକ ବଡ଼ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି। ବିଶେଷକରି ହର୍ମୁଜ ଜଳପଥ ପୁନଃ ଖୋଲିବା ଭାରତ ସମେତ ତୈଳ ଆମଦାନୀ ଉପରେ ନିର୍ଭରଶୀଳ ଦେଶଗୁଡ଼ିକ ପାଇଁ ଆଶ୍ୱସ୍ତି ଆଣିବ ବୋଲି ଆଣିପାରେ।
