ଫିଫାରେ ଚମକିଲେ- ହାଟ୍ରିକ ଗୋଲ ସହ ମେସି ଓ ଜୋନାଥନ
ଲିଓନେଲ ମେସି ହାଟ୍ରିକ ଗୋଲ ମାରି ରେକର୍ଡ ବୁକ୍ସକୁ ଥରହର କରିଦେଇଛନ୍ତି।ଠିକ୍ ୨୦ ବର୍ଷ ତଳେ ଜୁନ୍ ୧୬, ୨୦୦୬ରେ ସର୍ଭିୟା ଓ ମୋଣ୍ଟେନିଗ୍ରୋ ବିରୁଦ୍ଧରେ ନିଜର ପ୍ରଥମ ବିଶ୍ୱକପ ଗୋଲ୍ କରିଥିଲେ ମେସି। ଏବେ ସେହି ସମାନ ତାରିଖରେ ଆଉ ଏକ ଐତିହାସିକ ଅଧ୍ୟାୟ ଲେଖିଦେଲେ ମେସି।ମେସିଙ୍କ ପରେ ଜୋନାଥନ ଡେଭିଡ୍ ବି ଗୋଲରେ ହାଟ୍ରିକ କରିଛନ୍ତି।

ଫିଫା ବିଶ୍ୱକପରେ ହାଟ୍ରିକ ଗୋଲର ଫିଭର। ଲିଓନେଲ ମେସି ହାଟ୍ରିକ ଗୋଲ ମାରି ରେକର୍ଡ ବୁକ୍ସକୁ ଥରହର କରିଦେଇଛନ୍ତି। ୩୮ ବର୍ଷ ବୟସରେ ୧୬ତମ ବିଶ୍ୱକପ ଗୋଲ୍ ଓ ହାଟ୍ରିକ ସହ ମେସିଙ୍କ ଦମଦାର ପ୍ରଦର୍ଶନ। ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ଅଲଜିରିୟାକୁ ୩-୦ ଗୋଲରେ ହରାଇଛି। ଏହି ଜିତ୍ର ନାୟକ ସାଜିଲେ ଲିଓନେଲ ମେସି। ଯିଏ ନିଜର ୨ଶହ ତମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଓ ରେକର୍ଡ ଷଷ୍ଠ ବିଶ୍ୱକପରେ ହାଟ୍ରିକ ଗୋଲ୍ ଦେଇଛନ୍ତି। କୈନସସ ସିଟିର ଏରୋହେଡ୍ ଷ୍ଟାଡିୟମରେ ୬୯ହଜାର ଦର୍ଶକଙ୍କ ସାମ୍ନାରେ ଦମଦାର ହାଟ୍ରିକ ଗୋଲ୍ ଦେଇଥିଲେ। ବିଶ୍ୱକପରେ ନିଜର ଗୋଲ ସଂଖ୍ୟା ୧୬କୁ ପହଞ୍ଚାଇଦେଲେ ମେସି। ଜର୍ମାନୀର ମହାନ ଷ୍ଟ୍ରାଇକର ମିରୋସ୍ଲାବ କ୍ଲୋଜଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହୋଇଗଲେ ମେସି। ବିଶ୍ୱକପ କ୍ୟାରିଅରରେ ମେସିଙ୍କର ଏହା ଥିଲା ପ୍ରଥମ ହାଟ୍ରିକ ଗୋଲ୍। ଏହା ସହ ଟୁର୍ଣ୍ଣାମେଣ୍ଟ ଇତିହାସରେ ହାଟ୍ରିକ କରିଥିବା ବରିଷ୍ଠ ଖେଳାଳୀ ସାଜିଲେ। ସେ କ୍ରିଷ୍ଟିଆନୋ ରୋନାଲଡୋଙ୍କ ରେକର୍ଡକୁ ବି ପଛରେ ପକାଇଦେଲେ। ଜୁନ୍ ୧୬। ମେସିଙ୍କ ଲାଗି ବେଶ୍ ମାଏନା ରଖେ। ଠିକ୍ ୨୦ ବର୍ଷ ତଳେ ଜୁନ୍ ୧୬, ୨୦୦୬ରେ ସର୍ଭିୟା ଓ ମୋଣ୍ଟେନିଗ୍ରୋ ବିରୁଦ୍ଧରେ ନିଜର ପ୍ରଥମ ବିଶ୍ୱକପ ଗୋଲ୍ କରିଥିଲେ ମେସି। ଏବେ ସେହି ସମାନ ତାରିଖରେ ଆଉ ଏକ ଐତିହାସିକ ଅଧ୍ୟାୟ ଲେଖିଦେଲେ ମେସି। ଏହା ସହ ପୁରୁଷ ଫୁଟବଲର ୫ଟି ଅଲଗା ବିଶ୍ୱକପରେ ଗୋଲ କରିଥିବା ଦ୍ୱିତୀୟ ଖେଳାଳୀ ସାଜିଲେ। ଏହି ଉପଲବ୍ଧି କେବଳ ରୋନାଲଡୋଙ୍କ ନାଁରେ ଥିଲା। ବିଶ୍ୱକପ ଇତିହାସରେ ଷଷ୍ଠ ସଂସ୍କରଣ ଖେଳିଥିବା ପ୍ରଥମ ଖେଳାଳୀ ବି ସାଜିଲେ ମେସି। ବ୍ରାଜିଲର ମହାନ ଖେଳାଳୀ ପେଲେଙ୍କ ୨୧ ଗୋଲ ଯୋଗଦାନର ରେକର୍ଡକୁ ବି ପଛରେ ପକାଇଦେଇଛନ୍ତି। କାରଣ ମେସି ମୋଟ୍ ୨୪ ଗୋଲ୍ କରିଛନ୍ତି। ସେପଟେ ମେସିଙ୍କ ପରେ ଜୋନାଥନ ଡେଭିଡ୍ ବି ଗୋଲରେ ହାଟ୍ରିକ କରିଛନ୍ତି। ଡେଭିଡଙ୍କ ହାଟ୍ରିକ ଗୋଲ ବଳରେ କତାରକୁ ହରାଇଛି କାନାଡ଼ା। କତାରକୁ ୬-୦ ଗୋଲରେ ହରାଇଛି କାନାଡା। ଦୁଇଟି ରେଡ୍ କାର୍ଡ ମିଳିବା ପରେ କତାର ୯ ଖେଳାଳୀଙ୍କୁ ନେଇ ଖେଳିଥିଲା। ୬-୦ରେ ହରାଇ ନକଆଉଟରେ ପହଞ୍ଚିବାକୁ ଦୃଢ଼ ଦାବିଦାର ସାଜିଛି କାନାଡ଼ା। ଏହି ଜିତର ବଡ଼ ହିରୋ ସାଜିଲେ ଜୋନାଥନ। ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା କାନାଡା।
