ଜିମ୍ ଟ୍ରେନରଙ୍କୁ ଗୁଳି କରି ହତ୍ୟା- ହାନସିରେ ହଇଚଇ
ଜିମ୍ ଟ୍ରେନର କପିଲଙ୍କ ଉପରକୁ ଅତି ନିକଟରୁ ଫାୟାରିଂ ଆରମ୍ଭ କରିଦେଲେ। ୫ ସେକେଣ୍ଡ ଭିତରେ ମୁଣ୍ଡ ଓ ପିଠିକୁ ଟାର୍ଗେଟ କରି ଗୁଳି କଲେ। ଘଟଣାସ୍ଥଳରେ ହିଁ କପିଲଙ୍କ ମୃତ୍ୟୁ ହୋଇଗଲାକିଛି ଦିନ ତଳେ ଲଭ ମ୍ୟାରେଜ୍ କରିଥିଲେ କପିଲ।

ଜିମ୍ ଟ୍ରେନରଙ୍କୁ ଫାୟାରିଂ। ହରିଆଣାର ହାନସିର ଫଓ୍ୱରା ଛକର ଘଟଣା। ସକାଳେ ଆଉଟଡୋର ଏକ୍ସରସାଇଜ୍ ଚାଲିଥିବା ବେଳେ ବାଇକରେ ଆସି ଅଜଣା ଦୁର୍ବୃତ୍ତ ପିଠି ପଛକୁ ୧୦ ରାଉଣ୍ଡ ଗୁଳି କରି ହତ୍ୟା କଲେ। ଜିମ୍ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ପୁରା ଘଟଣା କଏଦ ହୋଇଛି। ମୃତକ ହେଲେ କପିଲ। ୫ ସେକେଣ୍ଡରେ ୧୦ ରାଉଣ୍ଡ ଗୁଳି କଲେ। ଏ ଘଟଣାରେ ଜିମ୍ ବାହାରେ ଓ୍ୱାର୍ମଅପ୍ କରୁଥିବା ଜଣେ ଯୁବତୀ ବି ଆହତ ହୋଇଛନ୍ତି। ଭୋର ସାଢ଼େ ୫ଟାରେ ଏ ଘଟଣା ଘଟିଛି। ଛକରେ ସବୁଦିନ ଭଳି ଦୋକାନରେ ଲାଗିଥିବା ରାମ୍ପରେ ପୁଅ ଝିଅ କସରତ କରୁଥିଲେ। ସମସ୍ତେ କସରତରେ ମସଗୁଲ ଥିଲେ। ସେତିକିବେଳେ ଅଚାନକ ବାଇକରେ ଦୁଇଜଣ ଆକ୍ରମଣକାରୀ ଆସି ପହଞ୍ଚିଥିଲେ। ଆଉ ଜିମ୍ ଟ୍ରେନର କପିଲଙ୍କ ଉପରକୁ ଅତି ନିକଟରୁ ଫାୟାରିଂ ଆରମ୍ଭ କରିଦେଲେ। ୫ ସେକେଣ୍ଡ ଭିତରେ ମୁଣ୍ଡ ଓ ପିଠିକୁ ଟାର୍ଗେଟ କରି ଗୁଳି କଲେ। ଘଟଣାସ୍ଥଳରେ ହିଁ କପିଲଙ୍କ ମୃତ୍ୟୁ ହୋଇଗଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଏରିଆକୁ ସିଲ୍ କରିଦେଇଛି। ଫରେନସିକ ଟିମ୍ ବି ଘଟଣାସ୍ଥଳରେ ପହଞ୍ଚିଛି। କପିଲ ଏବେ ହାନସିର ଶାନ୍ତି ନିକେତନରେ ରହୁଥିଲେ। ୩ ବର୍ଷ ହେଲା ସେ ଜିମ ପରିଚାଳନା କରୁଥିଲେ। କିଛି ଦିନ ତଳେ କ୍ରାନ୍ତିକାରୀ ଛକସ୍ଥିତ ଚହଲ ମାର୍କେଟକୁ ନିଜର ରେଡ୍ ଜିମ୍ କୁ ସ୍ଥାନାନ୍ତର କରିଥିଲେ। କିଛି ଦିନ ତଳେ ଲଭ ମ୍ୟାରେଜ୍ କରିଥିଲେ କପିଲ।
